ଅଧ୍ୟକ୍ଷା ପଦବୀ ପାଇଁ ଲବି

ବରଗଡ଼ ଅଫିସ୍‌,୨।୩: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସୋମବାର ସରି ଯାଇଛି। ସର୍ବଶେଷ ଫଳାଫଳ ଅନୁସାରେ ଜିଲାରେ ଏଥର ବିଜେଡ଼ି ବାଜିମାତ୍‌ ମାରିଛି। ୩୪ ଜିଲା ପରିଷଦ ଆସନ ମଧ୍ୟରୁ ସର୍ବାଧିକ ୨୭ ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇସାରିଛନ୍ତି। ୭ ଆସନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳରେ ବରଗଡ଼ରେ ବିଜେଡ଼ି ଏଥର ଜିଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି। ଏବେ ଜିଲା ପରିଷଦ ଅଧ୍ୟକ୍ଷା ପଦବୀ ଉପରେ ସଭିଁଙ୍କ ନଜର ରହିଛି। ଉକ୍ତ ଆସନ ଅଣସଂରକ୍ଷିତ ହୋଇଥିବାରୁ ଜିଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥିପାଇଁ ଅନେକ ଯୋଗ୍ୟ ପ୍ରାର୍ଥୀ ଆଶାୟୀ ରହିଛନ୍ତି। ଫଳରେ ଦଳ ଏଠାରେ କାହାକୁ ଜିଲା ପରିଷଦ ଅଧ୍ୟକ୍ଷା କରିବ, ତାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଜିଲାର ୫ ବିଧାନସଭା ଆସନ ବିଜେଡ଼ି କବ୍‌ଜାରେ ରହିଛି। ଫଳରେ ସମସ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରୁ ଜିଲା ପରିଷଦ ଅଧ୍ୟକ୍ଷା କରିବାକୁ ଆଶା ରଖିବା ସ୍ବାଭାବିକ। ଏଥିପାଇଁ ତଳୁ ଉପର ମହଲ ପର୍ଯ୍ୟନ୍ତ ଲବି ଆରମ୍ଭ ହୋଇଯାଇଛି।
ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂ ମନ୍ତ୍ରୀ ପଦରେ ରହିଛନ୍ତି। ଫଳରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜଣଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିପାରନ୍ତି ବୋଲି ଆଲୋଚନା ଚାଲିଛି। ଅନ୍ୟପଟେ ଭଟଲି ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ପଦ ମିଳିଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀକୁ ପୁଣି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ମିଳିବ କି ନାହିଁ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜିତିଥିବା ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିବା ପାଇଁ ଚାହୁଁଥିବା ଚର୍ଚ୍ଚା ଚାଲିଛି । ବିଧାୟିକା ଛୁରିଆ ନିଜେ ଗତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ ଏବଂ ସେ ଏବେ ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଅଛନ୍ତି। ଫଳରେ ଅତାବିରା ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦବୀ ମିଳିବା ନେଇ ମଧ୍ୟ ଆଶଙ୍କା ଉପୁଜିଛି ।
ଜିଲା ଯୋଜନା କମିଟି ଅଧ୍ୟକ୍ଷ ଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀର ବିଜୟୀ ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରିବାକୁ ଚାହୁଁଥିବା ଆଲୋଚନା ହେଉଛି। ଦୀର୍ଘବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ପଦ ମିଳିନାହିଁ। ଏଥର ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ମିଳିପାରେ ବୋଲି ଆଲୋଚନା ଚାଲିଛି। କିନ୍ତୁ ଦେବେଶ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ଥିବାରୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ପୁଣି ଯେ ଏହି ନିର୍ବାଚନ ମଣ୍ଡଳୀକୁ ମିଳିବ ତାହା ସନ୍ଦେହ ଘେରରେ ରହିଛି। ସେହିପରି ବିଜେପୁରକୁ ମୁଖ୍ୟମନ୍ତ୍ରୀ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରିଛନ୍ତି। ଫଳରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ପ୍ରାର୍ଥୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷା କରାଯାଇପାରେ। ମାତ୍ର ଚଳିତ ପଞ୍ଚାୟତ ଭୋଟ୍‌ ଫଳାଫଳରେ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଏହି ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସେତେ ମଜବୁତ୍‌ ନାହିଁ। ଫଳରେ ଜିଲା ପରିଷଦ ଅଧ୍ୟକ୍ଷା ପଦ ଏହି ନିର୍ବାଚନ ମଣ୍ଡଳୀକୁ ମିଳିବ ବୋଲି ଆଶା କରାଯାଉନାହିଁ। ପଦ୍ମପୁରରେ ମଧ୍ୟ ପଞ୍ଚାୟତ ଭୋଟ୍‌ ଫଳାଫଳ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଆଶାଜନକ ହୋଇପାରିନାହିଁ। ସେହିପରି ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ମିଳିସାରିଛି। ଚଳିତ ନିର୍ବାଚନରେ ଦଳର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ହାରିଛନ୍ତି। ଫଳରେ ଏହି ନିର୍ବାଚନ ମଣ୍ଡଳୀକୁ ଜିଲା ପରିଷଦ ଅଧ୍ୟକ୍ଷା ପଦ ମିଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଦଳୀୟ ନେତୃବୃନ୍ଦ କାହାକୁ ଜିଲା ପରିଷଦ ଅଧ୍ୟକ୍ଷା କରିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?