ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଋଣ ମନା

ନନ୍ଦପୁର,୧୪ା୮(ଶଙ୍କର ପୂଜାରୀ) : ଓଡ଼ିଶା ସରକାରଙ୍କ ‘ମୋ ଘର’ ଋଣ ଯୋଜନାରୁ ରାଜ୍ୟରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବଞ୍ଚତ୍ତ ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି ନିୟମ ୨/୧୯୫୬ର ଧାରା ୪ ଓ ୫ ବାଧକ ସାଜିଛି। ଫଳରେ ନନ୍ଦପୁର ବ୍ଲକରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ଅନୁସୂଚିତ ଜାତି ଓ ୩୬ ପ୍ରତିଶତ ଅନୁସୂଚିତ ଜନଜାତିର ଲୋକ ସରକାରଙ୍କ ମୋ ଘର ଋଣ ଯୋଜନାରୁ ବଞ୍ଚତ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଜିଲାଓ୍ବାରି ଦେଖିଲେ କୋରାପୁଟ ଜିଲାର ୧୪.୨ ପ୍ରତିଶତ ଅନୁସୂଚିତ ଜାତି ଓ ୫୦.୬ ପ୍ରତିଶତ ଅନୁସୂଚିତ ଜନଜାତି ଏବଂ ରାଜ୍ୟ ଓ୍ବାରି ଅନୁଧ୍ୟାନ କଲେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୩୯.୯୮ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ଲୋକ ଏଥିରୁ ଉପକୃତ ହେବେନାହିଁ। ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ରୋକଠୋକ ମନା କରି ଦେଉଛନ୍ତି। ଫଳରେ ଏହି ଯୋଜନା କେବଳ ସାଧାରଣ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି ବୋଲି ଚର୍ଚ୍ଚା ହେଉଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଥିବା ପରିବାରକୁ ନୂତନ ଗୃହ ନିର୍ମାଣର ସୁବିଧା ଦେବାକୁ ରାଜ୍ୟ ସରକାର ‘ମୋ ଘର’ ଋଣ ଯୋଜନା ଘୋଷଣା କରିଥିଲେ। ଯୋଜନାରେ ସାମିଲ ହେବାକୁ ସିଏସସି କେନ୍ଦ୍ରଗୁଡିକରେ ହିତାଧିକାରୀ ଆବେଦନ କଲେ। ଆବେଦନ କରିଥିବା ହିତାଧିକାରୀଙ୍କୁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଯେତେବେଳେ ବ୍ୟାଙ୍କକୁ ଡକାଇ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି ନିୟମ ୨/୧୯୫୬ର ସେକ୍ସନ ୪ ଓ ୫ ପ୍ରକାରେ ଅନୁସୂଚିତ ଜାତି ଓ ଜନଜାତିର ହିତାଧିକାରୀଙ୍କ ସହ ଚୁକ୍ତିନାମା କରିବାକୁ ମନା କରିଦେଲେ। ଏନେଇ ହିତାଧିକାରୀମାନେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବିଡିଓ ମିଶ୍ର ମଧ୍ୟ ସମାନ ନିୟମ ଥିବା କହି ହିତାଧିକାରୀଙ୍କୁ ନିରାଶ କରିଥିଲେ। ଘଟଣା ସମ୍ପର୍କରେ ପଟାଙ୍ଗି ବିଧାୟକ ପିତମ ପାଢୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଆଗାମୀ କ୍ୟାବିନେଟ ବୈଠକରେ ମଞ୍ଜୁରୀ ହୋଇ ବିଧାନସଭାରେ ପ୍ରସ୍ତାବ ପାରିତ ହେବ ବୋଲି ବିଧାୟକ ପାଢ଼ୀ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ବର୍ଗର ଲୋକଙ୍କ ଜମିବାଡ଼ିକୁ ସବଳ ଲୋକଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାକୁ ସରକାର ଏଭଳି ନିୟମ ଓ କଟକଣା ଜାରି କରିଥିଲେ, ଯାହା ଏଯାଏ ଅପରିବର୍ତ୍ତିତ ରହିଛି। ଫଳରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ନିଜ ଜମିବାଡ଼ିକୁ ବ୍ୟାଙ୍କରେ ବନ୍ଧକ ରଖି ବ୍ୟବସାୟ, ଗୃହଋଣ, ଶିକ୍ଷାଋଣ ଆଦି କୌଣସି ଋଣ ପାଇପାରୁନାହାନ୍ତି। ଯାହା ବର୍ତ୍ତମାନ ମୋ ଘର ଯୋଜନାରେ ପ୍ରତିଫଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?