ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରେ ଲୋଡିଂ ବିବାଦ

କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣିରେ ଲୁହାପଥର ଲୋଡିଂକୁ ନେଇ ବିବାଦ ଦେଖାଦେଇଛି। ଖଣିସଂସ୍ଥା ପକ୍ଷରୁ ଆଗ ଭଳି ଲୋଡିଂ ସ୍ଲିପ୍‌ (ବାରକୋଡ) କେନ୍ଦୁଝର ଜିଲା ଟ୍ରକମାଲିକ ସଂଘକୁ ନ ଦେବାରୁ ମାଲିକମାନେ ଲୋଡିଂ ପାଇପାରି ନ ଥିଲେ। ଫଳରେ ବିବାଦ ସୃଷ୍ଟି ହୋଇଥିଲା। ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଗଣ୍ଡଗୋଳ ଆଶଙ୍କା କରି ଶନିବାର ଖଣି ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅନ୍ୟପକ୍ଷରେ ଖଣିସଂସ୍ଥା ଲୋଡିଂ ସ୍ଲିପ୍‌ ସଂଘକୁ ନ ଦେଇ ପରିବହନ ଠିକା ସଂସ୍ଥା ବା କ୍ରେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇ ପ୍ରଦାନ କରିଥିବାରୁ ବିବାଦ ବଢ଼ିଥିଲା।

ଏହା ଦ୍ୱାରା ପରିବହନ ଠିକାସଂସ୍ଥା ତଥା କ୍ରେତାମାନେ ବାହାର ଟ୍ରକ/ ଟ୍ରେଲରମାନଙ୍କୁ ଲୋଡିଂ ସ୍ଲିପ୍‌ ଦେଇ ପରିବହନ କରିବେ। ଫଳରେ ସ୍ଥାନୀୟ ଅଞ୍ଚଳର ଟ୍ରକମାଲିକ ଲୋଡିଂ ନ ପାଇ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଥିବା ଦର୍ଶାଇ ଏହାକୁ ବିରୋଧ କରି ଆଜି ଶୁଆକାଟି ଖଣି ନିକଟରେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ସଂଘକୁ ଭାଙ୍ଗି ଦେବାକୁ ଏଭଳି ଉଦ୍ୟମ କରାଯାଉଛି ଏବଂ ବାହାର ଟ୍ରକକୁ ଭର୍ତ୍ତି କରିବାକୁ ଉଦ୍ୟମ ହେଉଛି ବୋଲି ଟ୍ରକ ମାଲିକ ସଂଘର ଦେବାଶିଷ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ କ୍ରେତା ନିଜ ଇଚ୍ଛାରେ ଲୁହାପଥର ପରିବହନ କରିବ। ଏଣୁ ଏଥିପାଇଁ ଖଣିସଂସ୍ଥା ତାଙ୍କୁ ଲୋଡିଂ ସ୍ଲିପ୍‌ ଦେବା ନିୟମ ରହିଛି। ଏଣୁ ସେମାନେ ଲୁହାପଥର ପରିବହନ ପାଇଁ ଟ୍ରକ୍‌ ସଂଘଙ୍କୁ ଚିଠି କରି ବା ଆବଶ ସଂଖ୍ୟକ ସ୍ଲିପ୍‌ଦେଇ ଟ୍ରକ ମାଗିବେ ଓ ଲୁହାପଥର ପରିବହନ କରିବେ ବୋଲି କେତେକ କହୁଛନ୍ତି। ତେବେ ଏନେଇ ଉଠିଥିବା ବିବାଦ ଯୋଗୁ ସ୍ଥାନୀୟ ଟ୍ରକମାଲିକମାନେ କ୍ଷତିଗ୍ରସ୍ତ ହେବା ନେଇ ଚିନ୍ତାରେ ରହିଛନ୍ତି। ତେବେ ଆସନ୍ତାକାଲି ଟ୍ରକମାଲିକ ସଂଘଙ୍କ ପ୍ରତିନିଧି ପରିବହନ ଠିକା ସଂସ୍ଥାଙ୍କ ଉପସ୍ଥିତ ଜିଲା ପ୍ରଶାସନ ଓ ପୋଲିସ ବିଭାଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ସମ୍ଭାବନା ରହିଛି। ଏନେଇ କେନ୍ଦୁଝର ଟ୍ରକ ମାଲିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ କର କହିଛନ୍ତି, ପରିବହନ ଠିକାଦାରଙ୍କ ଅଭିଯୋଗ କ୍ରମେ ଏଭଳି ବିବାଦ ଦେଖାଦେଇଛି। ଏନେଇ ପ୍ରଶାସନକୁ ସମାଧାନ କରିବାକୁ ନିବେଦନ କରାଯାଇଛି। ଆସନ୍ତାକାଲି ଏନେଇ ବୈଠକ ବସି ନିଷ୍ପତ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri