ବେଆଇନ ଟେଷ୍ଟିଂ: ପାଥୋଲାବ୍‌ ସିଲ୍‌, ମାଲିକ ଗିରଫ

ପୁରୀ ଅଫିସ/କାକଟପୁର, ୮।୫(ଡି.ଏନ୍‌.ଏ): କାକଟପୁରରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦେବା ଅଭିଯୋଗରେ ମା’ ପାଥୋଲାବକୁ ଶୁକ୍ରବାର ପୋଲିସ ସିଲ୍‌ କରିବା ସହ ମାଲିକଙ୍କୁ ଗିରଫ କରିଛି। ଦୁଇଟି ଟେଷ୍ଟିଂ କିଟ୍‌ ସମେତ ଜାଲ୍‌ କୋଭିଡ୍‌ ରିପୋର୍ଟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, କାକଟପୁର ଅଞ୍ଚଳରେ ଥିବା ମା’ ପାଥୋଲାବ୍‌ରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦିଆଯାଉଥିବା ନେଇ ସ୍ଥାନୀୟ ଥାନାରେ କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଆଶିଷ ମହାପାତ୍ର ଅଭିଯୋଗ କରିଥିଲେ। ତାଙ୍କ ନାମକୁ ବ୍ୟବହାର କରି ଓ ନକଲି ଦସ୍ତଖତ କରି କୋଭିଡ୍‌ ଟେଷ୍ଟ କରାଯାଉଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏହାପରେ ଗୁରୁବାର କାକଟପୁର ଥାନା ଅଧିକାରୀ ଏବଂ ତହସିଲଦାର ମିଳିତ ଭାବେ ମା’ ପାଥୋଲାବ୍‌ରେ ଚଢ଼ାଉ କରିଥିଲେ। ମାଲିକ ପ୍ରକାଶ ଦାଶ ଓ ତାଙ୍କ ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଶୁକ୍ରବାର ଅତିରିକ୍ତ ଏସ୍‌ପି ପୂର୍ଣଚନ୍ଦ୍ର ପ୍ରଧାନ କାକଟପୁରରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲାବ୍‌ ମାଲିକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ପ୍ରକାଶଙ୍କୁ ଗିରଫ କରିବା ସହ ଉକ୍ତ ଲାବ୍‌ ସମେତ ତାଙ୍କର ୩ ଲାବ୍‌କୁ ସିଲ୍‌ କରିଛି। ପ୍ରକାଶଙ୍କୁ କୋଭିଡ୍‌ ଟେଷ୍ଟ ପାଇଁ ଡାକ୍ତରଖାନା ନିଆଯିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ କୋର୍ଟଚାଲାଣ କରାଯିବା ପରିବର୍ତ୍ତେ କୋଭିଡ୍‌ କେୟାର ସେଣ୍ଟରକୁ ପଠାଯାଇଛି ବୋଲି ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି। ସେହିପରି କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ସରିନାହିଁ। ସରକାରୀ ଡାକ୍ତରଖାନାରୁ କିଟ୍‌ ଆସି ଉକ୍ତ ପାଥୋଲାବ୍‌ରେ ଟେଷ୍ଟିଂ ହେଉଥିଲା। ସେହିଭଳି ଡାକ୍ତରଙ୍କ ନାମରେ ମଧ୍ୟ ଜାଲ୍‌ ଦସ୍ତଖତ କରାଯାଇ ଲୁଟ୍‌ ହୋଇଛି। ତେବେ କିଭଳି ଭାବେ ପାଥୋଲାବ୍‌କୁ କିଟ୍‌ ଆସିଲା ଓ କେଉଁ ଅଧିକାରୀମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସେନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ। ଉଲ୍ଲେଖ ଥାଉ କି, କାକଟପୁର ଫୁରୁସିପଡ଼ାର ବିସ୍ମୟ ବିଶ୍ବାଳ ଟାଇଫଏଡ ଜ୍ବରରେ ଆକ୍ରାନ୍ତ ହୋଇ ପ୍ରକାଶଙ୍କ ନିକଟକୁ ଆସିଥିଲେ। ନକଲି ଡାକ୍ତର ପ୍ରକାଶ ତଙ୍କର କୋଭିଡ୍‌ ଟେଷ୍ଟ କରିଥିଲେ। ନେଗେଟିଭ ଥିବା ସତ୍ତ୍ୱେ ତାଙ୍କୁ ପଜିଟିଭ ରିପୋର୍ଟ ଦେଇଥିଲେ।
ଏହାପରେ ଘଟଣା ପଦାକୁ ଆସିଥିଲା। ପ୍ରକାଶ ମାତ୍ର ମାଟ୍ରିକ ପାଶ କରିଛନ୍ତି। ଏକ ନକଲି ମେଡିକାଲ ପାଶ୍‌ ସାର୍ଟିଫିକେଟ ଜେରକ୍ସ କପି ତାଙ୍କ ପାଖରେ ଅଛି। ଏସ୍‌ସିବି ମେଡିକାଲର ଜଣେ ଡାକ୍ତରଙ୍କ ନାମରେ ଫଲ୍ସ ପ୍ୟାଡ ବନାଇ ଲୋକଙ୍କୁ ଏଭଳି ଭାବେ ଠକି ଲୁଟୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri