ବେଆଇନ ଟେଷ୍ଟିଂ: ପାଥୋଲାବ୍‌ ସିଲ୍‌, ମାଲିକ ଗିରଫ

ପୁରୀ ଅଫିସ/କାକଟପୁର, ୮।୫(ଡି.ଏନ୍‌.ଏ): କାକଟପୁରରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦେବା ଅଭିଯୋଗରେ ମା’ ପାଥୋଲାବକୁ ଶୁକ୍ରବାର ପୋଲିସ ସିଲ୍‌ କରିବା ସହ ମାଲିକଙ୍କୁ ଗିରଫ କରିଛି। ଦୁଇଟି ଟେଷ୍ଟିଂ କିଟ୍‌ ସମେତ ଜାଲ୍‌ କୋଭିଡ୍‌ ରିପୋର୍ଟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, କାକଟପୁର ଅଞ୍ଚଳରେ ଥିବା ମା’ ପାଥୋଲାବ୍‌ରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦିଆଯାଉଥିବା ନେଇ ସ୍ଥାନୀୟ ଥାନାରେ କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଆଶିଷ ମହାପାତ୍ର ଅଭିଯୋଗ କରିଥିଲେ। ତାଙ୍କ ନାମକୁ ବ୍ୟବହାର କରି ଓ ନକଲି ଦସ୍ତଖତ କରି କୋଭିଡ୍‌ ଟେଷ୍ଟ କରାଯାଉଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏହାପରେ ଗୁରୁବାର କାକଟପୁର ଥାନା ଅଧିକାରୀ ଏବଂ ତହସିଲଦାର ମିଳିତ ଭାବେ ମା’ ପାଥୋଲାବ୍‌ରେ ଚଢ଼ାଉ କରିଥିଲେ। ମାଲିକ ପ୍ରକାଶ ଦାଶ ଓ ତାଙ୍କ ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଶୁକ୍ରବାର ଅତିରିକ୍ତ ଏସ୍‌ପି ପୂର୍ଣଚନ୍ଦ୍ର ପ୍ରଧାନ କାକଟପୁରରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲାବ୍‌ ମାଲିକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ପ୍ରକାଶଙ୍କୁ ଗିରଫ କରିବା ସହ ଉକ୍ତ ଲାବ୍‌ ସମେତ ତାଙ୍କର ୩ ଲାବ୍‌କୁ ସିଲ୍‌ କରିଛି। ପ୍ରକାଶଙ୍କୁ କୋଭିଡ୍‌ ଟେଷ୍ଟ ପାଇଁ ଡାକ୍ତରଖାନା ନିଆଯିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ କୋର୍ଟଚାଲାଣ କରାଯିବା ପରିବର୍ତ୍ତେ କୋଭିଡ୍‌ କେୟାର ସେଣ୍ଟରକୁ ପଠାଯାଇଛି ବୋଲି ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି। ସେହିପରି କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ସରିନାହିଁ। ସରକାରୀ ଡାକ୍ତରଖାନାରୁ କିଟ୍‌ ଆସି ଉକ୍ତ ପାଥୋଲାବ୍‌ରେ ଟେଷ୍ଟିଂ ହେଉଥିଲା। ସେହିଭଳି ଡାକ୍ତରଙ୍କ ନାମରେ ମଧ୍ୟ ଜାଲ୍‌ ଦସ୍ତଖତ କରାଯାଇ ଲୁଟ୍‌ ହୋଇଛି। ତେବେ କିଭଳି ଭାବେ ପାଥୋଲାବ୍‌କୁ କିଟ୍‌ ଆସିଲା ଓ କେଉଁ ଅଧିକାରୀମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସେନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ। ଉଲ୍ଲେଖ ଥାଉ କି, କାକଟପୁର ଫୁରୁସିପଡ଼ାର ବିସ୍ମୟ ବିଶ୍ବାଳ ଟାଇଫଏଡ ଜ୍ବରରେ ଆକ୍ରାନ୍ତ ହୋଇ ପ୍ରକାଶଙ୍କ ନିକଟକୁ ଆସିଥିଲେ। ନକଲି ଡାକ୍ତର ପ୍ରକାଶ ତଙ୍କର କୋଭିଡ୍‌ ଟେଷ୍ଟ କରିଥିଲେ। ନେଗେଟିଭ ଥିବା ସତ୍ତ୍ୱେ ତାଙ୍କୁ ପଜିଟିଭ ରିପୋର୍ଟ ଦେଇଥିଲେ।
ଏହାପରେ ଘଟଣା ପଦାକୁ ଆସିଥିଲା। ପ୍ରକାଶ ମାତ୍ର ମାଟ୍ରିକ ପାଶ କରିଛନ୍ତି। ଏକ ନକଲି ମେଡିକାଲ ପାଶ୍‌ ସାର୍ଟିଫିକେଟ ଜେରକ୍ସ କପି ତାଙ୍କ ପାଖରେ ଅଛି। ଏସ୍‌ସିବି ମେଡିକାଲର ଜଣେ ଡାକ୍ତରଙ୍କ ନାମରେ ଫଲ୍ସ ପ୍ୟାଡ ବନାଇ ଲୋକଙ୍କୁ ଏଭଳି ଭାବେ ଠକି ଲୁଟୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri