ଅକ୍ସିଜେନ ସ୍ତର ୯୪ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ: ଫାବିପିରାଭିର ମନଇଚ୍ଛା ଖାଆନ୍ତୁ ନାହିଁ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଛି। ସଂକ୍ରମଣ ଯେତିକି ଭୟଙ୍କ ହେଉଛି ମୃତ୍ୟୁ ମଧ୍ୟ ସେତିକି ଚିନ୍ତାଜନକ ରହିଛି। ରୋଗୀ ସଂଖ୍ୟା ଅଧିକ ଥିବାରୁ ଓ ମନଇଚ୍ଛା ଅକ୍ସିଜେନ ବ୍ୟବହାର ହେଉଥିବାରୁ ଏହାର ଘୋର ସଙ୍କଟ ଦେଖାଦେଇଛି। ତେଣୁ କେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶକତା ରହିଛି, ସେ ସଂକ୍ରାନ୍ତରେ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ ନିର୍ଦ୍ଦେଶକ ଡା. କ୍ଷୀରୋଦ କୁମାର ରାଉତ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନ ଥାଏ। ଯଦି ରୋଗୀଙ୍କ ଅକ୍ସିଜେନ ସ୍ତର ୯୪ରୁ ତଳକୁ ଖସିବ, ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅକ୍ସିଜେନ୍‌ ମାପିବା ପାଇଁ ଅକ୍ସିମିଟରକୁ ଠିକ୍‌ ଭାବେ ଲଗାଇବା ଉଚିତ। ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଦରକାର। ନ ହେଲେ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଅକ୍ସିମିଟର ଲଗାଇ ପାରିବେ। ତେବେ ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ୍‌ ଭାବେ ଖାପିବା ଦରକାର। ଆଙ୍ଗୁଠିରେ ନେଲ୍‌ପଲିସ ନ ଥିବା ଉଚିତ। ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଡା. ରାଉତ ଉପସ୍ଥିତ ରହି ଏହି ପରାମର୍ଶ ଦେଇଛନ୍ତି। ଏଥିସହିତ ସେ ଅକ୍ସିଜେନ ସ୍ତର ବଢ଼ାଇବା ପାଇଁ କେତେକ ଉପାୟ କହିଛନ୍ତି, କିଛି ବ୍ୟାୟାମ କରିବା ଦ୍ୱାରା ଶରୀରରେ ଅକ୍ସିଜେନ ମାତ୍ରାକୁ ପୁଣିଥରେ ବଢ଼ାଇହେବ। ପ୍ରୋନିଂ ବା ପେଟ ମାଡ଼ି ଶୋଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ। ନ ହେଲେ ଅନୁଲୋମ ବିଲୋମ, ଜୋର୍‌ରେ ନିଃଶ୍ୱାସ ନେଇ ଛାଡ଼ିବା ଦ୍ୱାରା ବହୁତ ଉପକାର ମିଳିଥାଏ ବୋଲି ଡା. ରାଉତ କହିଛନ୍ତି।

 

ଫାବିପିରାଭିର ମନଇଚ୍ଛା ଖାଆନ୍ତୁ ନାହିଁ
ସବୁ କରୋନା ରୋଗୀ ମନ ଇଚ୍ଛା ଫାବିପିରାଭିର ଔଷଧ ଖାଇବା ଉଚିତ ନୁହେଁ ବୋଲି କହିଛନ୍ତି କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା। ହୋମ୍‌ ଆଇସୋଲେଶନରେ ଥିବା ରୋଗୀ କେଉଁ ମେଡିସିନ କିପରି ଖାଇବା ଦରକାର ତାହା ଉପରେ ସେ ପରାମର୍ଶ ଦେଇଥିଲେ। ମନ ଇଚ୍ଛା ଯଦି ଦୋକାନରୁ ଫାବିପିରାଭିର କିଣି ଖାଇବ ତେବେ ଲାଭ ଅପେକ୍ଷା ଅଧିକ କ୍ଷତି ହେବ। କେଉଁ ରୋଗୀଙ୍କୁ ଫାବିପିରାଭିର ଦିଆଯିବ ତାହା ଡାକ୍ତର ନିଷ୍ପତ୍ତି ନେବେ। ଅଧିକ ଔଷଧ ଖାଇବାର କୌଣସି ଆବଶକତା ନାହିଁ। ଡାକ୍ତରଙ୍କ ପରାମର୍ଶ ବିନା ଷ୍ଟିରଏଡ୍‌ ନେଲେ ଭାଇରାଲ ଲୋଡ୍‌ ବଢ଼ିପାରେ ବୋଲି ଡା. ପଣ୍ଡା ସତର୍କ କରାଇଛନ୍ତି। ସେ କହିଛନ୍ତି, କରୋନା ଏକ ଭୂତାଣୁ ଜନିତ ରୋଗ। ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ଜ୍ୱର ନ କମିଲେ ନେପ୍ରକ୍ସିନ ବଟିକା ୨୫୦ ମିଗ୍ରା ଦିନକୁ ୨ଟି ଖାଇପାରିବେ। ସେହିପରି ହୋମ୍‌ ଆଇସୋଲେଶନରେ ରୋଗୀ ଆଇଭରମେକଟିନ ଔଷଧ ଖାଇପାରିବେ। ବଡ଼ମାନଙ୍କୁ ୧୨ମିଗ୍ରା ଓ ଛୋଟମାନଙ୍କୁ ୬ମିଗ୍ରା ଆଇଭରମେକଟିନ ଦିଆଯାଇପାରିବ। ୩ରୁ ୪ ଦିନ ପର୍ଯ୍ୟନ୍ତ ଏହି ଔଷଧ ବ୍ୟବହାର କରାଯାଇଥାଏ। ଠିକ୍‌ ସେମିତି ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ରୋଗୀଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇପାରିବ। ପାରାସିଟାମଲ ଓ ଆଇଭରମେକଟିନ ଔଷଧ ବ୍ୟତୀତ ଅନ୍ୟ ଔଷଧର ଆବଶ୍ୟକ ନ ଥାଏ। ଏଥିସହ ଭିଟାମିନ ଓ ଜିଙ୍କ୍‌ ଔଷଧ ଖାଇପାରିବେ ବୋଲି ଡା. ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri