ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ ଲଘୁ ଖଣିଜ ଉପନିର୍ଦ୍ଦେଶାଳୟ ନିକଟରୁ ହାସଲ କରିବାକୁ ପଡିବ ବୋଲି ତହସିଲ ସୂତ୍ରରୁ ଜଣାପଡିଛି। ଏହିକ୍ରମରେ ତହସିଲ ଅଧୀନ ସମସ୍ତ ବାଲିଘାଟର ଲିଜଧାରୀମାନଙ୍କୁ ଖଣି ଉପନିର୍ଦ୍ଦେଶାଳୟ ନିକଟରେ ଆବେଦନ କରିବାକୁ ହେବ। ତେବେ ଏଯାଏ ବିଭାଗ ପକ୍ଷରୁ କୌଣସି ଗୋଟିଏ ହେଲେ ବାଲିଘାଟକୁ ଅନୁମତି ମଳି ନ ଥିବା ବିଭାଗ ସୂତ୍ରରୁ ଜଣାପଡିଛି। ହେଲେ ତହସିଲ ଅଞ୍ଚଳରେ ବେଆଇନ ଭାବେ ବାଲିଘାଟରୁ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି।
ରସୁଲପୁର ତହସିଲର ଦକ୍ଷିଣ ପାର୍ଶ୍ୱରେ ବ୍ରାହ୍ମଣୀ, ଉତ୍ତରପାର୍ଶ୍ୱରେ ଖରସ୍ରୋତା ନଦୀ ରହିଛି। ବ୍ରାହ୍ମଣୀ ନଦୀର ଯାବରା ପଞ୍ଚାୟତସ୍ଥିତ କଣ୍ଠିିଆକଣ, ଶ୍ରୀବନ୍ତପୁରର ମାନପୁର, କଲଣର ନୂଆହାଟ, ସିଂହାପୁରର ବ୍ରାହ୍ମଣବାଡ, ବାରବାଟୀର ଭଗତପୁର, ଦୁର୍ଗାପୁର କୁଦ-୧ ଓ ୨, ରାଜେନ୍ଦ୍ରପୁରର କରଜଙ୍ଗା, ସାମନ୍ତରାପୁରର ଚଅପୋଇ, ମଙ୍ଗରାଜପୁରର ଲଙ୍କାବାଲି ସାହି, ବ୍ରହ୍ମବରଦା ଓ ମହେଶ୍ୱରପୁରର ଚାନ୍ଦପୁର, ବନ୍ଧଢିହ ପଞ୍ଚାୟତର ସାହାପଡା, ସେହିପରି ଖରସ୍ରୋତା ନଦୀର ରସୁଲପୁର ପଞ୍ଚାୟତର ଖଣ୍ଡିତର, ବାହାଦଲାପୁର ପଞ୍ଚାୟତର ପରିଡାବାଦ ଆଦି ସ୍ଥାନରେ ତହିସଲ ପକ୍ଷରୁ ବାଲିଘାଟ ନିଲାମ ଦିଆଯାଇଥିଲା। ଉକ୍ତ ଘାଟଗୁଡିକର ପରିଚାଳନା ଦାୟିତ୍ୱ ଲଘୁ ଖଣିଜ ବିଭାଗ ଉପରେ ନ୍ୟସ୍ତ ହୋଇଛି। ବାଲି ଉତ୍ତୋଳନ ଅନୁମିତଠାରୁ ଆରମ୍ଭ କରି ୱାଇ ଫର୍ମ ଇସ୍‌ୟୁ କରିବା, ନିଲାମଧାରୀ କେତେ ଜମିରୁ ବାଲି ଉତ୍ତୋଳନ କରିବେ, କେତେ ପରିମାଣର ଉତ୍ତୋଳନ କରିବେ ଏସବୁ ଦାୟିତ୍ୱ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ବିଭାଗ ନିକଟରେ ମାନବ ସମ୍ବଳ ନ ଥିବାରୁ ବେଆଇନ ପରିବହନ ଓ ଉତ୍ତୋଳନ ଆଦି ଉପରେ ଚଢାଉ କରିବା ଦାୟିତ୍ୱ ତହସିଲ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। ଏହି ହିସାବରେ ରସୁଲପୁର ବ୍ଲକ ଅଧୀନରେ ଗୋଟିଏ ହେଲେ ଘାଟରୁ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇନାହିଁ। ରସୁଲପୁର ତହସିଲ ପକ୍ଷରୁ ନିଲାମ ଦିଆଯାଇ ଥିବା ବାଲିଘାଟ ଗୁଡିକର ତାଲିକା ବିଭାଗର ହସ୍ତଗତ ହୋଇଥିବା ଜଣାଯାଇଛି। ଚଳିତବର୍ଷଠାରୁ ନିଲାମ ଘାଟଗୁଡିକରୁ ବାଲି ଉତ୍ତୋଳନ ପୂର୍ବରୁ ଲିଜ୍‌ଧାରୀମାନେ ବିଭାଗ ନିକଟରୁ ଅନୁମତି ହାସଲ କରିବା ପରେ ବାଲି ଉତ୍ତୋଳନ କରିପାରିବେ। ଏଭଳି ସ୍ଥିତିରେ ବିନା ଅନୁମତିରେ କେତେଗୋଟି ଘାଟରୁ ବାଲି ପରିବହନ କରାଯାଉଥିବା ଅଭିଯୋଗ ହେଉଛି। ସେଥିମଧ୍ୟରୁ ଭଗତପୁର ବାଲି ଘାଟକୁ ଉଦାହରଣ ଭାବେ ନିଆଯାଇ ପାରେ। ଏହି ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ବେଳେ ଗ୍ରାମବାସୀ ବିରୋଧ କରିବା ସହ ବାଲି ଉତ୍ତୋଳନରେ ବ୍ୟବହାର ହେଉଥିବା ଗାଡି ଗୁଡିକୁ ଜବତ କରିଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଭାବେ ଆହୁରୀ କେତେଗୋଟି ଘାଟରୁ ବାଲି ପରିବହନ ହେଉଛି। ମାତ୍ର ସେମାନଙ୍କ ନିକଟରେ ବିଭାଗୀୟ ଅନୁମତି ନାହି। ଏ ସମ୍ପର୍କରେ ତହସିଲ ପ୍ରଶାସନ ଅବଗତ ଥାଇ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏ ଦିଗରେ ଲଘୁ ଖଣିଜ ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ତାଙ୍କ ଜାଣିବାରେ ଧର୍ମଶାଳା ତହସିଲ ଅଞ୍ଚଳର କେତେଗୋଟି କଳାପଥର କ୍ୱାରୀକୁ ଛାଡି ଦେଲେ ରସୁଲପୁର ତହସିଲ ଅଧୀନରେ କୌଣସି ବାଲି ଘାଟକୁ ବିଭାଗ ପକ୍ଷରୁ ଅନୁମତି ମିଳିନାହିଁ। ଅନୁମତି ମିଳିବା ପରେ ଲିଜ୍‌ଧାରୀମାନେ ୧/୪ଏମ ସଫ୍ଟ ଓୟାରକୁ ବ୍ୟବହାର କରି ଅନ୍‌ଲାଇନରୁ ୱାଇ ଫର୍ମ ହାସଲ କରିବା ପରେ ବାଲି ଉତ୍ତୋଳନ କରିପାରିବେ। କେତେଗୋଟି ସ୍ଥାନରେ ଆଇନକୁ ଉଲ୍ଲଂଘନ କରାଯାଇ ବାଲି ଉତ୍ତୋଳନ ହେଉଥିବା ସୂଚନା ତାଙ୍କ ନିକଟକୁ ଆସୁଛି। ବିଭାଗ ନିକଟରେ କର୍ମଚାରୀ ଅଭାବ ଥିବାରୁ ସେମାନେ ସିଧାସଳଖ ଚଢାଉ କରିପାରୁନାହାନ୍ତି। ଅନିୟମତିତା ସମ୍ପର୍କରେ ସୂଚନା ମିଳିଲେ ତହସିଲ ପ୍ରଶାସନ ଓ ତାଙ୍କ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ବେଆଇନ କାର୍ଯ୍ୟକୁ ବନ୍ଦ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?