ନିରାମୟରେ ମିଳୁନି ସମସ୍ତ ପ୍ରକାର ଔଷଧ

ପଟ୍ଟାମୁଣ୍ଡାଇ,୧୧।୧୦(କଳ୍ପତରୁ ନାୟକ):  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ନିରାମୟ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇ ଗୋଟିଏ କାଉଣ୍ଟର ଖୋଲାଯାଇଛି। ଏହି ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ରାଜନଗର, ଆଳି, ରାଜକନିକା ଓ ମହାକାଳପଡ଼ା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟକୁୁ ଆସୁଥିବା ଶହ ଶହ ରୋଗୀ ଅଧିକାଂଶ ଔଷଧ ନିରାମୟ କେନ୍ଦ୍ରରେ ମିଳୁ ନ ଥିବା ଅଭିଯୋଗ କରୁଛନ୍ତି। କଲେଜ ଛାତ୍ରୀ ପୂଜା ପାତ୍ର କହିଛନ୍ତି, ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେଠାରେ ଏକ ତାଲିକା ଲଗାଯିବା କଥା। ଉପଲବ୍ଧ ଥିବା ଔଷଧ ପାଶର୍‌ବରେ ଠିକ୍‌ ଚିହ୍ନ ମରାଯିବା କଥା, ମାତ୍ର ଏହି ଚିକିତ୍ସାଳୟରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇନାହିଁ। ବୁଦ୍ଧିଜୀବୀ ରବୀନ୍ଦ୍ର ଭଟ୍ଟ କହିଛନ୍ତି, ଡାକ୍ତର ଔଷଧ ଚିଠା ଲେଖିବା ବେଳେ ସାଦା କାଗଜ ଚିରୁକୁଟିରେ ବାହାର କମ୍ପାନୀ ଔଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହିଁ। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଏଠାରେ ପ୍ରାୟ ୨୭୧ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ଯେପରି ଆଣ୍ଟିବାୟୋଟିକ୍‌, ଆନାଲଜେସିକ, ଆଣ୍ଟି ମ୍ୟାଲେରିଆ, କୃମି ଔଷଧ, ଥଣ୍ଡା କାଶ ଔଷଧ, ଚର୍ମ, ପେଟରୋଗ ସମ୍ପର୍କିତ, ଝାଡ଼ା, ଭିଟାମିନ୍‌ ମିନେରାଲ, ସ୍ନାୟୁ, ସର୍ଜିକାଲ, ଶ୍ୱାସ, ପେଟ ବ୍ୟଥା, ଆଣ୍ଟି ଡାଇବେଟିକ୍‌, କୁଷ୍ଠ ରୋଗୀଙ୍କ ପାଇଁ ଔଷଧ, ଆଖି, ରକ୍ତ ଶୂନ୍ୟତା ଓ ଅନ୍ୟ ଔଷଧ ରୋଗୀଙ୍କ ପାଇଁ ଚିକିତ୍ସାଳୟରେ ନିରାମୟ ସୂଚନା ଫଳକ ଲଗା ହେବା କଥା। ମାତ୍ର ଏଠାରେ ସୂଚନା ଫଳକ ଲଗାଯାଇନାହିଁ। ରୋଗୀଙ୍କ ଅଜାଣତରେ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା କହି ବାହାରୁ ଆଣିବା ପାଇଁ ଡାକ୍ତର ଚିଠା ଦେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଚିକିତ୍ସାଳୟରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଏଡିଏମ୍‌ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଚିକିତ୍ସାଳୟରେ ନିରାମୟ ଯୋଜନାର ସମସ୍ତ ଔଷଧ ମିଳୁଛି। ଡାକ୍ତର ଛୋଟ ଚିରୁକୁଟିରେ ବାହାର ଔଷଧ କିଣା ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲକଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri