Posted inଫୁରସତ

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି ହୋଇଛି, ଯାହାକୁ ପେନ୍‌ ସଂଗ୍ରହକାରୀ ନିଶ୍ଚୟ ନିଜ ସଂଗ୍ରହରେ ରଖିବାକୁ ଚାହିଁବେ। କାରଣ ଉକ୍ତ କଲମରେ ଏକ ଛୋଟ କାଚର ଟ୍ୟାଙ୍କ ଅଛି, ଯେଉଁଥିରେ ରଖାଯାଇଛି ଜୀବନ୍ତ ପରଜୀବୀ କୃମି। ବେଶ୍‌ ହଲଚଲ୍‌ ହୁଅନ୍ତି ଏହି ଲମ୍ବା ଲମ୍ବା ଜୀବନ୍ତ କୃମି। ସାଧାରଣତଃ ଏହି କୃମି ମାଛର ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନ୍‌ରେ ଟ୍ରାକ୍ଟରେ ଇନ୍‌ଫେକ୍ସନ କରିଥାନ୍ତି। ତା’ସହ କଞ୍ଚା ତଥା ଅଳ୍ପ ସିଝା ହୋଇଥିବା ସାମୁଦ୍ରିକ ଜୀବ ଖାଉଥିବା ଲୋକ ବି ଏହି କୃମି ପାଇଁ ଇନ୍‌ଫେକ୍ସନର ଶିକାର ହୋଇଥାଆନ୍ତି। ତେଣୁ ଅନେକେ ଏହି କୃମିକୁ ଆଖପାଖରେ ବି ଦେଖିବାକୁ ଚାହିଁବେ ନାହିଁ। ହେଲେ ଏହି ପେନ୍‌ରେ ରହିଛି ସେହି ଇନଫେକ୍ସନ ସୃଷ୍ଟି କରୁଥିବା କୃମି। ଆଶ୍ଚର୍ଯ୍ୟର କଥା ଏହି ବଲ୍‌ପଏଣ୍ଟ ପେନ୍‌ର ଚାହିଦା ଜାପାନରେ ବହୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri