Posted inଫୁରସତ

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌ ପରି। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ମୂଲ୍ୟ ସିଙ୍ଗଲ୍‌ ଇଞ୍ଜିନ୍‌ ବିଶିଷ୍ଟ ଏରୋପ୍ଲେନ୍‌ଠାରୁ ବି ଅଧିକ। ପ୍ରାୟ ୩୯୦୦୦ଡଲାର ବା ପ୍ରାୟ ୨୯, ୧୫, ୪୪୫ ଟଙ୍କା ହେଉଛି ଏହାର ଦାମ। ଏଥିରେ ଲୁଇସ୍‌ ଭିଟୋନ୍‌ର ଆଇକୋନିକ୍‌ ମୋନୋଗ୍ରାମ ଦେଖିବାକୁ ମିଳେ। ସତସତିକା ଏରୋପ୍ଲେନ୍‌ ଭଳି ଏହି ବ୍ୟାଗର ଓ୍ବିଙ୍ଗସ୍‌, ଟେଲ୍‌ ବି ଅଛି। ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri