Posted inଫୁରସତ

ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ

ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍‌ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍‌ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ ସୁନ୍ଦର ବଡ଼ ରିଙ୍ଗ। ହେଲେ ଏହାକୁ ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏହା ସବୁଠୁ ଅଧିକ ହୀରା ଲାଗିଥିବା ମୁଦିଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ପୂର୍ବରୁ ଏହି ରେକର୍ଡ ହାଇଦ୍ରାବାଦର ଜୁଏଲର୍‌ କୋଟି ଶ୍ରୀକାନ୍ତଙ୍କ ନାମରେ ଥିଲା। ଯେ କି ୭୮୦୧ ହୀରାଖଚିତ ମୁଦି ତିଆରି କରିଥିଲେ। କିନ୍ତୁ ମିରଟ୍‌ର ଜୁଏଲର୍‌ ହର୍ଷିତ ବଂଶଲ ‘ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ’ ନାମକ ମୁଦି ତିଆରି କରି ସେହି ରେକର୍ଡ ଭାଙ୍ଗିଛନ୍ତି। ୮ ଲେୟରବିଶିଷ୍ଟ ଏହି ମୁଦି ୧୬୫.୪୫ଗ୍ରାମର ଅଟେ। ଏଥିରେ ୩୮.୦୮ କ୍ୟାରେଟ୍‌ର ୧୨, ୬୩୮ଟି ହୀରା ଖଚିତ ହୋଇଛି। ହର୍ଷିତ କହନ୍ତି, ‘ମୁଁ ଓ ମୋ ପତ୍ନୀ ୨୦୧୮ରେ ଅଧିକ ହୀରାଖଚିତ ମୁଦି ସମ୍ପର୍କରେ ପଢିଥିଲୁ। ଏହାପରେ ହିଁ ନିଜେ ସବୁଠାରୁ ଅଧିକ ହୀରାଖଚିତ ମୁଦି ତିଆରି କରିବାକୁ ନିଷ୍ପତ୍ତି ନେଲି। ଆଉ ସେହି ବର୍ଷ ମୁଦି ତିଆରି କାମ ଆରମ୍ଭ କଲି। ୨୦୨୦ରେ ଏହାର ତିଆରି ସରିଲା। ଏଥିରେ ବ୍ୟବହୃତ ସବୁ ହୀରାକୁ ଆମେ ଭଲଭାବେ ପରୀକ୍ଷଣ କରିଛୁ। ଏସବୁ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଅଟେ। ମୁଦିକୁ ଇଣ୍ଟରନ୍ୟାଶନାଲ ଜେମୋଲୋଜିକାଲ ଲାବରେଟୋରି ଦ୍ୱାରା ମଧ୍ୟ ସ୍ବୀକୃତି ମିଳିଛି। ତେବେ ପ୍ରାରମ୍ଭରେ ମୁଦିର ଡିଜାଇନ୍‌ କେଉଁଭଳି କରିବି ଭାବି ପାରୁ ନ ଥିଲି। ଶେଷରେ ନିଜ ବଗିଚାରୁ ହିଁ ଡିଜାଇନ୍‌ ମିଳିଥିଲା। ଦିନେ ବଗିଚାର ଏକ ଗେଣ୍ଡୁ ଫୁଲ ମତେ ଆକର୍ଷିତ କରିଥିଲା। ଆଉ ତାକୁ ଛିଣ୍ଡାଇ ମୁଁ ହାତରେ ମୁଦି ଭଳି ରଖିଲି। ନିଷ୍ପତ୍ତି ନେଲି ମୁଦି ଡିଜାଇନ୍‌ ଗେଣ୍ଡୁ ଫୁଲ ଭଳି କରିବି ବୋଲି। ଏହି ମୁଦିର ବିଶେଷତ୍ୱ ହେଉଛି ଯେ, ମୁଦିର ପ୍ରତ୍ୟେକ ପାଖୁଡା ପରସ୍ପରଠାରୁ ଭିନ୍ନ। ତେବେ ଏହି ସୁନ୍ଦର ମୁଦି ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ। କାରଣ ଏହା ଆମର ଭାବନା ସହ ଜଡିତ ହୋଇ ଅଛି।’


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?