Odisha Elections 2024
Posted inଜାତୀୟ

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା ଗ୍ରହଣଯୋଗ୍ୟ ହୋଇପାରି ନାହଁ। ଏହାର ମୁଖ୍ୟ କାରଣ ହେଉଛି ବିବାହ ନ କରି ଯୋଡ଼ି ଏକାଠି ରହିବା ପ୍ରତି ଭାରତୀୟ ନ୍ୟାୟ ବ୍ୟବସ୍ଥାର ଭିନ୍ନ ଦୃଷ୍ଟିଭଙ୍ଗୀ। ଭାରତୀୟ ସଂସ୍କୃତିରେ ଲିଭ୍‌-ଇନ୍‌ ରିଲେଶନ୍‌ ଏବେ ମଧ୍ୟ ଏକ କଳଙ୍କ ବୋଲି ବୁଧବାର ଛତିଶଗଡ଼ ହାଇକୋର୍ଟ ଟିପ୍ପଣୀ ଦେଇଥିବାବେଳେ ମୁସଲମାନମାନେ ଏଭଳି ସମ୍ପର୍କର ଅଧିକାର ମାଗିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଛନ୍ତି।
ଲିଭ୍‌-ଇନ୍‌ ସମ୍ପର୍କରୁ ଜାତ ଏକ ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜଣେ ବ୍ୟକ୍ତି ଛତିଶଗଡ଼ ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଗୌତମ ଭାଦୁରି ଏବଂ ସଞ୍ଜୟ ଏସ୍‌. ଅଗ୍ରଓ୍ବାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଲିଭ୍‌-ଇନ୍‌ ସମ୍ପର୍କରେ ପାର୍ଟନରଙ୍କ ମଧ୍ୟରେ ଯେତେବେଳେ ପଡ଼େନାହିଁ, ସେତେବେଳେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ସୁଯୋଗ ମିଳିଥାଏ। କିନ୍ତୁ ବିବାହ କ୍ଷେତ୍ରରେ ପ୍ରାୟତଃ ଏପରି ଦେଖିବାକୁ ମିଳେନାହିଁ। ବିବାହ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା, ସାମାଜିକ ଗ୍ରହଣୀୟତା, ପ୍ରଗତି ଓ ସ୍ଥିରତା ପ୍ରଦାନ କରିଥାଏ, ଯାହାକି ଲିଭ୍‌-ଇନ୍‌ ସମ୍ପର୍କରେ ଦେଖିବାକୁ ମିଳି ନ ଥାଏ। ସମାଜକୁ ଅତି ନିକଟରୁ ଅନୁଧ୍ୟାନ କଲେ ଜଣାଯାଏ, ବିବାହ ଅନୁଷ୍ଠାନ ପୂର୍ବରୁ ଲୋକଙ୍କୁ ନିୟନ୍ତ୍ରଣ କରୁଥିବାବେଳେ ଆଧୁନିକ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସାଂସ୍କୃତିକ ପ୍ରଭାବ ଯୋଗୁ ଏହା କ୍ଷୁଣ୍ଣ ହୋଇଯାଉଛି। ଲିଭ୍‌-ଇନ୍‌ ସମ୍ପର୍କର ଧାରଣା କ୍ରମଶଃ ମଜଭୁତ ହେବାରେ ଲାଗିଥିବାରୁ ଦାମ୍ପତ୍ୟ କର୍ତ୍ତବ୍ୟ ପ୍ରତି ଉଦାସୀନତା ବଢ଼ିବାରେ ଲାଗିଛି ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ଗତବର୍ଷ ଦାନ୍ତଓ୍ବୋଡା ବାସିନ୍ଦା ଆବେଦନକାରୀ ଅବ୍‌ଦୁଲ୍‌ ହମିଦ୍‌ ସିଦ୍ଦିକି ପାର୍ଟନର କବିତା ଗୁପ୍ତାଙ୍କ ସହ ୩ ବର୍ଷ ଧରି ସମ୍ବନ୍ଧ ରଖିଥିଲେ। ଏହି ସମ୍ପର୍କରୁ ଜାତ ପିଲାକୁ ଅବ୍‌ଦୁଲ ନିଜ ପାଖରେ ରଖିବା ପାଇଁ ସ୍ଥାନୀୟ ଫାମିଲି କୋର୍ଟରେ ଆବେଦନ କରିଥିଲେ। ଫାମିଲି କୋର୍ଟ ଆବେଦନ ଖାରଜ କରିଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସେହିପରି ଉତ୍ତରପ୍ରଦେଶର ଆଲ୍ଲାହାବାଦ ହାଇକୋର୍ଟ ଏକ ଅପହରଣ ମାମଲାକୁ ଖାରଜ କରିବା ସହ ହିନ୍ଦୁ-ମୁସଲିମ୍‌ ଯୋଡ଼ିଙ୍କ ଲିଭ୍‌-ଇନ୍‌ ସମ୍ପର୍କରେ ହସ୍ତକ୍ଷେପ କରାଯିବ ନାହିଁ

ବୋଲି କହିଛନ୍ତି। ଲିଭ୍‌-ଇନ୍‌ରେ ରହୁଥବା ଯୋଡ଼ିଙ୍କ କ୍ଷେତ୍ରରେ ମୁସଲମାନ ପୁରୁଷ ଏଭଳି ସମ୍ପର୍କର ଅଧିକାର ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଆତାଉର ରହମାନ ଏବଂ ଅଜୟ କୁମାର ଶ୍ରୀବାସ୍ତବ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାହ ଉଭୟ ଧର୍ମର ନିର୍ଦ୍ଦିଷ୍ଟ ଆଇନାନୁସାରେ ସମ୍ପନ୍ନ ହୋଇଥାଏ। ଏଥିପାଇଁ ପରମ୍ପରାକୁ ଉପଯୁକ୍ତ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ବ୍ୟବସ୍ଥାପିକା ଦ୍ୱାରା ଆଇନ ପ୍ରଣୟନ କରାଯାଉଥିବାରୁ ପରମ୍ପରା ଓ ରୀତିନୀତି ହେଉଛି ସମ୍ବିଧାନ ସ୍ବୀକୃତ ଆଇନର ସମାନ ଉତ୍ସ। ଏହାକୁ ଥରେ ସ୍ବୀକୃତି ମିଳିଲେ ସମ୍ବିଧାନ ଅନୁସାରେ ବୈଧ ହୋଇଯାଏ। ତେଣୁ ଅନୁଚ୍ଛେଦ ୨୧ ଅଧୀନରେ ଲିଭ୍‌-ଇନ୍‌ ସମ୍ପର୍କ ନିରଙ୍କୁଶ ସମର୍ଥନର ଅଧିକାର ପାଇ ନ ଥାଏ, ଯଦି ଏହା ପ୍ରଚଳିତ ପରମ୍ପରା ଓ ରୀତିନୀତିର ବିରୁଦ୍ଧାଚରଣ କରେ। ଆଲୋଚ୍ୟ ପ୍ରସଙ୍ଗରେ ଜଣେ ପୁରୁଷଙ୍କ ବିରୋଧରେ ଅପହରଣ ମାମଲା ଖାରଜ କରି ହିନ୍ଦୁ-ମୁସଲମାନ ଯୋଡ଼ିଙ୍କ ସମ୍ପର୍କରେ ହସ୍ତକ୍ଷେପ ନ କରିବାକୁ ଆବେଦନ ହୋଇଥିଲା। ଏନେଇ ହାଇକୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି ଇସ୍‌ଲାମ ଉପରେ ପୁନଃ ଆସ୍ଥା ପ୍ରକଟ କରିବା ଦ୍ୱାରା ଲିଭ୍‌-ଇନ୍‌ ସମ୍ପର୍କ ଅଧିକାର ଦାବି କରିପାରିବେ ନାହିଁ। ଏହି ଯୋଡ଼ି ପୂର୍ବରୁ ନିଜ ସ୍ବାଧୀନତା ପାଇଁ ପିଟିଶନ ଦାଖଲ କରିସାରିଛନ୍ତି। ଇତିମଧ୍ୟରେ ସମୀକ୍ଷାରୁ ଜଣାପଡ଼ିଲା ଯେ, ମୁସଲମାନ ପୁରୁଷ ପୂର୍ବରୁ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ଜନ୍ମିତ ଜଣେ ୫ ବର୍ଷୀୟା ଝିଅ ଅଛନ୍ତି। ପୁରୁଷଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ନିଜ ସ୍ବାମୀଙ୍କ ଲିଭ୍‌-ଇନ୍‌ ସମ୍ପର୍କକୁ ନେଇ ପୂର୍ବରୁ ଆପତ୍ତି ଉଠାଇ ନ ଥିଲେ। କିନ୍ତୁ ସେ ମୁମ୍ବାଇସ୍ଥିତ ନିଜ ଶ୍ୱଶୁର ଘରେ ରହୁଛନ୍ତି, ଯାହାକୁ ସେ ଆଗରୁ ମାନୁ ନ ଥିଲେ। ତେବେ ଲିଭ୍‌-ଇନ୍‌ ସମ୍ପର୍କକୁ ବୈଧତା ପ୍ରଦାନ ନିମନ୍ତେ ଅପହରଣ ମାମଲା କରାଯାଇଥିବା ଖଣ୍ଡପୀଠ କହିଥିଲେ। ଏଭଳି ସ୍ଥିତିରେ କୋର୍ଟ ଲିଭ୍‌-ଇନ୍‌ ସମ୍ପର୍କକୁ ବୈଧତା ଦେବାକୁ ମନା କରିଦେଇଛନ୍ତି। ଏଥିସହ ପୁରୁଷଙ୍କୁ ତାଙ୍କ ସ୍ତ୍ରୀ ଓ ପାର୍ଟନରଙ୍କୁ କୋର୍ଟକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri