Posted inଜାତୀୟ

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା ଗ୍ରହଣଯୋଗ୍ୟ ହୋଇପାରି ନାହଁ। ଏହାର ମୁଖ୍ୟ କାରଣ ହେଉଛି ବିବାହ ନ କରି ଯୋଡ଼ି ଏକାଠି ରହିବା ପ୍ରତି ଭାରତୀୟ ନ୍ୟାୟ ବ୍ୟବସ୍ଥାର ଭିନ୍ନ ଦୃଷ୍ଟିଭଙ୍ଗୀ। ଭାରତୀୟ ସଂସ୍କୃତିରେ ଲିଭ୍‌-ଇନ୍‌ ରିଲେଶନ୍‌ ଏବେ ମଧ୍ୟ ଏକ କଳଙ୍କ ବୋଲି ବୁଧବାର ଛତିଶଗଡ଼ ହାଇକୋର୍ଟ ଟିପ୍ପଣୀ ଦେଇଥିବାବେଳେ ମୁସଲମାନମାନେ ଏଭଳି ସମ୍ପର୍କର ଅଧିକାର ମାଗିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଛନ୍ତି।
ଲିଭ୍‌-ଇନ୍‌ ସମ୍ପର୍କରୁ ଜାତ ଏକ ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜଣେ ବ୍ୟକ୍ତି ଛତିଶଗଡ଼ ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଗୌତମ ଭାଦୁରି ଏବଂ ସଞ୍ଜୟ ଏସ୍‌. ଅଗ୍ରଓ୍ବାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଲିଭ୍‌-ଇନ୍‌ ସମ୍ପର୍କରେ ପାର୍ଟନରଙ୍କ ମଧ୍ୟରେ ଯେତେବେଳେ ପଡ଼େନାହିଁ, ସେତେବେଳେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ସୁଯୋଗ ମିଳିଥାଏ। କିନ୍ତୁ ବିବାହ କ୍ଷେତ୍ରରେ ପ୍ରାୟତଃ ଏପରି ଦେଖିବାକୁ ମିଳେନାହିଁ। ବିବାହ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା, ସାମାଜିକ ଗ୍ରହଣୀୟତା, ପ୍ରଗତି ଓ ସ୍ଥିରତା ପ୍ରଦାନ କରିଥାଏ, ଯାହାକି ଲିଭ୍‌-ଇନ୍‌ ସମ୍ପର୍କରେ ଦେଖିବାକୁ ମିଳି ନ ଥାଏ। ସମାଜକୁ ଅତି ନିକଟରୁ ଅନୁଧ୍ୟାନ କଲେ ଜଣାଯାଏ, ବିବାହ ଅନୁଷ୍ଠାନ ପୂର୍ବରୁ ଲୋକଙ୍କୁ ନିୟନ୍ତ୍ରଣ କରୁଥିବାବେଳେ ଆଧୁନିକ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସାଂସ୍କୃତିକ ପ୍ରଭାବ ଯୋଗୁ ଏହା କ୍ଷୁଣ୍ଣ ହୋଇଯାଉଛି। ଲିଭ୍‌-ଇନ୍‌ ସମ୍ପର୍କର ଧାରଣା କ୍ରମଶଃ ମଜଭୁତ ହେବାରେ ଲାଗିଥିବାରୁ ଦାମ୍ପତ୍ୟ କର୍ତ୍ତବ୍ୟ ପ୍ରତି ଉଦାସୀନତା ବଢ଼ିବାରେ ଲାଗିଛି ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ଗତବର୍ଷ ଦାନ୍ତଓ୍ବୋଡା ବାସିନ୍ଦା ଆବେଦନକାରୀ ଅବ୍‌ଦୁଲ୍‌ ହମିଦ୍‌ ସିଦ୍ଦିକି ପାର୍ଟନର କବିତା ଗୁପ୍ତାଙ୍କ ସହ ୩ ବର୍ଷ ଧରି ସମ୍ବନ୍ଧ ରଖିଥିଲେ। ଏହି ସମ୍ପର୍କରୁ ଜାତ ପିଲାକୁ ଅବ୍‌ଦୁଲ ନିଜ ପାଖରେ ରଖିବା ପାଇଁ ସ୍ଥାନୀୟ ଫାମିଲି କୋର୍ଟରେ ଆବେଦନ କରିଥିଲେ। ଫାମିଲି କୋର୍ଟ ଆବେଦନ ଖାରଜ କରିଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସେହିପରି ଉତ୍ତରପ୍ରଦେଶର ଆଲ୍ଲାହାବାଦ ହାଇକୋର୍ଟ ଏକ ଅପହରଣ ମାମଲାକୁ ଖାରଜ କରିବା ସହ ହିନ୍ଦୁ-ମୁସଲିମ୍‌ ଯୋଡ଼ିଙ୍କ ଲିଭ୍‌-ଇନ୍‌ ସମ୍ପର୍କରେ ହସ୍ତକ୍ଷେପ କରାଯିବ ନାହିଁ

ବୋଲି କହିଛନ୍ତି। ଲିଭ୍‌-ଇନ୍‌ରେ ରହୁଥବା ଯୋଡ଼ିଙ୍କ କ୍ଷେତ୍ରରେ ମୁସଲମାନ ପୁରୁଷ ଏଭଳି ସମ୍ପର୍କର ଅଧିକାର ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଆତାଉର ରହମାନ ଏବଂ ଅଜୟ କୁମାର ଶ୍ରୀବାସ୍ତବ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାହ ଉଭୟ ଧର୍ମର ନିର୍ଦ୍ଦିଷ୍ଟ ଆଇନାନୁସାରେ ସମ୍ପନ୍ନ ହୋଇଥାଏ। ଏଥିପାଇଁ ପରମ୍ପରାକୁ ଉପଯୁକ୍ତ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ବ୍ୟବସ୍ଥାପିକା ଦ୍ୱାରା ଆଇନ ପ୍ରଣୟନ କରାଯାଉଥିବାରୁ ପରମ୍ପରା ଓ ରୀତିନୀତି ହେଉଛି ସମ୍ବିଧାନ ସ୍ବୀକୃତ ଆଇନର ସମାନ ଉତ୍ସ। ଏହାକୁ ଥରେ ସ୍ବୀକୃତି ମିଳିଲେ ସମ୍ବିଧାନ ଅନୁସାରେ ବୈଧ ହୋଇଯାଏ। ତେଣୁ ଅନୁଚ୍ଛେଦ ୨୧ ଅଧୀନରେ ଲିଭ୍‌-ଇନ୍‌ ସମ୍ପର୍କ ନିରଙ୍କୁଶ ସମର୍ଥନର ଅଧିକାର ପାଇ ନ ଥାଏ, ଯଦି ଏହା ପ୍ରଚଳିତ ପରମ୍ପରା ଓ ରୀତିନୀତିର ବିରୁଦ୍ଧାଚରଣ କରେ। ଆଲୋଚ୍ୟ ପ୍ରସଙ୍ଗରେ ଜଣେ ପୁରୁଷଙ୍କ ବିରୋଧରେ ଅପହରଣ ମାମଲା ଖାରଜ କରି ହିନ୍ଦୁ-ମୁସଲମାନ ଯୋଡ଼ିଙ୍କ ସମ୍ପର୍କରେ ହସ୍ତକ୍ଷେପ ନ କରିବାକୁ ଆବେଦନ ହୋଇଥିଲା। ଏନେଇ ହାଇକୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି ଇସ୍‌ଲାମ ଉପରେ ପୁନଃ ଆସ୍ଥା ପ୍ରକଟ କରିବା ଦ୍ୱାରା ଲିଭ୍‌-ଇନ୍‌ ସମ୍ପର୍କ ଅଧିକାର ଦାବି କରିପାରିବେ ନାହିଁ। ଏହି ଯୋଡ଼ି ପୂର୍ବରୁ ନିଜ ସ୍ବାଧୀନତା ପାଇଁ ପିଟିଶନ ଦାଖଲ କରିସାରିଛନ୍ତି। ଇତିମଧ୍ୟରେ ସମୀକ୍ଷାରୁ ଜଣାପଡ଼ିଲା ଯେ, ମୁସଲମାନ ପୁରୁଷ ପୂର୍ବରୁ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ଜନ୍ମିତ ଜଣେ ୫ ବର୍ଷୀୟା ଝିଅ ଅଛନ୍ତି। ପୁରୁଷଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ନିଜ ସ୍ବାମୀଙ୍କ ଲିଭ୍‌-ଇନ୍‌ ସମ୍ପର୍କକୁ ନେଇ ପୂର୍ବରୁ ଆପତ୍ତି ଉଠାଇ ନ ଥିଲେ। କିନ୍ତୁ ସେ ମୁମ୍ବାଇସ୍ଥିତ ନିଜ ଶ୍ୱଶୁର ଘରେ ରହୁଛନ୍ତି, ଯାହାକୁ ସେ ଆଗରୁ ମାନୁ ନ ଥିଲେ। ତେବେ ଲିଭ୍‌-ଇନ୍‌ ସମ୍ପର୍କକୁ ବୈଧତା ପ୍ରଦାନ ନିମନ୍ତେ ଅପହରଣ ମାମଲା କରାଯାଇଥିବା ଖଣ୍ଡପୀଠ କହିଥିଲେ। ଏଭଳି ସ୍ଥିତିରେ କୋର୍ଟ ଲିଭ୍‌-ଇନ୍‌ ସମ୍ପର୍କକୁ ବୈଧତା ଦେବାକୁ ମନା କରିଦେଇଛନ୍ତି। ଏଥିସହ ପୁରୁଷଙ୍କୁ ତାଙ୍କ ସ୍ତ୍ରୀ ଓ ପାର୍ଟନରଙ୍କୁ କୋର୍ଟକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?