ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ ଭଳି ସମସ୍ୟା ଯୋଗୁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଠାରେ ଫୁଟ ଓଭରବ୍ରିଜ ନିର୍ମାଣ ହେବା ପ୍ରସ୍ତାବକୁ ଇତିମଧ୍ୟରେ ୮ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ଏହାର ନିର୍ମାଣ ନେଇ ବିଭାଗୀୟ ଅଧିକାରୀ କୌଣସି ତତ୍ପରତା ଦେଖାଉନାହାନ୍ତି। ଏପରି କି ଫୁଟ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବାରମ୍ବାର ରାସ୍ତାରୋକୋ, ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ। ଆଜି ହେବ, କାଲିଠୁ କାମ ଆରମ୍ଭ ହେବ, ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଏହା ଆମ କାମ ନୁହେଁ, ଜାତୀୟ ରାଜପଥ ଅଧିକାରୀ କରିବେ ଏପରି ଅନେକ ବାହାନା ଦେଖାଇ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି। ଅପରପକ୍ଷେ ଏହି ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ଗାଡ଼ି ଚକାତଳେ ଅକାଳରେ ଚାଲିଯିବା ଚିନ୍ତାର କାରଣ ପାଲଟିଛି। ବୁଧବାର ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିବା ପରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଥରେ ଦାବି ଜୋର ଧରିଛି। ଯଦି ନିର୍ମାଣ କାମ ତୁରନ୍ତ ଆରମ୍ଭ ନ ହୁଏ, ତେବେ ଆଗାମୀ ଦିନରେ ରାସ୍ତାରୋକୋ କରାଯାଇ ଆନ୍ଦୋଳନ କରାଯିବ ବୋଲି ସାମାଜିକ କର୍ମୀ ନାରାୟଣ ପୃଷ୍ଟି ଚେତାବନୀ ଦେଇ କହିଛନ୍ତି ।
ରସୁଲଗଡ଼-ପଳାଶୁଣି ମଝିରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତବର୍ଷ ମଧ୍ୟ ଚିଠି ଲେଖିଥିଲେ। ଏହାପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳ ବୁଲି ଜାଗା ଚିହ୍ନଟ କରିଥିଲେ। ମାତ୍ର ଏଯାବତ୍‌ କାମ ଆରମ୍ଭ ହେବାର ନାଁ ଧରୁନି। କ’ଣ ପାଇଁ କାମ ଆରମ୍ଭ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି।

କେତେକ ଦୁର୍ଘଟଣା

୧୨ ଏପ୍ରିଲ ୨୦୨୪: ପଳାଶୁଣି ଛକରେ ରାସ୍ତା ପାର ହେବାବେଳେ ମହିଳାଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନ ପିଟିବାରୁ ସେ ଆହତ ହୋଇଥିଲେ।
୮ ଏପ୍ରିଲ ୨୦୨୪: ପଳାଶୁଣି ଛକରେ ରାସ୍ତା ପାର ହେଉଥିବା ଏକ ଦମ୍ପତିଙ୍କ ଉପରେ ବାଣୀବିହାର ପଟୁ କଟକ ଯାଉଥିବା ଏକ ଟ୍ରକ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା।
୧୦ମାର୍ଚ୍ଚ ୨୦୨୪: ଏକ କାର ଦ୍ରୁତଗତିରେ ଆସି ଆଉ ଏକ କାର୍‌କୁ ଜୋରରେ ଧକ୍କା ଦେଇଥିଲା। ତେବେ ଏଥିରେ କାର୍‌ ଚାଳକ ସାମାନ୍ୟ ଆହତ ହୋଇଥିଲେ।
୨୬ ନଭେମ୍ବର ୨୦୨୦: ପଳାଶୁଣୀ ଛକରେ ମା’ଙ୍କ ପାଇଁ ଔଷଧ ଆଣିବାକୁ ରାସ୍ତା ପାରି ହେଉଥିବାବେଳେ ଡିଭାଇଡର ଗ୍ରୀଲ୍‌ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମନୋଜ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା।
୪ ଏପ୍ରିଲ ୨୦୨୨: ପଳାଶୁଣୀ ରାସ୍ତାରେ ସିରିଜ୍‌ ଦୁର୍ଘଟଣାରେ କାର୍‌ ଚାଳକ ଯାଜପୁର ଜିଲା ଜାରକା ବିଦ୍ୟୁତ ଉପଖଣ୍ଡରେ କାମ କରୁଥିବା ସହକାରୀ ଯନ୍ତ୍ରୀ ତଥା ରାଜକନିକା ଅଞ୍ଚଳର ଶ୍ରୀମନ୍ତ କୁମାର ଦାସଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?