ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ ଭଳି ସମସ୍ୟା ଯୋଗୁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଠାରେ ଫୁଟ ଓଭରବ୍ରିଜ ନିର୍ମାଣ ହେବା ପ୍ରସ୍ତାବକୁ ଇତିମଧ୍ୟରେ ୮ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ଏହାର ନିର୍ମାଣ ନେଇ ବିଭାଗୀୟ ଅଧିକାରୀ କୌଣସି ତତ୍ପରତା ଦେଖାଉନାହାନ୍ତି। ଏପରି କି ଫୁଟ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବାରମ୍ବାର ରାସ୍ତାରୋକୋ, ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ। ଆଜି ହେବ, କାଲିଠୁ କାମ ଆରମ୍ଭ ହେବ, ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଏହା ଆମ କାମ ନୁହେଁ, ଜାତୀୟ ରାଜପଥ ଅଧିକାରୀ କରିବେ ଏପରି ଅନେକ ବାହାନା ଦେଖାଇ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି। ଅପରପକ୍ଷେ ଏହି ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ଗାଡ଼ି ଚକାତଳେ ଅକାଳରେ ଚାଲିଯିବା ଚିନ୍ତାର କାରଣ ପାଲଟିଛି। ବୁଧବାର ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିବା ପରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଥରେ ଦାବି ଜୋର ଧରିଛି। ଯଦି ନିର୍ମାଣ କାମ ତୁରନ୍ତ ଆରମ୍ଭ ନ ହୁଏ, ତେବେ ଆଗାମୀ ଦିନରେ ରାସ୍ତାରୋକୋ କରାଯାଇ ଆନ୍ଦୋଳନ କରାଯିବ ବୋଲି ସାମାଜିକ କର୍ମୀ ନାରାୟଣ ପୃଷ୍ଟି ଚେତାବନୀ ଦେଇ କହିଛନ୍ତି ।
ରସୁଲଗଡ଼-ପଳାଶୁଣି ମଝିରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତବର୍ଷ ମଧ୍ୟ ଚିଠି ଲେଖିଥିଲେ। ଏହାପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳ ବୁଲି ଜାଗା ଚିହ୍ନଟ କରିଥିଲେ। ମାତ୍ର ଏଯାବତ୍‌ କାମ ଆରମ୍ଭ ହେବାର ନାଁ ଧରୁନି। କ’ଣ ପାଇଁ କାମ ଆରମ୍ଭ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି।

କେତେକ ଦୁର୍ଘଟଣା

୧୨ ଏପ୍ରିଲ ୨୦୨୪: ପଳାଶୁଣି ଛକରେ ରାସ୍ତା ପାର ହେବାବେଳେ ମହିଳାଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନ ପିଟିବାରୁ ସେ ଆହତ ହୋଇଥିଲେ।
୮ ଏପ୍ରିଲ ୨୦୨୪: ପଳାଶୁଣି ଛକରେ ରାସ୍ତା ପାର ହେଉଥିବା ଏକ ଦମ୍ପତିଙ୍କ ଉପରେ ବାଣୀବିହାର ପଟୁ କଟକ ଯାଉଥିବା ଏକ ଟ୍ରକ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା।
୧୦ମାର୍ଚ୍ଚ ୨୦୨୪: ଏକ କାର ଦ୍ରୁତଗତିରେ ଆସି ଆଉ ଏକ କାର୍‌କୁ ଜୋରରେ ଧକ୍କା ଦେଇଥିଲା। ତେବେ ଏଥିରେ କାର୍‌ ଚାଳକ ସାମାନ୍ୟ ଆହତ ହୋଇଥିଲେ।
୨୬ ନଭେମ୍ବର ୨୦୨୦: ପଳାଶୁଣୀ ଛକରେ ମା’ଙ୍କ ପାଇଁ ଔଷଧ ଆଣିବାକୁ ରାସ୍ତା ପାରି ହେଉଥିବାବେଳେ ଡିଭାଇଡର ଗ୍ରୀଲ୍‌ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମନୋଜ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା।
୪ ଏପ୍ରିଲ ୨୦୨୨: ପଳାଶୁଣୀ ରାସ୍ତାରେ ସିରିଜ୍‌ ଦୁର୍ଘଟଣାରେ କାର୍‌ ଚାଳକ ଯାଜପୁର ଜିଲା ଜାରକା ବିଦ୍ୟୁତ ଉପଖଣ୍ଡରେ କାମ କରୁଥିବା ସହକାରୀ ଯନ୍ତ୍ରୀ ତଥା ରାଜକନିକା ଅଞ୍ଚଳର ଶ୍ରୀମନ୍ତ କୁମାର ଦାସଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri