ସାହିତ୍ୟ ଓ ଅର୍ଥନୀତି

ମଣୀନ୍ଦ୍ର କୁମାର ମେହେର

 

୧୯୪୭ ରୁ ଆଜିପର୍ଯ୍ୟନ୍ତ ଯଦି ଆମେ କୌଣସି ଅର୍ଥନୀତି ବିଶାରଦଙ୍କ ଦୃଷ୍ଟି ନେଇ ନୁହେଁ, ସାଧାରଣ ବିବେଚନା ଶକ୍ତିସମ୍ପନ୍ନ ମଣିଷ ହିସାବରେ ବିଚାର କରିବା ତେବେ ଏକଥା ଉପଲବ୍ଧି କରିବା ପାଇଁ ବିଳମ୍ବ ହେବ ନାହିଁ ଯେ କୌଣସି ଯୋଜନା ଦରିଦ୍ରତମ ଲୋକଟିର ମଙ୍ଗଳ ସକାଶେ ଉଦ୍ଦିଷ୍ଟ ହୋଇ ରହିନାହିଁ।
ଯଦି କାହା କର୍ତ୍ତୃତ୍ୱରେ ହୋଇଥାନ୍ତା ତା’ହେଲେ ଭାରତବର୍ଷରେ ଦାରିଦ୍ର୍ୟ ସୀମାରେଖା ତଳେ କୋଟି କୋଟି ଲୋକ ରହି ନ ଥାନ୍ତେ। କେଉଁ ଯୋଜନା ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ତାହା ଜାଣିପାରିବା ଭଳି ଗଭୀର ଜ୍ଞାନ ଆମ ପାଖରେ ଅନୁପସ୍ଥିତ। ବିଶିଷ୍ଟ ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ର ଭାରତର ଏଭଳି ଯୋଜନା ସମ୍ପର୍କରେ ଅନେକ ପ୍ରବନ୍ଧ ରଚନା କରିଛନ୍ତି। ସେସବୁ ଅର୍ଥନୈତିକ ବିଷୟ ଆଧାରିତ ସାହିତି୍ୟକ ଗଦ୍ୟ ରଚନା ଭାବରେ ପରିଗୃହୀତ। ଅର୍ଥନୀତି ସମ୍ପର୍କରେ ଯେତେବେଳେ ବିଶ୍ଳେଷଣାତ୍ମକ ବୋଧଗମ୍ୟ ପ୍ରବନ୍ଧ ରଚନା କରାଯିବ ତାହା ସାହିତ୍ୟ ପର୍ଯ୍ୟାୟବାଚୀ ହେବା ସାଭାବିକ। ଓଡ଼ିଶାର ଚୌଧୁରୀ ପରିବାରର ବିଶିଷ୍ଟ ସଂଗ୍ରାମୀ ମନମୋହନ ଚୌଧୁରୀ ମଧ୍ୟ ଏପରି କେତେକ ପ୍ରବନ୍ଧ ରଚନା କରିଯାଇଛନ୍ତି। ସେଗୁଡ଼ିକର ଭାଷା ଏତେ ସରଳ ସୁସ୍ପଷ୍ଟ ଓ ବୋଧଗମ୍ୟ ଯେ କୌଣସି ଜଟିଳ ତତ୍ତ୍ୱ ମଧ୍ୟକୁ ପ୍ରବେଶ କରିବା ପରି ଆଦୌ ଲାଗେ ନାହିଁ। ଅର୍ଥନୈତିକ ଚିନ୍ତାଧାରା ଏବଂ ବିଭିନ୍ନ ତତ୍ତ୍ୱକୁ ଲୋକାଭିମୁଖୀ ସେତେବେଳେ କରାଯାଇପାରିବ, ଯେତେବେଳେ ଏହାର ଉପସ୍ଥାପନ ଶୈଳୀ ହେବ ସମସ୍ତଙ୍କ ପାଇଁ ଏକାନ୍ତ ପଠନୀୟ ଓ ଗ୍ରହଣୀୟ। ଅର୍ଥନୀତି ସମ୍ପର୍କରେ ବିରାଟ ବିରାଟ ବିବରଣାତ୍ମକ ତଥା ଗବେଷଣାତ୍ମକ ଗ୍ରନ୍ଥ ରହିଛି। ଯେଉଁମାନେ ଅର୍ଥନୀତିର ଛାତ୍ରୀଛାତ୍ର ଓ ଅଧ୍ୟାପକ ଅଧ୍ୟାପିକା ସେମାନେ କଠିନ ପରିଶ୍ରମ ସ୍ବେଦନିର୍ଗତ କରି ସେସବୁ ତତ୍ତ୍ୱ ପରୀକ୍ଷା ପାଇଁ ମୁଖସ୍ଥ କରନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ପ୍ରୟୋଗ କିପରି କରାଯାଇଛି ଓ ସେପରି ତତ୍ତ୍ୱ ଲୋକ କଲ୍ୟାଣ ନିମିତ୍ତ କେତେ କାର୍ଯ୍ୟରେ ରୂପାନ୍ତରିତ ହୋଇଛି ତାହା ଅନୁଭବ କରିବାର ଶକ୍ତି ସେମାନଙ୍କଠାରେ ଲକ୍ଷ୍ୟ କରାଯାଏ ନାହିଁ। ଅର୍ଥନୀତି ଅଥବା ବାଣିଜ୍ୟ ପାଠ୍ୟ ବିଷୟ ଶ୍ରେଣୀ କକ୍ଷରେ ଆକର୍ଷଣୀୟ ଭାବରେ ଉପସ୍ଥାପନ କରିବା ଲାଗି ଯଦି କୌଣସି ଅଧ୍ୟାପିକା ଅଧ୍ୟାପକ ଇଚ୍ଛା ପୋଷଣ କରିବେ ତା’ ହେଲେ ସେମାନଙ୍କୁ ଉପସ୍ଥାପନ କୌଶଳରେ ଅତ୍ୟନ୍ତ ନରମ ଓ ସରଳ ହେବା ପାଇଁ ପଡ଼ିବ। ଏପରି କୋମଳତା ଓ ସାରଲ୍ୟ ଯେଉଁଠି ଉପସ୍ଥିତ ତାହା ସାହିତ୍ୟ ଭାବରେ ଗୃହୀତ ହେବ ନିଶ୍ଚୟ।
ପ୍ରତ୍ୟେକ ମଣିଷର ହୃଦୟରେ ସାହିତ୍ୟର ଭାବରାଶି ପରିପୂର୍ଣ୍ଣ ହୋଇ ରହିଛି। ଯିଏ ଯେଉଁ ବିଦ୍ୟା ଅଧ୍ୟୟନ କରନ୍ତୁନା କାହିଁକି ଯଦି ତାହା କଲ୍ୟାଣକର ଭାବନାରେ ଅନୁସିକ୍ତ ହୋଇ ନ ପାରିଛି, ତାହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସିନା ସାହାଯ୍ୟ କରିବ; କିନ୍ତୁ ବିଦ୍ୟାର୍ଥୀ ଅନ୍ତରରେ କୌଣସି ଦେଶପ୍ରେମ ଭରିଦେଇ ପାରିବ ନାହିଁ। ତେଣୁ ପ୍ରଥମ କଥା ହେଲା ଅର୍ଥଶାସ୍ତ୍ର ସାହିତ୍ୟସିକ୍ତ ହେବା ଆବଶ୍ୟକ। ଦ୍ୱିତୀୟକଥା ହେଉଛି ତାହା ସର୍ବଦା ସମାଜ କଲ୍ୟାଣ ପାଇଁ ଦିଗ୍‌ଦର୍ଶନ ଦେଉଥିବା ଆବଶ୍ୟକ। ମହାତ୍ମା ଗାନ୍ଧୀ ଏକ ମହାନ୍‌ ନୀତିର ଅବତାରଣା କରିଛନ୍ତି ଏ କ୍ଷେତ୍ରରେ। ତାହାକୁ କୁହାଯାଏ ତସ୍ତିଷ୍ଠିତ ବା ନ୍ୟାସିତତ୍ତ୍ୱ। ଏହାର ଗୁଣାର୍ଥ ହେଲା ଯେ ପ୍ରତ୍ୟେକ ବ୍ୟକ୍ତିର ସ୍ବାଧୀନତା ଅଛି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। ମାତ୍ର ନିଜ ପାଇଁ ଯେତିକି ଅର୍ଥ ଆବଶ୍ୟକ କେବଳ ସେତିକି ସ୍ବତଃପ୍ରବୃତ୍ତ ଭାବରେ ଗ୍ରହଣ କରି ବଳକା ସମସ୍ତ ଲାଭାଂଶ ସମାଜ ନିମିତ୍ତ ନିୟୋଜିତ ହେବ। ଏପରି ମହାନ୍‌ କାର୍ଯ୍ୟ ଯେଉଁମାନେ କରିଛନ୍ତି ସେମାନେ ହେବେ ଦେଶର ଟ୍ରଷ୍ଟି। ଏହାକୁ ଅନେକ ଅର୍ଥନୀତିଜ୍ଞ ୟୁକୋପିଆ ବା ଅବାସ୍ତବ ପରିକଳ୍ପନା ବୋଲି ଅଭିହିତ କରିଛନ୍ତି। ଗାନ୍ଧିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି କିପରି ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ, ତାହା ଆକଳନ କରିବା ପାଇଁ ସେମାନେ ଅପ୍ରସ୍ତୁତ। ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ସନ୍ଥବିନୋବା ଗାନ୍ଧିଜୀଙ୍କ ଏହି ଭାବାଦର୍ଶକୁ କିପରି ବାସ୍ତବ ରୂପ ପ୍ରଦାନ କରିଯାଇଛନ୍ତି ତାହା କାହାକୁ ଅଜଣା ନୁହେଁ। ତାହା ହେଲା ”ଭୂଦାନ ଯଜ୍ଞ ନା ଭୂଦାନ ଆନ୍ଦୋଳନ।“ ବିନୋବାଜୀ ଦେଶର ରାଜା ମହାରାଜା ଗୌନ୍ତିଆ ତଥା ଅଗଣିତ ଜମି ମାଲିକମାନଙ୍କୁ ଆହ୍ବାନ ଦେଇଥିଲେ ଯେ ଭାରତବର୍ଷରେ ଯେଉଁମାନେ ଭୂମିହୀନ ସେମାନଙ୍କୁ ଏହି ବହୁଳ ଭୂସମ୍ପତ୍ତିର ଅଧିକାରୀମାନେ ସ୍ବେଚ୍ଛାକୃତ ଭାବରେ ଜମିଦାନ କରିବେ। ଆଶ୍ଚର୍ଯ୍ୟର କଥା ଅତ୍ୟନ୍ତ ଅଲୌକିକ ଭାବରେ ଏହା ଭାରତବର୍ଷର ଚତୁର୍ଦ୍ଦିଗରେ ବାସ୍ତବ ରୂପ ପରିଗ୍ରହ କରିଥିଲା। ବିନୋବାଜୀଙ୍କ ପରେ ଆଉ ଏ ଧାରା ଅବ୍ୟାହତ ହୋଇ ରହିପାରିଲା ନାହିଁ।
ସାମ୍ପ୍ରତିକ ଅର୍ଥନୀତିଜ୍ଞଙ୍କ ତତ୍ତ୍ୱାଦର୍ଶ ଉପରେ ମଧ୍ୟ ଆଲୋକପାତ କରାଯାଇପାରେ। ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅମର୍ତ୍ତ୍ୟ ସେନଙ୍କ ପ୍ରସଙ୍ଗ ବିଚାର କରାଯାଉ। ସେ କାହିଁକି ଅର୍ଥନୀତିରେ ନୋବେଲ ପୁରସ୍କାର ଅର୍ଜନ କରିବାକୁ ଯୋଗ୍ୟ ବିବେଚିତ ହେଲେ। ତାଙ୍କ ଦ୍ୱାରା ବର୍ଣ୍ଣିତ ତତ୍ତ୍ୱ ଏହି ସତ୍ୟ ଉଦ୍‌ଘାଟନ କଲା ଯେ, ପୃଥିବୀରେ ଖାଦ୍ୟାଭାବରୁ ମରୁଡି ହୁଏ ନାହିଁ। ବରଂ ଖାଦ୍ୟର ସମବଣ୍ଟନ ଅଭାବରୁ ଏହି ସମସ୍ୟା ଦେଖାଦିଏ। ବାସ୍ତବରେ ଆମ ପୃଥିବୀରେ ଯେ ଖାଦ୍ୟର ଅଭାବ ରହିଛି ତାହା ନୁହେଁ। ଯେଉଁମାନେ ଖାଦ୍ୟାଭାବରୁ ଅସୁସ୍ଥ ହେଉଛନ୍ତି ଅଥବା ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ନିକଟକୁ ପୁଷ୍ଟିକର ଖାଦ୍ୟ ପହଞ୍ଚତ୍ପାରୁ ନାହିଁ ବା ପହଞ୍ଚାଇ ଦେବାର ବ୍ୟବସ୍ଥା ହେଉଛି ଦୁର୍ବଳ। ଭୋକିଲା ମଣିଷର ଅନ୍ତର୍ବେଦନା ଯଦି ଅମର୍ତ୍ତ୍ୟ ସେନଙ୍କୁ ଆଲୋଡିତ କରି ନ ଥାନ୍ତା ତା’ ହେଲେ ସେ ଏହି ନିରାଟ ସତ୍ୟକଥାଟିକୁ ତାଙ୍କ ଦ୍ୱାରା ପରିବେଷିତ ତତ୍ତ୍ୱରେ ପ୍ରତିପାଦିତ କରିପାରି ନ ଥାନ୍ତେ। ଜଣେ ମାକ୍ସବାଦୀ କବି ବା ଲେଖକ ମଧ୍ୟରେ ଯେଉଁ ସହାନୁଭୂତି ରହିଥାଏ ଅମର୍ତ୍ତ୍ୟ ସେନଙ୍କ ହୃଦୟରେ ସେହି ସାହିତି୍ୟକ ଭାବଧାରା ଗୁମ୍ପିତ ଥିଲା ବୋଲି ସେ ମାନବ ଜାତିର କଲ୍ୟାଣ ସକାଶେ ନିଜ ଗବେଷଣାରେ ଅଗ୍ରଗତି ସାଧନ କରିପାରିଥିଲେ।
ଯେକୌଣସି ପ୍ରକାରର ବିଦ୍ୟାହେଉ, ତାହା ଯେ ଲୋକ କଲ୍ୟାଣ ସାଧନ ନିମିତ୍ତ ଉଦ୍ଦିଷ୍ଟ ଏହି ସତ୍ୟକୁ କିଏ ବା ଅସ୍ବୀକାର କରିପାରିବ। ସେ ଦୃଷ୍ଟିରୁ ଅର୍ଥନୀତି ଯେହେତୁ ଜନକଲ୍ୟାଣକାମୀ ତାହା ଯେପରି ଭାବରେ ଉପସ୍ଥାପିତ ହୋଇଥାଉନା କାହିଁକି ତାହାର ମୂଳ ପ୍ରେରଣା ହେଲା ସାହିତ୍ୟ। ଏ ପୃଥିବୀରେ ଏମିତି କୌଣସି ଅର୍ଥନୀତିଜ୍ଞ ନାହାନ୍ତି ଯେଉଁମାନେ ବୈଦିକ ଋଷିର ମନ୍ତ୍ରଦ୍ୱାରା କିମ୍ବା କୌଣସି ସାହିତ୍ୟର ସର୍ବଶ୍ରେଷ୍ଠ ପଦ ପଂକ୍ତି ବା ବାକ୍ୟାଂଶ ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ତେନ ତ୍ୟକ୍ତେନ ଭୁଞ୍ଜିଥାଃ ଅର୍ଥାତ୍‌ ସମସ୍ତଙ୍କ ସହିତ ବଣ୍ଟନ କରି ଖାଦ୍ୟ ଗ୍ରହଣ କର ଏହାହିଁ ଯଦି ସକଳ ଅର୍ଥତତ୍ତ୍ୱର ମୂଳ ସନ୍ଦେଶ ତାହା ହେଲେ ତାହା ସାହିତ୍ୟର ଆଭିମୁଖ୍ୟଠାରୁ ଯେ ଭିନ୍ନ ନୁହେଁ। ଏକଥା ଯେ କେହି ନିର୍ଦ୍ୱନ୍ଦ୍ୱରେ ସ୍ବୀକାର କରିବେ। ସାହିତ୍ୟର ସର୍ଜନା ଯେଉଁ ମହାନ ଉଦ୍ଦେଶ୍ୟ ନେଇ ସମ୍ଭବ ହୋଇଛି ତା’ଠାରୁ କେଉଁ ବିଦ୍ୟା ଅବା ନିଜକୁ ବିଚ୍ଛିନ୍ନ କରି ରଖିପାରିବ ? ଅର୍ଥନୀତିର ଛାତ୍ରୀଛାତ୍ର, ଗବେଷକ ଗବେଷିକା ଓ ଶିକ୍ଷାବିତ୍‌ମାନେ ଏହି କଲ୍ୟାଣମୂଳକ ବିଦ୍ୟାର ଉପଯୋଗିତା ଅନୁଭବ କରିବା ଦ୍ୱାରା ପରୋକ୍ଷ ଭାବରେ ସାହିତ୍ୟର ଆତ୍ମା ସହିତ ସେମାନଙ୍କ ସମ୍ବନ୍ଧ ସ୍ଥାପିତ ହୋଇଯାଏ। ଏହି ନିଗୂଢ଼ ଉପଲବ୍ଧି ଅର୍ଥନୀତି ଓ ଅର୍ଥନୀତି ବିଶାରଦମାନଙ୍କୁ ଯେ ସାହିତ୍ୟାଭିମୁଖୀ କରିଛି, କରୁଛି ଓ କରୁଥିବ ଏଥିରେ ସନ୍ଦେହ ନାହିଁ।
ପ୍ରଫେସର ଓ ବିଭାଗ ମୁଖ୍ୟ,
ସ୍ନାତକୋତ୍ତର ଭାଷ୍ୟ ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ୱବିଦ୍ୟାଳୟ,ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?