ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ଏମ୍‌ପିଙ୍କ ପ୍ରତିନିଧି ସୁରେଶ୍ୱର ଶତପଥୀ, ବରଗଡ଼ ବିଧାୟକଙ୍କ ପ୍ରତିନିଧି ଅବନୀକାନ୍ତ ପଣ୍ଡା, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଜିଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷା, ଅଧ୍ୟକ୍ଷ, ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୁହା ସମସ୍ତଙ୍କୁ ସ୍ବାଗତ କରିବା ସହିତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଭୋଇ ସମସ୍ତ ଜନ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟ କଲେ ବରଗଡ଼ ଜିଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ବୈଠକ ପ୍ରାରମ୍ଭରେ ଜିଲା ମଙ୍ଗଳ ଅଧିକାରୀ ସମସ୍ତ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀଙ୍କ ସୁରକ୍ଷା ନିମିତ୍ତ ଅନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ଉପସ୍ଥାପନା କରିଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସାର କଳାବଜାରୀ ରୋକିବା ସହ ସମସ୍ତ ଚାଷୀଙ୍କୁ ସୁବିଧାରେ ସାର ଯୋଗାଇବା ପାଇଁ ବିଭାଗୀୟ ପ୍ରସ୍ତୁତି ବିଷୟରେ ସମସ୍ତେ ପଚାରି ବୁଝିଥିଲେ। ଜିଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର କାର୍ଯ୍ୟକାରୀତା ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ପିଏମ୍‌ଶ୍ରୀ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଛାତ୍ରବାସ କାର୍ଯ୍ୟକ୍ଷମ, ପ୍ରସ୍ତୁତି, ମଧ୍ୟାହ୍ନ ଭୋଜନ, ପାଠ୍ୟ ସାମଗ୍ରୀ, ସ୍କୁଲ ୟୁନିଫର୍ମ, କ୍ରୀଡ଼ା ସାମଗ୍ରୀ ଆଦି ବିତରଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ପାଇଁ ବିଭାଗୀୟ ପ୍ରସ୍ତୁତି, ତ୍ରୁଟିଶୁନ୍ୟ ପାଠ୍ୟ ପୁସ୍ତକ ବଣ୍ଟନ, ଜ୍ଞାନୋଦୟ ଯୋଜନାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାରେ ପିଲାଙ୍କ ନାମଲେଖା ପ୍ରକ୍ରିୟା ଓ ଶିକ୍ଷକ ଓ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଆଦି ବିଷୟରେ ନିଜ ମତ ଉପସ୍ଥାପନ କରିଥିଲେ। ଏହାପରେ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ମଦ ଦୋକାନ ଶୀଘ୍ର ବନ୍ଦ କରିବା ପାଇଁ ଉପସ୍ଥିତ ଜନ ପ୍ରତିନିଧିମାନେ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସମସ୍ତ ଡାକ୍ତରଖାନାରେ ଉପଲବ୍ଧ ସୁବିଧା, ଡାକ୍ତରଙ୍କ ସଂଖ୍ୟା ପଦୀ, ପୋଲିଓ ରୋଗର ନିରାକରଣ, ମାତୃ, ପ୍ରସୂତୀ ବ୍ୟବସ୍ଥା, ଆର୍‌ବିଏସ୍‌କେ ଚିକିତ୍ସା ବ୍ୟବସ୍ଥା, ଡାଇଲିସିସ ଏଂ ଆଇସିୟୁ ବ୍ୟବସ୍ଥା, ନିରାମୟ ଯୋଜନାର ସମସ୍ତ ଔଷଧ ଉପଲବ୍ଧତା ଏବଂ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଆଦି ବିଭିନ୍ନ ବିଷୟରେ ଉପସ୍ଥାପନ କରିଥିଲେ। ଗ୍ରାମାଞ୍ଚରେ ଏମପିଭି ଟୀକାକାରଣ ପାଇଁ ଲୋକଙ୍କ ସଚେତନ କରିବାରେ ସହଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଟାଟା ପାୱାର ଦ୍ୱାରା ବିଦ୍ୟୁତ୍‌ ଯୋଗାଣ ପ୍ରସ୍ତୁତି ଉପସ୍ଥାପନା ପରେ ଗ୍ରାମାଞ୍ଚଳରେ ଲୋଭାଲଟେଜ ଏବଂ ବହୁଦିନ ଧରି ପାୱାର କଟ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷାଋତୁରେ ଜିଲାର ସମସ୍ତ ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ବିଷୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ବେହେରା ଉପସ୍ଥାପନ କରିଥିଲେ। ବିଦ୍ୟୁତ୍‌ ଯୋଗାଣ, ପିଏମ୍‌ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ବିଷୟରେ ଟିପିଡବ୍ଲୁଓଡିଏଲ ମୁଖ୍ୟ ଯନ୍ତ୍ରୀ ଉପସ୍ଥାପନ କରିବା ସହ ଉଠା ଜଳସେଚନ ବିଭାଗ ସହ ସମନ୍ବୟ ରଖି ବୋର ୱେଲ ଜଳ ଯୋଗାଣର ତ୍ୱରାନିତ ପ୍ରକ୍ରିୟା ବିଷୟରେ ଉପସ୍ଥାପନ କରିଥିଲେ। ପରେ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା କରିଥିଲେ । ଜଙ୍ଗଲ ଜମିରେ ହେବାକୁ ଥିବା ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକୁ ଉଭୟ ଜଙ୍ଗଲ ବିଭାଗ ଏବଂ ପୂର୍ତ୍ତ ବିଭାଗ ମିଳିତ ଭାବେ ଶୀଘ୍ର ସମାପ୍ତ କରିବା ସହିତ ଖରାପ ଥିବା ରାସ୍ତା ଗୁଡିକୁ ଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପୋଖରୀ ଖନନ, ମାଛ ଓ ଚିଙ୍ଗୁଡ଼ି ଚାଷ, ମତ୍ସ୍ୟ ଚାଷୀ ପଞ୍ଜୀକରଣ, ୱାଟରସେଡ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଚାୟୀ ଯୋଜନା, ଜଳଧାରା ଯୋଜନା, ଆଦି ବିଷୟରେ ଆଲୋଚନା କରାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri