Posted inଗଜପତି

ନିୟମ ମାନୁନାହାନ୍ତି ରାୟଗଡ଼ ମଦ ଦୋକାନୀ

ରାୟଗଡ଼(ଗଜପତି)୪ା୭(ଡି.ଏନ୍‌.ଏ.):  ରାୟଗଡ଼ ବ୍ଲକ ସଦର ମହକୁମାଠାରେ ଥିବା ବିଦେଶୀ ମଦ ଦୋକାନରେ କେତେବେଳେ ଚଢାଦରରେ ବିକ୍ରି ହେଉଛି ତ ଆଉ କେତେବେଳେ ଆନ୍ଧ୍ରକୁ ବେଆଇନ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ହେଲେ ଏବେ ମଦ ବ୍ୟବସାୟୀ ଆଉ ଏକ ବିବାଦୀୟ ବିଷୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀ ଜଣକ ସରକାରଙ୍କ ନିୟମକୁ ଫୁ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ଦୋକାନ ଖୋଲାରଖି ବିକ୍ରି କରୁଥିବାରୁ ଗତ ଗୁରୁବାର ରାତିରେ ଥାନାଧିକାରୀ ଗୋବିନ୍ଦ ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ନିରଞ୍ଜନ ପାଣିଗ୍ରାହୀ ଉକ୍ତ ଦୋକାନରେ ପହଞ୍ଚି ଦୋକାନ ବନ୍ଦ କରାଇବା ସହ ଚେତାବନୀ ଦେଇଥିବା ବିଷୟଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଞ୍ଚଳରେ ସକାଳ ୧୦.୩୦ରୁ ରାତ୍ରି ୧୦.୩୦ମିନିଟ୍‌ ଯାଏ ମଦ ଦୋକାନ ଖୋଲିବା ସରକାରୀ ନିୟମ ଥିବା ବେଳେ ବ୍ୟବସାୟୀ ଜଣକ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦୋକାନ ଖୋଲା ରଖିଥିବା ଅଭିଯୋଗ ହୋଇଛି। ଖୁଲମ୍‌ଖୁଲ୍ଲା ଭାବେ ସରକାରୀ ନିୟମକୁ ଉଲ୍ଲଂଘନ କରି ଲଗାମଛଡା ହୋଇଛି ରାୟଗଡ଼ ବିଦେଶୀ ମଦ ଦୋକାନ। ସରକାରୀ ନିୟମକୁ ଫୁ କରି ରାତି ୧୨.୩୦ ମିନିଟ୍‌ ଯାଏ ଦୋକାନ ଖୋଲା ରଖି ମଦ ବିକ୍ରି କରିବା ସହ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଯଦ୍ଦ୍ବାରା ଅସାମାଜିକ କାର୍ଯ୍ୟ ଅଞ୍ଚଳରେ ବଢିବା ଆଶଙ୍କା କରାଯାଉଛି। ବିଗତ ଦିନରେ ବିଭିନ୍ନ ପ୍ରକାରର ଚୋରି ହୋଇଥିବା ଖବର ନଜିର ଥିବା ବେଳେ ବର୍ତ୍ତମାନ ରଥଯାତ୍ରା ସମୟରେ ଏପରି ହେଉଥିବାରୁ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଏଥିପ୍ରତି ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରାଯିବା ସତ୍ତ୍ୱେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅକ୍ୱନ୍‌ ମୁକାବିଲା ପାଇଁ RSS ସଜାଗ, ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ କରିବେ ସହଯୋଗ

ମୋହନା,୧୯।୧୧(ମନ୍ମଥ ମିଶ୍ର): ଗଜପତି ଜିଲାରେ ଯେତେସବୁ ବାତ୍ୟା ଆସିଛି ରାଷ୍ଟ୍ରୀୟ ସ୍ଵୟଂସେବକ ସମସ୍ତ ପ୍ରକାର ସେବାକାର୍ଯ୍ୟ କରି ଆସିଛି । ବର୍ତ୍ତମାନ ଆସିଥିବା ବାତ୍ୟା ଅକ୍ଵନରେ ପ୍ରଶାସନକୁ…

ଚନ୍ଦ୍ରଗିରି ନୋଡାଲ ସ୍କୁଲ: ବିଦ୍ୟାଳୟ ପଡ଼ିଆରେ ମଧ୍ୟାହ୍ନଭୋଜନ

ମୋହନା,୧୯ା୧୧(ମନ୍ମଥ ମିଶ୍ର): ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏକ୍ଷେତ୍ରରେ ବହୁ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ, ପୁଣି ଜେଲ୍‌ ଗଲେ

ପାରଳାଖେମୁଣ୍ଡି,୧୮।୧୧(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି । ତାଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ଆବେଦନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?