Posted inଜାତୀୟ

ନୀତୀଶଙ୍କ ରାଜ୍ୟରେ ମଦ ବିକ୍ରି ନିଷେଧ, କିନ୍ତୁ ଗ୍ରାମାଞ୍ଚଳରେ ପହଞ୍ଚୁଛି ଡ୍ରଗ୍ସ ପୁଡିଆ,ବିକ୍ରିରେ ମହିଳା-ଶିଶୁଙ୍କ ସମ୍ପୃକ୍ତି…

ପାଟନା,୭।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଉଲ୍ଲେଖଥାଉ କି, ନିଷେଧାଦେଶ ଆଇନ କେତେ ସଫଳ ହୋଇଛି ତାହା ଦର୍ଶାଯାଇଛି ବିରୋଧୀମାନେ ଏହାର ବିଫଳତା ଉପରେ ବାରମ୍ବାର ଅଭିଯୋଗ କରୁଛନ୍ତି। କୁହାଯାଉଛି ଡ୍ରଗ୍ସ ପୁଡିଆ କେବଳ ସହର ନୁହେଁ ଗାଁରେ ମଧ୍ୟ ପହଞ୍ଚୁଛି। ଏହା ନୁହେଁ ଯେ ପୋଲିସ ଏହା ବିଷୟରେ ଅବଗତ ନୁହଁନ୍ତି। କିନ୍ତୁ ଏହାର ବିକ୍ରିରେ ମହିଳା ଏବଂ ଶିଶୁଙ୍କ ସମ୍ପୃକ୍ତି ହେତୁ ପୋଲିସର ସମସ୍ୟା ବଢ଼ିବାରେ ଲାଗିଛି।

ପାଟଣାର ନିଶା ନିବାରଣ କେନ୍ଦ୍ରରେ ନିଶା ଅଭ୍ୟାସରୁ ମୁକୁଳିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଯେଉଁମାନେ ଅନିଚ୍ଛା ସତ୍ତ୍ୱେ ଏହାର ମାୟା ଜାଲରେ ପଡ଼ି ପୁନର୍ବାର ଏଥିରୁ ମୁକୁଳି ପାରୁ ନାହାନ୍ତି। ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ୧୪ ରୁ ୧୮ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଅନେକ ଝିଅ ମଧ୍ୟ ଏଭଳି ଗ୍ୟାଙ୍ଗର କବଳରେ ପଡ଼ିଛନ୍ତି। କୁହାଯାଉଛି ଗ୍ରାମ ଓ ରାସ୍ତାରେ ଡ୍ରଗ୍ସ ଡିଲରମାନେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହିପରି ଅଧିକାଂଶ ମହିଳା ବସ୍ତିରେ ରହୁଛନ୍ତି। ଏହି ବସ୍ତିଗୁଡ଼ିକରେ ଏକ ଡ୍ରଗ୍ସ ବଜାର ଅଛି। ଖୋଲାଖୋଲି ବଜାରରେ ନିଶା ପୁଡିଆ ବିକ୍ରି ହେଉଛି।

ପୋଲିସର ଆକଳନକୁ ଅନୁସାରେ ଜାନୁଆରୀ ୨୦୨୩ରୁ ଡିସେମ୍ବର ମଧ୍ୟରେ ଡ୍ରଗ୍ସ ବିରୋଧରେ ପାଟନା ପୋଲିସ ୫୦ରୁ ଅଧିକ ମାମଲା ରୁଜୁ କରିଛି ଯେଉଁଥିରେ ୧୧୦ ରୁ ଅଧିକ ଲୋକ ଗିରଫ ହୋଇଛନ୍ତି। ଏହା ସହିତ ୪୮.୭୮୫ କିଲୋଗ୍ରାମ ଗଞ୍ଜେଇ, ୧୮୩୬ ଗ୍ରାମ ସ୍ମାକ, ୮୦୨୨ ଇଞ୍ଜେକ୍ସନ, ୪୫.୨୫ ଗ୍ରାମ ଅଫିମ, ୩୨୧ ବୋତଲ କାଶ ସିରପ ଜବତ କରାଯାଇଛି। ପାଟନା ଜିଲାର ପୋଲିସ ଅଧିକାରୀ କହିଛନ୍ତି ନିଶା ସେବକ ତଥା ନିଶା କାରବାରକାରୀଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହି ଘଟଣାରେ ପୋଲିସ ଅନେକ ଥର ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri