Advertisement

୪ ଛୁଆ ଜନ୍ମଦେଲା ସିଂହୀ ବିଜ୍‌ଲୀ

ବାରଙ୍ଗ,୨୩।୧୧(ଡି.ଏନ୍‌.ଏ.): ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଧୀରେ ଧୀରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ନନ୍ଦନକାନନର ସିଂହୀ ବିଜଲୀ ପର୍ଯ୍ୟଟକଙ୍କୁ ଭେଟି ଦେଇଛି। ଏସୀୟ ସିଂହୀ ବିଜଲୀ ମଙ୍ଗଳବାର ତା’ର ତୃତୀୟ ଗର୍ଭରୁ ୪ଟି ଶାବକଙ୍କୁ ଜନ୍ମ ଦେଇଛି। ପ୍ରଥମ ଶାବକ ଅପରାହ୍ନ ୨ଟା ୩୨, ୨ୟ ଶାବକ ଅପରାହ୍ନ ୪ଟା ୧୬, ୩ୟ ଶାବକ ଅପରାହ୍ନ ୫ଟା ୩୬ ଏବଂ ୪ର୍ଥ ଶାବକ ସା ୭ଟା ୨୧ରେ ଜନ୍ମ ହୋଇଛନ୍ତି। ବିଜଲୀର ନବଜାତ ୪ଟି ଛୁଆ ସୁସ୍ଥ ଥିବାବେଳେ ମା’ ସେମାନଙ୍କୁ ତା’ ଜିଭରେ ଚାଟୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ସିଂହ ସମ୍ରାଟ୍‌ ଏବଂ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା। ପରେ ଗର୍ଭବତୀ ବିଜଲୀ ପ୍ରତି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ। ସିଂହ ସଫାରୀ ଫିଡିଂ ଚାମ୍ବର ପଛପଟ ପୃଥକୀକରଣ ଏନ୍‌କ୍ଲୋଜରରେ ବିଜଲୀକୁ ରଖିବା ସହ ସିସିଟିଭି ଲଗାଇ ତା’ର ଗତିବିଧି ଲକ୍ଷ୍ୟ କରୁଥିଲେ। ଏହି ୪ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ତହିଁ ମଧ୍ୟରେ ୪ ଅଣ୍ଡିରା, ୪ ମାଈ ଓ ନବଜାତ ୪ ଶାବକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିବ କୋଭିଡ୍‌ କୋପ

ଅନୁଗୋଳ ଅଫିସ, ୧୩।୧ – ରାଜ୍ୟରେ ପହଞ୍ଚିସାରିଛି କରୋନା ଭାକ୍ସିନ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି...

ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା...

ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା...

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର...

ରାୟଗଡ଼ାରେ ପ୍ରାଚୀନ ଗୁମ୍ଫା, ପଥରର ସନ୍ଧାନ

ରାୟଗଡ଼ା ଅଫିସ,୪ା୧୧: ରାୟଗଡ଼ା ସହର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପିଏଚ୍‌.ଡି. ଛାତ୍ର ଲୋକେଶ ଦୁର୍ଗା ଏବଂ...

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବସ୍ତା,୨୯।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ବସ୍ତା ଓ ଆଖ ପାଖ ଅଞ୍ଚଳରେ ବ୍ରାଉନସୁଗାର ଚୋରା କାରାବାର ଦିନକୁ ଦିନ ବ୍ୟାପକ ହେବେରେ ଲାଗିଛି। ବୁଧବାର ବସ୍ତା ପୋଲିସ...

୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର...

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ...

Advertisement
Archives

Model This Week