ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଙ୍ଗଲ ରାଜା ସିଂହକୁ ଏକ ଆଜବେଷ୍ଟ ଉପରେ ବସିଥିବା ଦେଖିବାକୁ ମିଳୁଛି। ଭିଡିଓ ଦେଖି ଯେପରି ଲାଗୁଛି ସିଂହ ଜନବସତି ଭିତରକୁ ପଶି ଆସିଛି। କାହାର ଘର ଆଜବେଷ୍ଟ ଉପରେ ବସିଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
https://twitter.com/susantananda3/status/1546771986931585024?cxt=HHwWgMCo2am7nvcqAAAA

