ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ମହିଳା ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଭଳି ୪୨ ଲାଇନ ଡିପାର୍ଟମେଣ୍ଟ ପକ୍ଷରୁ ସହଯୋଗ ମିଳୁନି। ବିଭାଗଗୁଡ଼ିକ ପକ୍ଷରୁ ପଞ୍ଚାୟତରେ ପକଳ୍ପ କାର୍ଯ୍ୟକାରୀତାକୁ ନେଇ କ’ଣ ଆକ୍ସନପ୍ଲାନ ପ୍ରସ୍ତୁତ ହୋଇଛି ସେ ଦିଗରେ ସବିଶେଷ ବିବରଣୀ ପଞ୍ଚାୟତର ହସ୍ତଗତ ହୋଇପାରିଲେ ଜିପିଡିପି ଖସଡ଼ା ପ୍ରସ୍ତୁତ ସଫଳ ରୂପାୟନ କରାଯାଇ ପାରିବ। ମାତ୍ର ବିଭାଗୀୟ ଅଧିକାରୀଙ୍କ ସହଯୋଗ ମିଳୁ ନ ଥିବାରୁ ପଞ୍ଚାୟତରେ ଜିପିଡିପି ଖସଡ଼ା ପ୍ରସ୍ତୁତରେ ବିଳମ୍ବ ଘଟୁଛି। ଏହାଛଡ଼ା ସରକାରୀ ଅନୁଦାନ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ନିୟମାବଳୀ ଖସଡ଼ା ପ୍ରସ୍ତୁତରେ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି। ପୂର୍ବଭଳି ପଞ୍ଚାୟତ ପ୍ରତିନିଧିମାନେ ମନଇଚ୍ଛା ପ୍ରକଳ୍ପ ଚୟନ କରିବା ସମ୍ଭବ ହେଉନାହିଁ। ଜିପିଡିପି ଖସଡ଼ାରେ ସ୍ଥାନିତ ପ୍ରକଳ୍ପର ସବିଶେଷ ବିବରଣୀ ପ୍ରଦାନ ସହ ପଞ୍ଚାୟତରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହୁଛି। ଏହିଭଳି କେତେକ ନିୟମାବଳୀକୁ ଅନୁପାଳନ ଓ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଯୋଗୁ ଜିପିଡିପି ପ୍ରସ୍ତୁତ ସମ୍ଭବପର ହୋଇ ନ ପାରିବା ସହ ୨୦୨୩-୨୪ ଆର୍ଥତ୍କ ବର୍ଷର ସରକାରୀ ଅନୁଦାନକୁ ବିନିଯୋଗ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଞ୍ଚାୟତସ୍ତରରେ ସରକାରୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ତୃଣମୂଳସ୍ତରରେ ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଟିଏ ଆର୍ଥତ୍କ ବର୍ଷରେ ପଞ୍ଚାୟତକୁ ପଞ୍ଚମ ରାଜ୍ୟ କମିଶନ ଓ ୧୫ତମ କେନ୍ଦ୍ରୀୟ କମିଶନ ଅନୁଦାନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟ ବିଭାଗୀୟ ଅନୁଦାନ ବିନିଯୋଗ ହେଉଛି। ଉକ୍ତ ଅନୁଦାନ ମଧ୍ୟରୁ ୧୫ତମ କେନ୍ଦ୍ରୀୟ ଅନୁଦାନକୁ ଟାଏଡ ଓ ଅନଟାଏଡରେ ବିଭକ୍ତ କରାଯାଇଛି। ଟାଏଡ୍‌ ବାବଦକୁ ଉଦ୍ଦିଷ୍ଟ ଅର୍ଥ ସ୍ଥିର ଓ ସ୍ଥାୟୀ ଭାବେ ଖର୍ଚ୍ଚ ହେଉଥିବା ଅର୍ଥକୁ ହିସାବ କରାଯାଇ ଜିପିଡିପିରେ ସ୍ଥାନିତ କରାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଅନଟାଏଡ ଅର୍ଥରୁ ଶତକଡ଼ା ୫୦ଭାଗ ଅର୍ଥ ପଞ୍ଚାୟତର ସଂକଳ୍ପ ଥିମ୍‌ ଉପରେ ଖର୍ଚ୍ଚ କରାଯିବ। ବାକି ୫୦ ଶତକଡ଼ା ଅର୍ଥ ଆବଣ୍ଟନ ସମୟରେ ବିକାଶକୁ ବିଭକ୍ତ କରାଯାଇ ଥିବା ଅନ୍ୟ ୮ ଥିମ୍‌ (ସଂକଳ୍ପ ଥିମ୍‌କୁ ଛାଡି) ଉପରେ ଖର୍ଚ୍ଚ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବ। ଏହି ଯୋଜନାରେ ପଞ୍ଚାୟତିରାଜ ବିଭାଗ ସହ ଅନ୍ୟ ୪୨ ଲାଇନ ଡିପାର୍ଟମେଣ୍ଟର ପ୍ରମୁଖ ଭୂମିକା ରହିବ। ଯୋଜନା ପ୍ରସ୍ତୁତ ସମୟରେ କେଉଁ ପ୍ରକଳ୍ପ କେଉଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯିବ, ଏଥିରେ ପଞ୍ଚାୟତ ଅନୁଦାନରୁ କି ପ୍ରକାର ସହଭାଗିତା ରହିବ ସେ ସବୁ ଦିଗରେ ଖସଡ଼ାରେ ଉଲ୍ଲେଖ କରାଯିବ। ଏଭଳି ଭାବରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାରକରି ଜିପିଡିପି ପ୍ରସ୍ତୁତ କରାଯାଇ ପାରିଲେ ପ୍ରକଳ୍ପ ଖସଡ଼ାକୁ ଅନୁମୋଦିତ ହୋଇପାରିବ ବୋଲି ବ୍ଲକ ପକ୍ଷରୁ ସୂଚନା ଦିଆଯାଉଛି।
ଅନୁଦାନ ଆବଣ୍ଟନ ଓ ବିନିଯୋଗକୁ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରା ନ ଗଲେ ପ୍ରସ୍ତୁତ ଖସଡ଼ାକୁ ଅନଲାଇନ ଅନୁମୋଦନ ମିଳିପାରୁନାହିଁ। ପ୍ରକଳ୍ପ ତାଲିକା ପ୍ରସ୍ତୁତରେ ରହିଯାଉଥିବା ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରାଯିବାକୁ ପଡୁଛି। ଏଭଳି ପରିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ/ଦୁଇଟି ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇ ଜିପିଡିପି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତର ବାର୍ଷିକ ଖସଡ଼ାକୁ ତୁରନ୍ତ ପ୍ରସ୍ତୁତକରି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯିବାକୁ ବ୍ଲକ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ ଜିପିଡିପି ପ୍ରସ୍ତୁତି କାର୍ଯ୍ୟ କେବେ ସରିବ ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିବ୍ୟକାନ୍ତି ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଜିପିଡିପି ପ୍ରସ୍ତୁତ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ପର୍ଯ୍ୟାୟ ଅନୁସାରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇ ଅନୁମୋଦନ କରାଯିବ। ଏଦିଗରେ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତଗୁଡ଼ିକୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପତ୍ର ଜରିଆରେ ଅବଗତ କରାଯାଇଆସୁଛି। ଏହାସତ୍ତ୍ୱେ ଅଧିକାରୀମାନଙ୍କ ସହଯୋଗ ମିଳୁ ନ ଥିବା ଅଭିଯୋଗ ଆସୁଛି। ପରବର୍ତ୍ତୀ ସ୍ଥିତିରେ ଉପରସ୍ତରରେ ଯାହାକିଛି ପଦକ୍ଷେପ ନିଆଯାଇ ପାରିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?