ସ୍ଲୋଗାନ୍‌ରେ ସୀମିତ ସ୍ବଚ୍ଛତା ଅଭିଯାନ

ପଟ୍ଟାମୁଣ୍ଡାଇ,୪ା୧୦ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସୋମବାର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହେଲେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତେବେ ପୌରାଞ୍ଚଳର ସ୍ବଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ହୋଇ ରହିଯାଇଛି। ସହର ସାରା କୁଢ଼ କୁଢ଼ ଅଳିଆ ଓ ଆବର୍ଜନା ପଡ଼ି ରହୁଥିବା ବେଳେ ଏହାକୁ ଉଠା ଯାଉ ନ ଥିବା ଦେଖିବାକୁ ମିଳିଛି।
ସହରବାସୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର କିଭଳି ସ୍ବଚ୍ଛ ରହିବ ସେ ନେଇ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି। ଏ ନେଇ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ବହୁ ସଂଖ୍ୟକ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯାଇ ସହରକୁ ଅଳିଆ ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିବା ଏକ ପ୍ରହସନରେ ପରିଣତ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଗଦା ଗଦା ଅଳିଆ ପଡ଼ି ରହିଛି। ଫଳରେ କାଉ, କୁକୁରଙ୍କ ସହିତ ଅଳିଆ ପ୍ଲାଷ୍ଟିକ ଓ ଅନ୍ୟ ସାମଗ୍ରୀ ଗୋଟାଉଥିବା ଲୋକେ ବି ଆବର୍ଜନାକୁ ଘାଣ୍ଟିବାରେ ଲାଗୁଛନ୍ତି। ଏହାଦ୍ୱାରା ଏବେ ସହରର ଚାରିଆଡେ ରୋଗ ବ୍ୟାପିବା ଭଳି ସ୍ଥିତି ଉପୁଜିଲାଣି। ସହର ସାରା ଡଷ୍ଟବିନ୍‌ ଏବଂ ପୌରାଞ୍ଚଳର ପ୍ରମୁଖ ସ୍ଥାନରେ ଡଷ୍ଟୟାର୍ଡ ସ୍ଥାପନ କରାଯାଇଛି। ଏଥିସହ ସହରର ଡଷ୍ଟବିନ୍‌ ୟାର୍ଡଗୁଡ଼ିକରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ଅଳିଆ ଉଠା ଗାଡ଼ି ମଧ୍ୟ ନିୟୋଜିତ କରାଯାଇଛି। ତଥାପି ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପଟ୍ଟାମୁଣ୍ଡାଇ ସହର ଆବର୍ଜନା ମୁକ୍ତ ନ ହେବା ଚିନ୍ତାର ବିଷୟ ପାଲଟିଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍‌ ଅଫିସ ନିକଟ ପୋଲ ପାଖ କେନାଲ କଡ଼ରେ ପକା ଯାଉଥିବାରୁ ସେଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହି ରାସ୍ତା ଦେଇ ଲୋକମାନେ ନାକରେ କପଡ଼ା ଦେଇ ଯା’ାଆସ କରୁଛନ୍ତି। ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍‌ରେ ପଡୁଥିବା ଅଳିଆ ସବୁ ଆଣି ରସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି। ପରେ କୁକୁର ଓ କାଉ ତାକୁ ନେଇ ରାସ୍ତାଘାଟରେ ପକାଇ ସହରକୁ ଅପରିଷ୍କାର କରିବାରେ ଲାଗିଛନ୍ତି। ସହରର ବିଭିନ୍ନ ଗଳିକନ୍ଦିଠାରୁ ଆରମ୍ଭ କରି ହାଟ ବଜାର ପର୍ଯ୍ୟନ୍ତ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ସାମାଜିକ କର୍ମୀ ମାନସ ବାରିକ କହିଛନ୍ତି, ପୁରୁଣା ପରିବହନ ବିଭାଗ ଭଗ୍ନ ବସ୍‌ଷ୍ଟାଣ୍ଡ ଭିତରେ ମାସ ମାସ ଧରି କୁଢ଼ କୁଢ଼ ଅଳିଆ ଗଚ୍ଛିତ ହୋଇ ରହୁଥିଲେ ସୁଦ୍ଧା ଉଠାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହୁଛି। କେବଳ ସହର ମୁଖ୍ୟରାସ୍ତାରୁ ଅଳିଆ ହଟାଯାଇ ସହର ଆବର୍ଜନାମୁକ୍ତ ଦର୍ଶାଯାଉଛି। କୋର୍ଟ ପାଖ ଗୋବରୀ ନଦୀରେ ପୁଳା ପୁଳା ଅଳିଆ ପଡି ରହିଛି। ସ୍ବଚ୍ଛତା ଭିତ୍ତିକ ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିପାଇଁ କେବଳ ସବୁସ୍ତରରେ ସଚେତନ ହେବାରୁ ଆବଶ୍ୟକତା ରହିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ଅଜିତ୍‌ ନାରାୟଣ ଗିରିଙ୍କୁ ପଚାରିବାରେ ସହରର ସ୍ବଚ୍ଛତା ଦିଗରେ ସର୍ବଦା ପଦକ୍ଷେପ ନିଆଯାଉଛି। ଯଦି ସହରରେ ସ୍ବଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?