ଟ୍ରକ୍‌ ଟର୍ମିନାଲ ଘୋଷଣାରେ ସୀମିତ

ପାରାଦୀପ,୧୧। ୪(ସ୍ବ.ପ୍ର.): ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳର ରାଜପଥରେ ଭାରିଯାନ ପାର୍କିଂ କରିବା ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟା ଏଡ଼ାଇବା ପାଇଁ ୨୦୧୫ରୁ ରାଜ୍ୟ ପ୍ରଶାସନ, ପାରାଦୀପ ବନ୍ଦର ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ସମୟରେ ଟ୍ରକ୍‌ ଟର୍ମିନାଲ କରିବା ଉପରେ ଘୋଷଣା କରୁଛନ୍ତି। କିନ୍ତୁ ଏହି ପ୍ରସ୍ତାବିତ ଟର୍ମିନାଲ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏପରିକି ୨୦୨୦ରେ ଟର୍ମିନାଲ ପାଇଁ କୁଜଙ୍ଗ ତହସିଲଦାର ନୋଟିସ ଜାରି କରିଥିଲେ। ତାହା ମଧ୍ୟ ଏପର୍ଯ୍ୟନ୍ତ ସେହି ନୋଟିସରେ ସୀମିତ ରହିଛି। ଟର୍ମିନାଲ ନ ହେବା ଦ୍ୱାରା ହଜାରରୁ ଅଧିକ ଭାରିଯାନ ରାଜପଥ ଉପରେ ପାର୍କିଂ କରୁଛନ୍ତି। ଏପରିକି ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରୁଥିବା ମହାନଦୀ ପୋଲ ଉପରେ ଶତାଧିକ ଭାରିଯାନ ଧାଡ଼ିରେ ରହୁଛନ୍ତି। ଏପରି ଭାରିଯାନ ପୋଲ ଉପରେ ରହିବା ଦ୍ୱାରା ତାହା ସବୁବେଳେ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି।
ପାରାଦୀପ ଶିଳ୍ପାଞ୍ଚଳକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଭାରିଯାନ ଚଳାଚଳ କରୁଛି। ଖଣିଜ ପଦାର୍ଥ, କମ୍ପାନୀ ସାମଗ୍ରୀ, ସାର, ତେଲ, ବାଲି, ମାଟି ଆଦି ବୋଝେଇ ଟ୍ରକ୍‌ ଟ୍ରେଲର, ହାଇୱା, ଯୋଗେ ଯାତାୟାତ କରିଥାଏ। ଏଥିପାଇଁ ଜାତୀୟ ରାଜପଥ ୫୩ ନଂ. (ପୂର୍ବରୁ ଏହି ନାମ ୫ନଂ.(କ) ଥିଲା) ଓ ରାଜ୍ୟ ରାଜପଥ ୧୨ ରହିଛି। କଟକ-ପାରାଦୀପ ରାଜ୍ୟ ରାଜପଥରେ ସାଧାରଣ ଯାନ ଅଧିକ ଚଳାଚଳ କରିଥାଏ। ସ୍ବଳ୍ପ ପଣ୍ୟବାହୀ ଭାରିଯାନ ଏଥିରେ ଚଳାଚଳ କରେ। କିନ୍ତୁ ୫୩ ନଂ. ଜାତୀୟ ରାଜପଥରେ ସିଂହଭାଗ ପଣ୍ୟ ଯାତାୟାତ ହୋଇଥାଏ। ଚଣ୍ଡିଖୋଲରୁ ପାରାଦୀପ ୪ ଲେନ୍‌ ବିଶିଷ୍ଟ ଏହି ରାଜପଥରେ ସବୁବେଳେ ଅଧିକ ଭିଡ଼ ଲାଗି ରହିଥାଏ। ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଦୁହୁରିଆ ପର୍ଯ୍ୟନ୍ତ ଟ୍ରକ୍‌ଗୁଡ଼ିକ ରାସ୍ତା ଉପରେ ଲାଇନରେ ରହିଥାନ୍ତି। ବିଶେଷକରି ଭୂତମୁଣ୍ଡାଇଠାରୁ ପାରାଦୀପର ଅଠରବାଙ୍କି ମେନ୍‌ ଗେଟ୍‌ ପର୍ଯ୍ୟନ୍ତ ଯିବା ଆସିବା ରାସ୍ତା ଉପରେ ହଜାରରୁ ଅଧିକ ଗାଡ଼ି ରହିଥାଏ, ଯେଉଁଥିପାଇଁ ରାସ୍ତା ଉପରେ ଧୂଳି ପ୍ରଦୂଷଣ ଅଧିକ ହୋଇଥାଏ। ଏପରିକି ଏତକ ରାସ୍ତା ଚତୁଃପାଶର୍‌ବରେ କଳା ଆସ୍ତରଣ ରହିଥାଏ, ଯାହାଦ୍ୱାରା ସାଧାରଣ ଲୋକ ୨ ଚକିଆ ଯାନରେ ଯାତାୟାତ କଲାବେଳେ ଦୁର୍ଘଟଣା ଘଟିଥାଏ। ୨୦୨୨ମସିହାରେ କେବଳ ଅଠରବାଙ୍କିରୁ ଦୋଛକି ରାସ୍ତାରେ ଦୁର୍ଘଟଣା ଯୋଗୁ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଶତାଧିକ ଆହତ ହୋଇଛନ୍ତି। ଏପରି ବାରମ୍ବାର ଦୁର୍ଘଟଣା ଯୋଗୁ ପାରାଦୀପ ନଗର ବିଜେଡି ପକ୍ଷରୁ ୨୦୧୯ରେ ଦିନିକିଆ ରାଜପଥ ଅବରୋଧ କରାଯାଇଥିଲା। ୨୦୨୧ରେ କାର୍ଯ୍ୟରତ ଖବରଦାତାମାନେ ମଧ୍ୟ ଧାରଣା ଦେଇଥିଲେ। ଏହାବାଦ୍‌ ଅନେକ ସଙ୍ଗଠନ, ଜିଲା ପ୍ରଶାସନକୁ ଲେଖି ସମାଧାନ ପାଇଁ ଅନୁରୋଧ କରାଯାଇଥିଲା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ୫ ବର୍ଷରେ ଅନୂ୍ୟନ ୧୦ରୁ ଅଧିକ ଥର ସମୀକ୍ଷା ବୈଠକ କରି ସାରିଲେଣି। କିନ୍ତୁ କୌଣସି ନିଷ୍କର୍ଷ ଏ ପର୍ଯ୍ୟନ୍ତ ବାହାରି ପାରିନାହିଁ। ଟ୍ରକ୍‌ ଟର୍ମିନାଲ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଘୋଷଣା କରିବା ସହ ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଜାଗା ଯୋଗାଇଦେଲେ ସେଠାରେ ବିଶ୍ୱସ୍ତରୀୟ ଟର୍ମିନାଲ କରାଯିବ ବୋଲି ଏକାଧିକ ବାର ଘୋଷଣା ହୋଇସାରିଲାଣି। ୨୦୨୦ ଏପ୍ରିଲରେ ଭୂତମୁଣ୍ଡାଇ ମହାନଦୀ ପଠା ବାହାର ତରିଡିଆଠାରେ ଜାଗା ଦେବା ପାଇଁ ଇଡ୍‌କୋ ଆବେଦନ କରିଥିଲା। ତତ୍କାଳୀନ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଜମି ଦେବା ପାଇଁ ଭୂତମୁଣ୍ଡାଇଠାରେ ସର୍ବସାଧାରଣ ନୋଟିସ ଜାରି କରିଥିଲେ। ଖାତା ନଂ. ୧, ପ୍ଲଟ ନଂ. ୧, ରକବା ୧୬୫ ଏକର ସରକାରୀ ଜାଗା (କିସମ ପୁରୁଣା ପଡ଼ିଆ) ଦେବା ପାଇଁ ପ୍ରସ୍ତାବ ରହିଥିଲା। ତା’ ପରଠାରୁ ଆଉ କିଛି ଅଗ୍ରଗତି ହୋଇନାହିଁ ବୋଲି ଜଣାପଡ଼ିଛି। ଏହି ନୋଟିସ ଜାଗା ସମ୍ପର୍କରେ ଏବେର ସ୍ଥିତାବସ୍ଥା ସମ୍ପର୍କରେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିବାରେ ସମ୍ପୃକ୍ତ ନୋଟିସ ପରେ ଇଡ୍‌କୋକୁ କ୍ଲିୟରାନ୍ସ ଦିଆଯାଇଛି। କିନ୍ତୁ କାହିଁକି ଟର୍ମିନାଲ ହୋଇନାହିଁ ସେ ଖବର ମୋତେ ଜଣାନାହିଁ। ଏ ନେଇ ଭୂତମୁଣ୍ଡାଇ ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ବାଇଁ କୁହିଛନ୍ତି, ଏଭଳି ପାର୍କିଂ ପାଇଁ ଏବେ ମହାନଦୀ ପୋଲ ବିପଦପୂର୍ଣ୍ଣ ସାଜିଛି। କାରଣ ୯୭୦ ମିଟର ବିଶିଷ୍ଟ ଏହି ପୋଲ ୧୯୬୩ରେ ନିର୍ମିତ ହୋଇଥିଲା। ଏବେ ପୁରୁଣା ହୋଇଗଲାଣି। ତା’ ଉପରେ ପଣ୍ୟ ବୋଝେଇ ଗାଡ଼ି ଧାଡ଼ିରେ ରହିବା ଦ୍ୱାରା ଅଧିକ ଚାପ ପଡୁଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ ପଚାରିବାରେ ଅନେକ ଥର ବୈଠକକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡାକିଛୁ। ସେମାନେ ଆସୁନାହାନ୍ତି କି ଟ୍ରକ୍‌ ଟର୍ମିନାଲ ସମ୍ପର୍କରେ କ୍ଲିୟରାନ୍ସ ଦେଉନାହାନ୍ତି। ତଥାପି ଉଦ୍ୟମ ଜାରି ରହିଛି ବୋଲି ସେ କୁହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri