ଫଳକରେ ସୀମିତ ପିପିଲି ବସ୍‌ଷ୍ଟାଣ୍ଡ

ପିପିଲି,୨୩।୩(ସ୍ବ.ପ୍ର.): ପିପିଲିରେ ଏବେ ଚାଲିଛି ଉପନିର୍ବାଚନର ତାତି। ଏ ନେଇ ସମସ୍ତ ଦଳ ପିପିଲିର ମୁଖ୍ୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ କିଭଳି ସମାଧାନ କରିବେ ସେନେଇ ଆଲୋଚନା ଚାଲିଛି। ରାସ୍ତାଘାଟଠାରୁ ଆରମ୍ଭ ହୋଇ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପ୍ରକୃତ ହିତାଧିକାରୀମାନଙ୍କୁ ଏପର୍ଯ୍ୟନ୍ତ ପ୍ରାପ୍ୟ ମିଳି ନ ଥିବା ଅଭିଯୋଗ ହୋଇଛି। ସେହିଭଳି ଦୀର୍ଘଦିନର ସମସ୍ୟା ପିପିଲିରେ ବସଷ୍ଟାଣ୍ଡ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାସେ ତଳେ ପିପିଲି ବ୍ଲକ ପାଇଁ ବସଷ୍ଟାଣ୍ଡ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ପେଡି ଖୋଲିଥିଲେ। ହେଲେ ବସଷ୍ଟାଣ୍ଡ ପାଇଁ ପାଦଟିଏ ବି ଆଗେଇନି ପିପିଲି ଏନଏସି। ଏହି ବସଷ୍ଟାଣ୍ଡ ପାଇଁ ୨୦୧୩ରେ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ। କିଛିଦିନ ଧରି ମାଟି ପୋତା କାମ ହୋଇ ରହିଗଲା। ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସମୟରେ ଏନଏସିର ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍‌ଏନ୍‌ ତ୍ରିପାଠୀ ଓ ଚେୟାରମ୍ୟାନ ଏସ୍‌.କେ. ବାବୁଙ୍କ ସମୟରେ ବସଷ୍ଟାଣ୍ଡ ପାଇଁ ଲାଗିଥିଲା ଫଳକ। ଏହାକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ହୋଇ ନ ପାରି କେବଳ ଫଳକରେ ସୀମିତ ହୋଇ ରହିଗଲା ପିପିଲି ବସଷ୍ଟାଣ୍ଡ। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ବସଷ୍ଟାଣ୍ଡ ହୋଇପାରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବସଷ୍ଟାଣ୍ଡ ନ ଥିବାରୁ ଛାତ୍ରୀଛାତ୍ର ଓ ଯାତ୍ରୀମାନେ ଖୋଲା ଆକାଶ ତଳେ ଖରାରେ ବସ୍‌କୁ ଅପେକ୍ଷା କରୁଥିବାବେଳେ ପିଇବା ପାଣି ଓ ଶୌଚାଳୟଟିଏ ବି ନ ଥିବା କାରଣରୁ ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତ ପାଇଁ ଯାଇଥିବାବେଳେ ସେ ଛୁଟିରେ ଥିବା ଜାଣିବା ପରେ ତାଙ୍କ ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୂତି ତ୍ରିପାଠୀ କହିଛନ୍ତି, ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଏବେ ଦେଢ଼ କୋଟି ଟଙ୍କା ଆସିଛି। କିନ୍ତୁ ଏବେ ଉପନିର୍ବାଚନ ଥିବାରୁ କାର୍ଯ୍ୟ କେବେ ହେବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ସେହିଭଳି ପୂର୍ବତନ ଏନଏସି ଚେୟାରମ୍ୟାନ ଏସ୍‌.କେ. ବାବୁ କହିଛନ୍ତି, ଉପନିର୍ବାଚନର ଆଚରଣବିଧି ଲାଗିଥିବାରୁ କୌଣସି ନୂତନ କାର୍ଯ୍ୟ ନିମନ୍ତେ ନିର୍ଦ୍ଦେଶ ଆସି ନାହଁି। ଅନ୍ୟପଟେ ଏହାକୁ ନେଇ ଭାଜପା ସିଧାସଳଖ ଅଭିଯୋଗ କରିଛି ଯେ, ବିଜେଡି ଓ କଂଗ୍ରେସ ମିଳିମିଶି ଟଙ୍କା ଖାଇଥିବା ବେଳେ ଏବେର ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ପିପିଲିବାସୀଙ୍କୁ ସ୍ବପ୍ନ ଦେଖାଇଛି । ଭାଜପା କ୍ଷମତାକୁ ଆସିଲେ ନିଶ୍ଚୟ ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିିବ ବୋଲି ପୁରୀ ଜିଲା ଭାଜପା ଉପସଭାପତି ଜନ୍ମେଜୟ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?