ଆନ୍ଧ୍ର ପାଣି, ଓଡ଼ିଶାର ବିଦ୍ୟୁତ୍‌ରେ ସୀମିତ ଉନ୍ନତି

ନନ୍ଦପୁର, ୧୫ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମାଞ୍ଚଳକୁ ପ୍ରଶାସନ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏହାର ଉଦାହରଣ ପାନ୍ଥଲୁଙ୍ଗ ପଞ୍ଚାୟତର ୯ନଂ. ୱାର୍ଡ। ଓ୍ବାର୍ଡର ପଣସପୁଟ ଗ୍ରାମରେ ଓଡ଼ିଶା ସରକାର କେବଳ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାବ୍ୟତୀତ ଗ୍ରାମବାସୀଙ୍କୁ ଏଯାଏ ରାସ୍ତା, ପାଣି, ପ୍ରାକ୍‌ ଶିକ୍ଷା, ସ୍ବାସ୍ଥ୍ୟସେବା, ଭତ୍ତା, ଆବାସ ଗୃହ ଆଦି ସରକାରୀ ସୁବିଧା ସୁଯୋଗ କିଛି ମିଳିନାହିଁ। ଗ୍ରାମବାସୀଙ୍କୁ ଏସବୁ ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି।
ଗ୍ରାମବାସୀଙ୍କ ପାନୀୟ ଜଳ ବ୍ୟବସ୍ଥା ଆନ୍ଧ୍ର ପକ୍ଷରୁ କରାଯାଇଛି। ଗ୍ରାମରେ ଟାଙ୍କି ସ୍ଥାପନ କରି ଝରଣାପାଣିକୁ ଟ୍ୟାପ ମାଧ୍ୟମରେ ଗ୍ରାମବାସୀଙ୍କୁ ଯୋଗାଣ ହେଉଥିବା ଦେଖିବାକୁ ମିଳୁଛି। କୌଣସି ଆବଶ୍ୟକ ସାମଗ୍ରୀ ପାଇବାକୁ ହେଲେ ଗ୍ରାମରୁ ୪କି.ମି. ଦୂର ଅଣ୍ଡରଗୁଡା ଗ୍ରାମକୁ ଚାଲି ଚାଲି ଆସିବାକୁ ପଡେ ବୋଲି ୱାର୍ଡସଭ୍ୟା ବତୀ ରାମ୍ପା କହିଛନ୍ତି। ପଣସପୁଟ ଗ୍ରାମରେ ୩୦ ପରିବାର ରହୁଛନ୍ତି। ଜନସଂଖ୍ୟା ୧୫୦ରୁ ଊର୍ଦ୍ଧ୍ୱ ରହିଛି। ପାହାଡ଼ ମଥାନରେ ଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଗ୍ରାମକୁ ଆନ୍ଧ୍ର ଦେଉଥିବା ପାଣି ଗ୍ରାମବାସୀ ବ୍ୟବହାର କରୁଛନ୍ତି। ୪ କି.ମି. ଦୂର ଅଣ୍ଡରଗୁଡା ଗ୍ରାମକୁ ଗଲେ ଅଙ୍ଗନୱାଡି, ବିଦ୍ୟାଳୟ, ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ବଜାର ସୁବିଧା ମିଳେ ବୋଲି କହନ୍ତି ବତୀ। ଚାଉଳ, ଭତ୍ତା, ସୁବିଧା ଅସୁବିଧା ସମ୍ପର୍କରେ ଅଭିଯୋଗ କରିବାକୁ ହେଲେ ୧୫ କି.ମି. ଦୂର ପାନ୍ଥଲୁମ ପଞ୍ଚାୟତ ଓ ୬୦କି.ମି. ଦୂର ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଯିବାକୁ ପଡ଼େ ବୋଲି କହନ୍ତି ସେ। ଗ୍ରାମର ୮୦ ପ୍ରତିଶତ ଲୋକ ଜିଲା ସଦର ମହକୁମା କଣ ଜାଣିନାହାନ୍ତି। ଗ୍ରାମର ୦ରୁ୬ ବର୍ଷର ଶିଶୁ, କିଶୋରୀ କିଶୋର ଓ ଅଧାରୁ ଅଧିକ ଲୋକଙ୍କ ଆଧାର କାର୍ଡ ନାହିଁ। ଫଳରେ ସେମାନେ ରାଶନ କାର୍ଡ ଓ ଅନ୍ୟ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବତୀ ପ୍ରକାଶ କରିଛନ୍ତି।
ଗ୍ରାମରେ ଆଜିଯାଏ କାହାକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। କେତେ ଜଣ ଗ୍ରାମବାସୀ ଆନ୍ଧ୍ରରୁ ଆସୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀଙ୍କ ସହାୟତାରେ ଆନ୍ଧ୍ର ପକ୍ଷରୁ ମିଳୁଥିବା ରାଶନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା, ୪/୫ ଜଣ ପିଲାଙ୍କ ପାଇଁ ଶିକ୍ଷା ସହାୟତା ପାଇଛନ୍ତି। ଗ୍ରାମର ଲିମା ହନ୍ତାଳଙ୍କ ସ୍ବାମୀ ମୋହନ ରାଓ ହନ୍ତାଳଙ୍କ ମୃତ୍ୟୁର ୧୨ ବର୍ଷ ପରେ ଓ ନାଗ ଦେବୀ ହନ୍ତାଳ ତାଙ୍କ ସ୍ବାମୀ ଜୟ ହନ୍ତାଳଙ୍କ ମୃତ୍ୟୁର ୨ ବର୍ଷ ପରେ ମଧ୍ୟ ବିଧବାଭତ୍ତା ପାଇନାହାନ୍ତି। ଏହି ୨ ମହିଳା ନିଜ ନିଜ ସ୍ବାମୀଙ୍କ ମୃତ୍ୟୁଜନିତ ପ୍ରମାଣ ପତ୍ର କିପରି ପାଇବେ ଜାଣି ନ ଥିବାରୁ ଜାତୀୟ ପରିବାର ମଙ୍ଗଳ ଯୋଜନା, ଭତ୍ତା ଆଦି ସୁବିଧାରୁ ବଞ୍ଚତ୍ତ ହୋଇଥିବା ବତୀ କହିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ସୀମାନ୍ତ ଅଞ୍ଚଳ ପ୍ରତି କଡା ନଜର ରଖିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଆଗାମୀ ଦିନରେ ପଣସପୁଟ ଗ୍ରାମ ପରିଦର୍ଶନ କରାଯାଇ ଉଭୟ ମହିଳାଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri