ଲୀଳାକ୍ଷେତ୍ର ଚିଲିକା

ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା କରିଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ୧୯ଥର ଲୀଳା କରିଥିଲେ। ଇତିହାସରୁ ଜଣାପଡ଼େ ଯେ, ୨୧ଥର ମଧ୍ୟରୁ ମହାପ୍ରଭୁ ଦୁଇ ଥର ପାତାଳି ଲୀଳା କରିଥିଲେ। ସୋନପୁର ଜିଲାର ଗୋ-ପାଲି ବା ବର୍ତ୍ତମାନର କୋଟସମଲାଇ ତ୍ରିକୂଟ ପାହାଡ଼ ଗୁମ୍ଫାରେ ୯୯ବର୍ଷ ପର୍ଯ୍ୟନ୍ତ ପାତାଳି ଲୀଳା କରିଥିଲେ। ଦ୍ୱିତୀୟତଃ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣ ସମୟରେ ଚିଲିକାର ହସ୍ତିପାଟଣା ବା ହାତୀପଡାଠାରେ। ଇତିହାସରୁ ଆହୁରି ଜଣାପଡ଼େ ଯେ, ମହାପ୍ରଭୁ ୨ଥର ବ୍ରହ୍ମଲୀଳା କରିଥିଲେ। ଏ ଜାତିର ଅନନ୍ୟ ବିଶ୍ୱକର୍ମା ବିଶର ମହାନ୍ତିଙ୍କ ଦ୍ୱାରା ଏବଂ ଦ୍ୱିତୀୟ ବ୍ରହ୍ମଲୀଳା ହୋଇଥିଲା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ୍‌ ଆକ୍ରମଣ ସମୟରେ ଗୁପ୍ତ ଭାବେ ଗଜପତିଙ୍କ ପରାମର୍ଶରେ ସେବାୟତମାନେ ଖୋର୍ଦ୍ଧା ଜିଲାର ଗଡମାଣିତିରିରେ ବ୍ରହ୍ମଲୀଳା କରାଇଥିଲେ।
ଚିଲିକା ମଧ୍ୟରେ ଥିବା ଗୁରୁବାଇଗଡକୁ ଓ ବାଣପୁର ତହସିଲର ନଇରୀ ଗ୍ରାମରେ ହରିଶ୍ୱର ମଣ୍ଡପକୁ ଦୁଇ ଥର ମହାପ୍ରଭୁ ବିଜେ କରି ଲୀଳା କରିଥିଲେ। ନଇରୀ ଗ୍ରାମ ଚିଲିକାର ଉତ୍ତରପାର୍ଶ୍ୱରେ ଅବସ୍ଥିତ। ଏଣୁ ଚିଲିକା ହେଉଛି ମହାପ୍ରଭୁଙ୍କ ଅତିପ୍ରିୟ ଲୀଳାକ୍ଷେତ୍ର। ମହାପ୍ରଭୁ ୮ଥର ଚିଲିକାକୁ ଏବଂ ଚିଲିକା ମଧ୍ୟ ଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୫ଥର ଚିଲିକା ମଧ୍ୟକୁ ଯାଇଥିବା ବେଳେ ୩ଥର ଚିଲିକା ବକ୍ଷ ଦେଇ ଅନ୍ୟାନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ।
ମହିଷାନାସୀରୁ ଚକାନାସୀ
୧୬୧୧ ମସିହାରେ କଲ୍ୟାଣମଲ୍ଲ ପ୍ରଥମ ଆକ୍ରମଣ ସମୟରେ ମହାପ୍ରଭୁ ଯାଇଥିଲେ ମହିଷା ବରହମପୁରକୁ। ସେତେବେଳେ ଗଜପତି ଥିଲେ ଶ୍ରୀପୁରୁଷୋତ୍ତମ ଦେବ। ମାଦଳା ବର୍ଣ୍ଣିତ ମହିଷା ସ୍ଥାନର ଉଲ୍ଲେଖ ରହିଛି। ମହିଷାର ସ୍ଥଳଭାଗ ଦକ୍ଷିଣପାର୍ଶ୍ୱ ନାସୀକୁ ଅର୍ଥାତ୍‌ ଶେଷ ଭାଗକୁ ମହାପ୍ରଭୁ ବିଜେ କରିଥିଲେ। ଉକ୍ତ ନାସୀ ଶେଷ ଭାଗ ପରେ ଚିଲିକାର ଜଳଭାଗ ରହିଛି। ଅପରପାର୍ଶ୍ୱର ରାଜହଂସ ଜଙ୍ଗଲର ପଶ୍ଚିମପାର୍ଶ୍ୱ ରହିଛି। ଶ୍ରୀବିଗ୍ରହ ବିଜେ କରିବା ପରେ ଏଠାକାର ଲୋକେ ଦାରୁବ୍ରହ୍ମ ଆସିଥିବାରୁ ଗୁପ୍ତରେ ରହିଥିବା ସ୍ଥାନକୁ ବ୍ରହ୍ମପୁର(ବ୍ରହ୍ମ ରହିଥିବା ପୁର) ବୋଲି କହିଥିଲେ। ପ୍ରାୟ ୪ଶହ ବର୍ଷ ପରେ ମଧ୍ୟ ସେହି ଅଞ୍ଚଳ ବ୍ରହ୍ମପୁର ବା ବରହମପୁର ନାମରେ ପ୍ରସିଦ୍ଧି ଲାଭ କରିଛି। ବରହମପୁର ନାମରେ ଏକ ସ୍ବତନ୍ତ୍ର ଜନବସତି ମଧ୍ୟ ସୃଷ୍ଟି ହୋଇଛି। ବରହମପୁର ଉତ୍ତର ଦିଗକୁ ସ୍ଥଳଭାଗରେ ତିନି କିମି ଗଲେ ମହିଷା ଗ୍ରାମ ରହିଛି। କାଳକ୍ରମେ ଶ୍ରୀବିଗ୍ରହମାନେ ଗୁପ୍ତରେ ଲୀଳା କରିଥିବା ସ୍ଥାନ ମହିଷାନାସୀ ପରିବର୍ତ୍ତେ ଚକାନାସୀ ଭାବେ ପରିଚିତ ହୋଇଛି। ଶ୍ରୀବିଗ୍ରହଙ୍କୁ ଚକା ଉପରେ ବିଜେ କରାଯାଇଥିବାରୁ ତାହା ଚକାନାସୀ ଭାବେ ପ୍ରସିଦ୍ଧିଲାଭ କରିଛି। ବର୍ତ୍ତମାନ ବରହମପୁର ଜନବସତିଠାରୁ ଦକ୍ଷିଣ ଦିଗକୁ ଦୁଇ କିମି ପରେ ଅବସ୍ଥିତ। ଚକାନାସୀର ପରବର୍ତ୍ତିତ ନାମ ଖଡିନାସୀ ଭାବରେ ମଧ୍ୟ ପ୍ରସିଦ୍ଧ। ମହିଷାର ଉତ୍ତରରେ ସ୍ଥଳଭାଗରେ ଶେଷ ନାସୀ ସିପନାସୀ ଭାବେ ପରିଚିତ। ୧୬୧୧ ଜୁନ ମାସଠାରୁ ୧୬୧୨ ମଇ ମାସ ପର୍ଯ୍ୟନ୍ତ ହାରାହାରି ଏକବର୍ଷ ଶ୍ରୀବିଗ୍ରହ ଏଠାରେ ଗୁପ୍ତ ଲୀଳା କରିଥିଲେ। କଲ୍ୟାଣମଲ୍ଲର ଦ୍ୱିତୀୟ ଆକ୍ରମଣ ସମୟରେ ଶ୍ରୀବିଗ୍ରହମାନଙ୍କୁ ଚିଲିକାର ଗୁରୁବାଇ ଦ୍ୱୀପ ସାମନାରେ ଚାପରେ ବିଜେ କରାଯାଇଥିଲା। ସେହି ସମୟରେ ଚକାନାସୀରୁ ସିପିନାସୀକୁ ସ୍ଥଳଭାଗରେ ଶ୍ରୀବିଗ୍ରହମାନଙ୍କୁ ନିଆଯାଇଥିବା ଏହି ଅଞ୍ଚଳରେ ପ୍ରାଚୀନ ଜନଶ୍ରୁତିରୁ ଜଣାପଡ଼େ। ଚକାନାସୀଠାରେ ୩ଟି ମୁଗୁନି ପଥରର ଚକା ରହିଥିଲା। କାଳର ଗର୍ଭରେ ନିକଟସ୍ଥ କଣ୍ଟାବୁଦା ମଧ୍ୟରେ ଶ୍ରୀବିଗ୍ରହ ବିଜେ କରିଥିବା ଚକା ୩ଟି ପୋତି ହୋଇଯାଇଥିବା ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଜଣାପଡ଼େ।
-ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?