ବଜ୍ରପାତ ନେଲା ୬ ଜୀବନ

ଆନନ୍ଦପୁର/ବାଲେଶ୍ୱର ଅଫିସ,୨ା୯(ସ୍ବ.ପ୍ର.): ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲାର ୪ ଓ ବାଲେଶ୍ୱରର ୨ ଜଣ ରହିଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପୂର୍ବାହ୍ନରେ ବର୍ଷା ସହ ବଜ୍ରପାତ ହୋଇଥିଲା। ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା(୬୧) ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସେହିଭଳି ବାହିରିପୁର ଗ୍ରାମର ବଲ୍ଲଭ ବେହେରା(୪୭) ରମ୍ପାସ ଗ୍ରାମକୁ କାମ କରିବାକୁ ଯାଇଥିବାବେଳେ ବଜ୍ରପାତ ଯୋଗୁ ସେଠାରେ ଟଳି ପଡ଼ିଥିଲେ। ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା(୫୨) ଘାସ କାଟିବାକୁ ଯାଇଥିବାବେଳେ ଏବଂ ପଣ୍ଡୁଆ ଗ୍ରାମର ସନ୍ତୋଷ ପ୍ରଧାନଙ୍କ ୧୨ ବର୍ଷର ଝିଅ ଘର ବାହାରେ ଖେଳୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାରଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମର କାର୍ତ୍ତିକ ମହାନ୍ତି (୩୫) ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। କ୍ଷେତକୁ ଯାଉଥିବା ସମୟରେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ବି.କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭୋଗରାଇ ଥାନା ଅଧୀନ କାଉବଣି ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆନନ୍ଦ ଦେଙ୍କ ସ୍ତ୍ରୀ ସାବିତ୍ରୀ(୫୯)। ଅପରାହ୍ନ ୧ଟା ବେଳେ ଗାଧୋଇସାରି ଘରକୁ ଫେରୁଥିବା ସେ ବଜ୍ରପାତର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri