ବିକାଶ ଦେଖିବ ବତିଘର

କେନ୍ଦ୍ରାପଡ଼ା ଅଫିସ, ୧୧ା୧୨: ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ ବଜାର ସୃଷ୍ଟି ହେବ। ସମସ୍ତ ସ୍ଥାନରେ ସୌର ବିଦ୍ୟୁତ୍‌ କାର୍ଯ୍ୟକାରୀ ହେବ। ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବତିଘରର ବିକାଶ ପିପିପି ମୋଡ୍‌ରେ ହେବ ବୋଲି ଶୁକ୍ରବାର କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କୋଷ୍ଟାଲ ରେଗୁଲେଶନ ଜୋନ୍‌(ସିଆରଜେଡ୍‌)ରେ ଥିବାରୁ ଅନୁମତି ପାଇଁ ଅଥରିଟି କାର୍ଯ୍ୟାଳୟକୁ ଚିଠି ହୋଇଥିବା କେନ୍ଦ୍ରମନ୍ତ୍ରୀ ସୋନୋୱାଲ ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ, ଗୋପାଳପୁର, ଚନ୍ଦ୍ରଭାଗା, ପୁରୀ ଓ ଫଲ୍‌ସ ପଏଣ୍ଟ ବତିଘର ସହ ଦେଶର ୬୫ଟି ବତିଘର ସାଗରମାଳା ଯୋଜନାରେ ବିକଶିତ ହେବ ବୋଲି ଏଥିରେ ସୂଚନା ମିଳିଛି। ତେବେ ଫଲ୍‌ସ ପଏଣ୍ଟ ବତିଘରକୁ ଛାଡ଼ି ଓଡ଼ିଶାର ଅନ୍ୟ ୪ ବତିଘରକୁ ଯୋଗାଯୋଗ ରାସ୍ତା ସହ ପର୍ଯ୍ୟଟନ ପାଇଁ କ୍ଷେତ୍ର ଅଛି। ଏଥିପାଇଁ ପ୍ରତିବର୍ଷ ସେହିସ୍ଥାନକୁ ପର୍ଯ୍ୟଟକଙ୍କ ଗସ୍ତ ଦ୍ରୁତଗତିରେ ବଢୁଥିବା ବେଳେ ଫଲ୍‌ସ ପଏଣ୍ଟ ବତିଘର ପାଇଁ ଖରିନାସୀ ସେତୁ ବାଧକ ସାଜିଛି। ଅପରପକ୍ଷରେ ବିକାଶ ଅପେକ୍ଷାରେ ଥିବା ଫଲ୍‌ସ ପଏଣ୍ଟ ବତିଘରଠାରେ ହେନ୍ତାଳ ବଣ, ଲୁଣା କୁମ୍ଭୀର, ସାମୁଦ୍ରିକ ଓ ବନ୍ୟ ଜୀବଙ୍କ ସମାହାର ଦେଖିବାକୁ ମିଳିବ। ସଦର ମହକୁମାଠାରୁ ମାତ୍ର ୪୫ କି.ମି. ଦୂର ଖରିନାସୀ ନଦୀକୂଳରେ ଏହି ବତିଘର ଅଛି। ଭାରତର ପୂର୍ବତଟରେ ପ୍ରଥମଥର ପାଇଁ ଏହି ବତିଘର ନିର୍ମାଣ ୧୮୧୯ ମସିହାରେ ଆରମ୍ଭ ହୋଇ ୧୮୨୬ରେ ଶେଷ ହୋଇଥିଲା। ତେବେ କେତେକ କାରଣରୁ ପ୍ରକଳ୍ପଟି ଭାଙ୍ଗିଯିବାରୁ ଏହାର ପୁନଃ ନିର୍ମାଣ ୧୮୩୬ରେ ହୋଇଥିଲା। ୧୮୩୬ ଅକ୍ଟୋବର ୧୬ରେ ପେଟ୍ରୋଲିୟମ ଗ୍ୟାସ୍‌ ଦ୍ୱାରା ଏହା ଆଲୋକିତ ହୋଇଥିଲା। ୧୮୮୦ରେ ବେଙ୍ଗଲର ଲେଫ୍ଟନାଣ୍ଟ ଗଭର୍ନର ସାର ଆସଲେ ଇଡେନ ନୂଆ ଲାଇଟ୍‌ ଡିଓପିଟ୍ରିଆକୁ ଉଦ୍‌ଘାଟନ କରିଥିଲେ। ବିଗତ ଦଶନ୍ଧିଗୁଡ଼ିକରେ ଏଠାରେ ଜେନେରେଟର ମାଧ୍ୟମରେ ଆଲୋକ ବ୍ୟବହାର ହେଉଥିବା ବେଳେ ଏବେ ସେହି ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇଛି। ପ୍ରାୟ ୧୨୫ ମିଟର ଉଚ୍ଚତା ବିଶିଷ୍ଟ ଏହି ବତିଘର ନିର୍ମାଣରେ କଟକସ୍ଥିତ ବାରବାଟୀ ଦୁର୍ଗର ପଥର ଲାଗିଛି। ଏହି ବତିଘର ପରିସରରେ କେତେଜଣ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପଥରନିର୍ମିତ ପୁରାତନ କବର ଓ କୂଅ ଅଛି। ହେନ୍ତାଳ ବଣ ପରିବେଷ୍ଟିତ ଏହି ବତିଘର କେନ୍ଦ୍ରାପଡ଼ା ଜିଲାରେ ଏକ ଦ୍ୱୀପ ପରି, ଯାହାର ଚାରିପଟେ ଜଳ ଘେରି ରହିଛି। ମୃତ୍ତିକା ଓ ତଟକ୍ଷୟ ଏହି ସ୍ଥାନକୁ ସଂକୁଚିତ କରୁଛି। ପ୍ରଶାସନର ଅଣଦେଖାରୁ ଏଠାରେ ଏବେ ଅନୁପ୍ରବେଶକାରୀ ଓ ଚିଙ୍ଗୁଡି ଘେରି ସଂଖ୍ୟା ବଢ଼ିଛି। ସ୍ଥାନଟି ବିକଶିତ ହେଲେ ପର୍ଯ୍ୟଟନ ଶିଳ୍ପରୁ ଜିଲାବାସୀଙ୍କୁ ଫାଇଦା ସହିତ ଆତ୍ମନିଯୁକ୍ତି ମିଳିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?