ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ। ଏହି ନିର୍ଜନ ଦ୍ୱୀପ ବ୍ରିଟିଶ ଶାସକ ଗୋରା ସାହେବମାନେ ଚତୁଃପାର୍ଶ୍ୱସ୍ଥ ଜଳ ରାଶି ମଝିରେ ଏକ ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ ଥିବା ବିଶାଳ ଚୋରାବାଲି ସ୍ତୂପ ବା ଢିପକୁ ୧୮୩୦ରେ ଆବିଷ୍କାର କରିଥିବା କୁହାଯାଇଛି। ଏହି ନିର୍ଜନ ଦ୍ୱୀପଟିର ପ୍ରାକୃତିକ ପରିବେଶ, ମନୋଲୋଭା ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ଇଂରେଜ ଶାସକମାନେ ସୁରକ୍ଷିତ ଭାବେ ଉପନିବେଶ ସ୍ଥାପନ ଆରମ୍ଭ କରିଥିଲେ। ନଦୀ, ନାଳଘେରା ଘଞ୍ଚ ଅରଣ୍ୟରେ ଏହି ଚୋରାବାଲି ସ୍ତୂପ ଦ୍ୱୀପରେ ୧୮୩୬ରେ ବ୍ରିଟିଶ ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ଦ୍ୱାରା ସୁଉଚ୍ଚ ୧୩୦ ଫୁଟ୍‌ ଟାୱାର (ଲାଇଟ ହାଉସ୍‌) ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦ ଫୁଟ୍‌ ଉଚ୍ଚତା କମ୍‌ କରାଯାଇଥିଲା। ତେବେ ଅଦ୍ୟାବଧି ୩୯ ମିଟର ବା ୧୧୦ ଫୁଟ ଉଚ୍ଚତା ରଖାଯାଇଛି ବୋଲି କୁହାଯାଉଛି। ଏହି ନିର୍ମାଣରେ ବଡ଼ ବଡ଼ ଇଟା, ପଥର ସହ ଚୂନଗୁଡ଼ ଓ ଲାଖ ମିଶ୍ରଣରେ ଗୃହ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୮୩୮ ମସିହାରେ ନିର୍ମାଣ ଗୃହ କାର୍ଯ୍ୟ ସମୂର୍ଣ୍ଣ ହୋଇ ଲାଇଟ୍‌ ଜଳିବା କାର୍ଯ୍ୟକାରୀ ହୋଇଥିଲା। ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ନାମାନୁସାରେ ଫଲ୍ସ ପଏଣ୍ଟ ବା ବତିଘର ଭାବେ ନାମିତ ହୋଇଥିଲା। ସମୁଦ୍ରର ଏହି ଜଳପଥ ଦେଇ ବଡ଼ ବଡ଼ ବିଦେଶୀ ଜାହାଜ ଚଳାଚଳ ସମୟରେ ବାଟବଣା ନ ହେବା ପାଇଁ ସୁଉଚ୍ଚ ଲାଇଟ୍‌ ହାଉସ ନିର୍ମାଣ କରାଯାଇଥିବା କୁହାଯାଇଛି। ଏହାର ଉପର ଅଗ୍ର ଭାଗରେ ରାତ୍ରି କାଳରେ ପେଟ୍ରୋ ମାକ୍ସ (ଫ୍ଲାସ ଚକ୍ରି ) ଲାଇଟ୍‌ ସ୍ଥାପନ କରାଯାଇ ଦିଗ ନିର୍ଣ୍ଣୟ ରୂପେ ଚକ୍ରି ବୁଲୁଥିଲା।
ସୂଚନାଯୋଗ୍ୟ, ବଙ୍ଗୋପସାଗର କୂଳ ସନ୍ନିକଟରେ ନିର୍ମାଣ ହୋଇଥିବା ସୁଉଚ୍ଚ ଫଲ୍ସ ପଏଣ୍ଟ ବା ବତିଘର ସର୍ବୋଚ୍ଚ ଶିଖରରେ ଦଣ୍ଡାୟମାନ ହେଲେ ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା ଦୃଶ୍ୟମାନ ହେଉଥିବା ଶୁଣିବାକୁ ମିଳେ। ତେବେ ପତିତପାବନ ବାନା ଦୃଶ୍ୟ ନ ହେବା ପାଇଁ ପରବର୍ତ୍ତୀ ସମୟରେ ଇଂରେଜ ଶାସକମାନେ ନିର୍ମିତ ହୋଇଥିବା ଉକ୍ତ ବତିଘର ଶୀର୍ଷ ଭାଗ ଉପର (୨୦ ଫୁଟ୍‌) ଭାଙ୍ଗି ଦେଇଥିବା ଅଞ୍ଚଳର ବହୁ ପୁରୁଖା ଲୋକମାନଙ୍କ ନିକଟରୁ ଶୁଣିବାକୁ ମିଳେ। ଅପରପକ୍ଷରେ ଏହି ଦ୍ୱୀପରେ ବ୍ରିଟିଶ ଶାସନ ସମୟରେ କେତେକ କମାଣ, ତୋପ ମୂକସାକ୍ଷୀ ପାଲଟିଛି। ନିକଟ ଖୋଳାନଦୀରେ ଏକ କମାଣ ପାଣିରେ ବୁଡ଼ି ରହିଥିବା ଓ ଅନ୍ୟ ଏକ ତୋପ ଫଲ୍ସ ପଏଣ୍ଟ ପରିସରରେ ଥିବା ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହି ତୋପକୁ ବତିଘର ଦାୟିିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜୟନ୍ତ କୁମାର ଚାଟାର୍ଜୀ ୨୦୧୫ ମସିହାରେ ଉଦ୍ଧାର କରିଥିଲେ। ଏହାକୁ ବତିଘରଠାରେ ସଂରକ୍ଷିତ ରଖାଯାଇଛି। ଏହି ଫଲ୍ସ ପଏଣ୍ଟ ବା ବତିଘରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଲେ ବହୁ ଦେଶବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହୋଇପାରନ୍ତା ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri