ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ। ଏହି ନିର୍ଜନ ଦ୍ୱୀପ ବ୍ରିଟିଶ ଶାସକ ଗୋରା ସାହେବମାନେ ଚତୁଃପାର୍ଶ୍ୱସ୍ଥ ଜଳ ରାଶି ମଝିରେ ଏକ ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ ଥିବା ବିଶାଳ ଚୋରାବାଲି ସ୍ତୂପ ବା ଢିପକୁ ୧୮୩୦ରେ ଆବିଷ୍କାର କରିଥିବା କୁହାଯାଇଛି। ଏହି ନିର୍ଜନ ଦ୍ୱୀପଟିର ପ୍ରାକୃତିକ ପରିବେଶ, ମନୋଲୋଭା ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ଇଂରେଜ ଶାସକମାନେ ସୁରକ୍ଷିତ ଭାବେ ଉପନିବେଶ ସ୍ଥାପନ ଆରମ୍ଭ କରିଥିଲେ। ନଦୀ, ନାଳଘେରା ଘଞ୍ଚ ଅରଣ୍ୟରେ ଏହି ଚୋରାବାଲି ସ୍ତୂପ ଦ୍ୱୀପରେ ୧୮୩୬ରେ ବ୍ରିଟିଶ ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ଦ୍ୱାରା ସୁଉଚ୍ଚ ୧୩୦ ଫୁଟ୍‌ ଟାୱାର (ଲାଇଟ ହାଉସ୍‌) ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦ ଫୁଟ୍‌ ଉଚ୍ଚତା କମ୍‌ କରାଯାଇଥିଲା। ତେବେ ଅଦ୍ୟାବଧି ୩୯ ମିଟର ବା ୧୧୦ ଫୁଟ ଉଚ୍ଚତା ରଖାଯାଇଛି ବୋଲି କୁହାଯାଉଛି। ଏହି ନିର୍ମାଣରେ ବଡ଼ ବଡ଼ ଇଟା, ପଥର ସହ ଚୂନଗୁଡ଼ ଓ ଲାଖ ମିଶ୍ରଣରେ ଗୃହ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୮୩୮ ମସିହାରେ ନିର୍ମାଣ ଗୃହ କାର୍ଯ୍ୟ ସମୂର୍ଣ୍ଣ ହୋଇ ଲାଇଟ୍‌ ଜଳିବା କାର୍ଯ୍ୟକାରୀ ହୋଇଥିଲା। ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ନାମାନୁସାରେ ଫଲ୍ସ ପଏଣ୍ଟ ବା ବତିଘର ଭାବେ ନାମିତ ହୋଇଥିଲା। ସମୁଦ୍ରର ଏହି ଜଳପଥ ଦେଇ ବଡ଼ ବଡ଼ ବିଦେଶୀ ଜାହାଜ ଚଳାଚଳ ସମୟରେ ବାଟବଣା ନ ହେବା ପାଇଁ ସୁଉଚ୍ଚ ଲାଇଟ୍‌ ହାଉସ ନିର୍ମାଣ କରାଯାଇଥିବା କୁହାଯାଇଛି। ଏହାର ଉପର ଅଗ୍ର ଭାଗରେ ରାତ୍ରି କାଳରେ ପେଟ୍ରୋ ମାକ୍ସ (ଫ୍ଲାସ ଚକ୍ରି ) ଲାଇଟ୍‌ ସ୍ଥାପନ କରାଯାଇ ଦିଗ ନିର୍ଣ୍ଣୟ ରୂପେ ଚକ୍ରି ବୁଲୁଥିଲା।
ସୂଚନାଯୋଗ୍ୟ, ବଙ୍ଗୋପସାଗର କୂଳ ସନ୍ନିକଟରେ ନିର୍ମାଣ ହୋଇଥିବା ସୁଉଚ୍ଚ ଫଲ୍ସ ପଏଣ୍ଟ ବା ବତିଘର ସର୍ବୋଚ୍ଚ ଶିଖରରେ ଦଣ୍ଡାୟମାନ ହେଲେ ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା ଦୃଶ୍ୟମାନ ହେଉଥିବା ଶୁଣିବାକୁ ମିଳେ। ତେବେ ପତିତପାବନ ବାନା ଦୃଶ୍ୟ ନ ହେବା ପାଇଁ ପରବର୍ତ୍ତୀ ସମୟରେ ଇଂରେଜ ଶାସକମାନେ ନିର୍ମିତ ହୋଇଥିବା ଉକ୍ତ ବତିଘର ଶୀର୍ଷ ଭାଗ ଉପର (୨୦ ଫୁଟ୍‌) ଭାଙ୍ଗି ଦେଇଥିବା ଅଞ୍ଚଳର ବହୁ ପୁରୁଖା ଲୋକମାନଙ୍କ ନିକଟରୁ ଶୁଣିବାକୁ ମିଳେ। ଅପରପକ୍ଷରେ ଏହି ଦ୍ୱୀପରେ ବ୍ରିଟିଶ ଶାସନ ସମୟରେ କେତେକ କମାଣ, ତୋପ ମୂକସାକ୍ଷୀ ପାଲଟିଛି। ନିକଟ ଖୋଳାନଦୀରେ ଏକ କମାଣ ପାଣିରେ ବୁଡ଼ି ରହିଥିବା ଓ ଅନ୍ୟ ଏକ ତୋପ ଫଲ୍ସ ପଏଣ୍ଟ ପରିସରରେ ଥିବା ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହି ତୋପକୁ ବତିଘର ଦାୟିିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜୟନ୍ତ କୁମାର ଚାଟାର୍ଜୀ ୨୦୧୫ ମସିହାରେ ଉଦ୍ଧାର କରିଥିଲେ। ଏହାକୁ ବତିଘରଠାରେ ସଂରକ୍ଷିତ ରଖାଯାଇଛି। ଏହି ଫଲ୍ସ ପଏଣ୍ଟ ବା ବତିଘରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଲେ ବହୁ ଦେଶବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହୋଇପାରନ୍ତା ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri