ଲଘୁଚାପଜନିତ ବର୍ଷା, ଚାଷୀ ଆଶ୍ୱସ୍ତ

ବାଲେଶ୍ୱର ଅଫିସ, ୫।୮-ବାଲେଶ୍ୱର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀକୁଳ ଆଶ୍ୱସ୍ତ ହୋଇଛନ୍ତି। ଗତ ସୋମବାରଠାରୁ ଜିଲାରେ ମୋଟ୍‌ ୩୩୮ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୨୮.୧୭ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ବାହାନଗା ବ୍ଲକରେ ସର୍ବାଧିକ ୮୫ମି.ମି. ବର୍ଷା ହୋଇଛି। ସୋରରେ ୫୬ମି.ମି., ଖଇରାରେ ୨୪, ଔପଦାରେ ୩୯, ରେମୁଣାରେ ୩୩ମି.ମି., ସଦରରେ ୩୫ମି.ମି., ଜଳେଶ୍ୱରରେ ୩୧ମି.ମି., ନୀଳଗିରିରେ ୧୯ମି.ମି., ବାଲିଆପାଳରେ ୯ମି.ମି., ଭୋଗରାଇରେ ୫ମି.ମି. ଓ ବସ୍ତାରେ ୦ ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି।
ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ବର୍ଷା ପହଞ୍ଚିଥିବା ବେଳେ ଜିଲାରେ ଅଳ୍ପ ବର୍ଷା କାରଣରୁ ଚାଷ କାର୍ଯ୍ୟ ପାଇଁ ଯଥେଷ୍ଟ ଆଗେଇ ପାରି ନ ଥିଲା। ଜିଲାର ରେମୁଣା, ସଦର, ନୀଳଗିରି, ବାଲିଆପାଳ, ଜଳେଶ୍ୱର, ବସ୍ତା, ଭୋଗରାଇ ଆଦି ବ୍ଲକରେ ବର୍ଷା ଅଭାବ କାରଣରୁ ଚାଷ କାର୍ଯ୍ୟ ପଛରେ ପଡ଼ିଛି। ଜିଲାରେ ୨ଲକ୍ଷ ୧୯ହଜାର ୩୭୮ ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ସେଥିମଧ୍ୟରୁ ପ୍ରାୟ ୧ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଅବଶିଷ୍ଟ ଜମିରେ ଚାଷ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ସୁଦ୍ଧା ୪୬ହଜାର ହେକ୍ଟର ଜମିରେ ରୁଆ ସରିଥିବା ବେଳେ ୧୮୨୫ ହେକ୍ଟର ଜମିରେ ବୁଣା ହୋଇଛି। ବର୍ଷା ଅଭାବରୁ ପ୍ରାୟ ୧ଲକ୍ଷ ୪୮ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଚଳିତବର୍ଷ ମେ’ରେ ୨୧୮.୮ ମି.ମି. ବର୍ଷା ହୋଇଥିବା ବେଳେ ଜୁନ୍‌ରେ ୧୪୮.୪ ମି.ମି. ଓ ଜୁଲାଇରେ ୧୩୧.୧ ମି.ମି. ବର୍ଷା ହୋଇଛି। ଗତ ୨୦୧୯ ଜୁନ୍‌ରେ ୧୩୪.୧ ମି.ମି., ଜୁଲାଇରେ ୧୯୪.୬ ମି.ମି., ଅଗଷ୍ଟରେ ୨୩୩.୧ମି.ମି. ଓ ସେପ୍ଟେମ୍ବରରେ ୩୪୭.୮ ମି.ମି. ବର୍ଷା ହୋଇଥିବା ବେଳେ ଚାଷ ପାଇଁ ବର୍ଷା ଜଳ ମଧ୍ୟ କମ୍‌ ପଡ଼ିଥିଲା। ଚାଷ ପାଇଁ ଲଗାଣ ବର୍ଷା ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହଁି। ଅନ୍ୟପକ୍ଷରେ ବର୍ଷା ବି ସବୁ ସ୍ଥାନରେ ସମାନ ପରିମାଣରେ ହେଉ ନାହଁି। ବର୍ଷାକୁ ଚାହଁି ଚାହଁି ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ବି ଠିକଣା ସମୟରେ ବର୍ଷୁନି। ମୌସୁମୀର ଏଭଳି ବ୍ୟତିକ୍ରମକୁ ଦେଖି ଚଳିତବର୍ଷ ଚାଷକାମ ସୁରୁଖୁରୁରେ ହୋଇପାରିବ କି ନାହଁି ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଏ ସମ୍ପର୍କରେ ଜିଲା ପାଣିପାଗ ବିଭାଗ ଅଧିକାରୀ ସୀତାକାନ୍ତ ଭୋଇ କହନ୍ତି, ଚାଷ ପାଇଁ ଯେତିକି ବର୍ଷାର ଆବଶ୍ୟକତା ରହିଛି ଚଳିତବର୍ଷ ତାହା ହୋଇନାହଁି। ୧ହଜାର ମି.ମି. ବର୍ଷା ହେଲେ ଏହାକୁ ସ୍ବାଭାବିକ ବର୍ଷା ଧରାଯାଇଥାଏ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri