ଦୀପ ଜଳାନ୍ତୁ

ବିଭିନ୍ନ ପର୍ବପର୍ବାଣି, ବିଶେଷ କରି ଦୀପାବଳି ପାଳନ ଅବସରରେ ଆମେ ବାଣ ଫୁଟାଇଥାଉ, ଯାହାକି ଅତ୍ୟନ୍ତ ବାୟୁ ପ୍ରଦୂଷଣକାରୀ ବୋଲି ପ୍ରମାଣିତ ହେବାରୁ ବିଗତ ବର୍ଷଠାରୁ ଏହା ବଦଳରେ ତଥାକଥିତ ସବୁଜବାଣ ବ୍ୟବହାର କରାଯାଉଛି। କୁହାଯାଉଛିି ଯେ, ଏହା ୩୦% କମ୍‌ ପ୍ରଦୂଷଣକାରୀ । ଏଣୁ ଏହାକୁ ବ୍ୟବହାର କରିବାକୁ ଆମ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ଅନୁମତି ମିଳିଛି। ତେବେ ଏହା ଗ୍ରହଣୀୟ ନୁହେଁ। ସାଧାରଣ ବାଣ ଫୁଟିଲା ବେଳେ ବିବିଧ ସହରାଞ୍ଚଳର ବାୟୁ ଅତ୍ୟଧିକ ପ୍ରଦୂଷିତ ହୋଇଥାଏ। ଏଥିରୁ କିଛିଟା କମ୍‌ ହେବା ମଧ୍ୟ ସହନୀୟ ନୁହେଁ।
ବାଣରେ ଗନ୍ଧକ, ପୋଟାସିୟମ, ନାଇଟ୍ରେଟ୍‌, ବେରିୟମ ନାଇଟ୍ରେଟ୍‌ ଆଦିକୁ ମୂଳ ଉପାଦାନ ଏବଂ କେତେକ ବିଷାକ୍ତ ଧାତୁକୁ ତାହା ରଙ୍ଗିନ କରିବା ଲାଗି ବ୍ୟବହାର କରାଯାଏ। ସବୁଜବାଣରେ ଏଥିରୁ ଅନେକକୁ ବାଦ୍‌ ଦିଆଯାଉଥିବା କୁହାଯାଉଛି। ତେବେ ତହିଁରେ ଏହି ମୂଳ ଉପାଦନଗୁଡ଼ିକ କମ୍‌ ମାତ୍ରାରେ ହେଲେ ହେଁ ତ ନିଶ୍ଚୟ ଥିବ। ସେଥିରୁ ବାହାରୁଥିବା ବାଷ୍ପଗୁଡ଼ିକ ନିଶ୍ଚିତ ରୂପେ ଦୂଷିତକାରୀ ଏବଂ କ୍ଷତିକାରକ ।
କୁହାଯାଉଛି ଯେ, ସବୁଜବାଣରୁ ଜଳୀୟବାଷ୍ପ ନିର୍ଗମନର ବ୍ୟବସ୍ଥା ରହିଛି। ଏହା ନିର୍ଗତ ଧୂଳିକଣାକୁ ବାୟୁ ମଧ୍ୟକୁ ତଳକୁ ଖସାଇ ଆଣେ। ଏହା ଯଦି ସତ୍ୟ, ତେବେ ବିଗତ ବର୍ଷ ସବୁଜବାଣ ବ୍ୟବହୃତ ହୋଇଥିବା ଦିଲ୍ଲୀ ସମେତ ସହରାଞ୍ଚଳରେ ଦୀପାବଳି ପରେ ବାୟୁରେ ଭାସମାନ କଣିକା ଅତ୍ୟଧିକ ବଢ଼ିଯାଇଥିଲା କାହିଁକି ?
କୁହାଯାଉଛି ଯେ, ସାଧାରଣ ଫୋଟକାରୁ ୧୬୦ ଡେସିବେଲ ଧ୍ୱନି ପଯର୍‌ୟନ୍ତ ନିର୍ଗତ ହେଲାବେଳେ ସବୁଜବାଣରୁ ଏହା ୧୩୦ ମଧ୍ୟରେ ସୀମିତ ରହିବ। ତେବେ ଏହା ମଧ୍ୟ ଆମ ସାଧାରଣ ନିରାପଦ ସୀମା(୬୦ ଡେସିବେଲ)ଠାରୁ ଯଥେଷ୍ଟ ଅଧିକ। ଏପରିସ୍ଥଳେ ପରିବେଶ ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସବୁଜବାଣ ମଧ୍ୟ ବର୍ଜନୀୟ। ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି କେତେକ ସ୍ଥାନରେ ତାହା କରାଯାଇଛି।
ଯେଉଁମାନେ ବାଣ ଫୁଟାଇବାକୁ ଆମ ପରମ୍ପରା ବୋଲି କହୁଛନ୍ତି, ସେମାନଙ୍କୁ ଗୋଟିଏ ପ୍ରଶ୍ନ-ଦୀପାବଳି ପାଳନ ପ୍ରଥମେ ଆରମ୍ଭ ହୋଇଥିଲା ଶ୍ରୀରାମଚନ୍ଦ୍ରଙ୍କର ବନବାସରୁ ପ୍ରତ୍ୟାବର୍ତ୍ତନ କାଳରେ । ସେହି ସମୟରେ ବାଣର କ’ଣ ବ୍ୟବହାର ଥିଲା। ଏଣୁ ଏହାକୁ ଆମର ପରମ୍ପରା ବୋଲି କହିବା ମଧ୍ୟ ଅଯୁକ୍ତିକର।
ଏପରିସ୍ଥଳେ ଦୀପାବଳିରେ ବାଣ ନ ଫୁଟାଇବାକୁ ସମସ୍ତଙ୍କୁ ଅନୁରୋଧ।
କାରଣ ଏଥିରେ ଆମକୁ ମିଳୁଥିବା ଆନନ୍ଦ ଆସୁରିକ, ଏଣୁ ଏହା ବର୍ଜନୀୟ। ତେବେ ବାଣ ବଦଳରେ ଏହି ଆଲୋକର ପର୍ବରେ ଦୀପ ଜାଳନ୍ତୁ, ଯାହା ପରିବେଶ ଏବଂ ଜନସ୍ବାସ୍ଥ୍ୟ ପ୍ରତି ଅନୁକୂଳ।  ଏହି ଅବସରରେ ଚାଲନ୍ତୁ ଦୀପଟିଏ ଜାଳି ଜଗଜ୍ଜନନୀ ମା’ କାଳୀଙ୍କୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା।
-ପ୍ରଫେସର ଉମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?