Posted inଫୁରସତ

ହାତରେ କାର୍‌ ଉଠାଇଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…

ଆପଣ ନିଶ୍ଚିତ ଭାବରେ ମାର୍ଭେଲ କମିକ୍ସର ସୁପରହିଟ୍‌ ‘ହଲ୍କ’ ବିଷୟରେ ଜାଣିଥିବେ। ଆଭେଞ୍ଜର୍ସ ଫିଲ୍ମରେ ତାଙ୍କର ଚରିତ୍ରକୁ ବହୁତ ପ୍ରଶଂସା କରାଯାଏ। ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି। କିନ୍ତୁ ସେ ଫିଲ୍ମରେ କେବଳ ଏକ କାଳ୍ପନିକ ଚରିତ୍ର। ବାସ୍ତବ ଜୀବନରେ ‘ହଲ୍କ’ ପରି ଶକ୍ତି ପାଇବା ଅସମ୍ଭବ ମନେହୁଏ। କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପରେ ଆପଣ ଅନୁଭବ କରିବେ ଯେ, ଅସମ୍ଭବ ଜିନିଷ ମଧ୍ୟ ସମ୍ଭବ। ଭିଡିଓରେ ଆପଣ ପ୍ରକୃତ ‘ହଲ୍କ’ଙ୍କୁ ଦେଖିବେ। ଯିଏ ଫିଲ୍ମ ହଲ୍କଙ୍କଠାରୁ କ୍ଷମତାରେ କୌଣସି ଗୁଣରେ କମ୍‌ ନୁହନ୍ତି।

ସ୍ପୋଟର୍‌ସ ସେଣ୍ଟର ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଚମତ୍କାର ଖେଳ ଭିଡିଓ ପୋଷ୍ଟ କରାଯାଇଥାଏ। ଏବେ ଏହି ଆକାଉଣ୍ଟରେ ପ୍ରକୃତ ‘ହଲ୍କ’ଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି।

ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଏକ ଧଳା ରଙ୍ଗର କାର୍‌ ନିକଟରେ ଅଟକି ଯାଉଛନ୍ତି।କାର୍‌ ଭୁଲ୍‌ ଭାବରେ ପାର୍କିଂ ହୋଇଛି। ସେ କାର୍‌ ପାଖକୁ ଯାଇ ଦୁଇ ହାତରେ ପଛରୁ ଟେକି ଧରୁଥିବା ନଜର ଆସିଛନ୍ତି। ଏହା ପରେ, ସେ ବିନା କୌଣସି ବାଧାରେ କାର୍‌କୁ ସିଧା ଉଠାଇ ଦେଲେ। ତାଙ୍କ ଶରୀରକୁ ଦେଖିଲେ ଲାଗୁଛି, ସେ ଜଣେ ପ୍ରକୃତ ବଡି ବିଲଡର। କିନ୍ତୁ କାର ପରି ଭାରି ଜିନିଷ ଉଠାଇବା ଏକ ବଡ଼ କଥା।

ଭିଡିଓ ଦେଖିବା ପରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ମନରେ ପ୍ରଶ୍ନ ଉଠୁଛି ଏହି ବ୍ୟକ୍ତି ଜଣକ କିଏ ? ଯିଏ କି ଏତେ ସହଜରେ ଏତେ ଭାରି ଜିନିଷ ଉଠାଇ ପାରୁଛନ୍ତି।

ବାସ୍ତବରେ, ଏହି ବ୍ୟକ୍ତିଙ୍କ ନାମ କିଓମନ ବେସିଲ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୩୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ତାଙ୍କ ବଡି ବିଲଡିଂ ସହିତ ଜଡିଡ଼ ଭିଡିଓ ପୋଷ୍ଟ କରନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଏହି ଭିଡିଓ ଉପରେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଯେପର୍ଯ୍ୟନ୍ତ ଏହି ବ୍ୟକ୍ତି ସେଠାରେ ଅଛନ୍ତି, କାର୍‌ ପାର୍କିଂ କରିବା ପାଇଁ କୌଣସି ଚିନ୍ତା ନାହିଁ। ଆଉ ଜଣେ କହିଛନ୍ତି, ଯଦି ସେ ଏହା କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କ ଶରୀରରୁ ତାଙ୍କ ହାତ ବାହାରି ପଳାଇବ। ଅନ୍ୟ ଜଣେ ବ୍ୟକ୍ତି ଏପରି କରିପାରିବେ ବୋଲି ଦୃଢ଼ତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri