ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା । ପ୍ରାର୍ଥୀ ହେଲା ପରେ ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜଣାଉଛି । ମୋର କାର୍ଯ୍ୟକାଳ ଆଉ ୪ ବର୍ଷ ଥିବାରୁ ମୋତେ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାୟ କାଲି ମୁଁ ନାମାଙ୍କନ ଭରିବାର ସମ୍ଭାବନା ରହିଛି । ଭାଜପାକୁ ମଜଭୁତ କରିବା ପାଇଁ କାମ କରିବି ବୋଲି ଦେବାଶିଷ କହିଛନ୍ତି । ଅନ୍ୟପଟେ ବିଜେଡିକୁ ମଧ୍ୟ କଟାକ୍ଷ କରିଛନ୍ତି । ବିଜେଡିରେ ସବୁ ଠିକ୍ ନାହିଁ କର୍ମୀଙ୍କ ଠାରୁ ଜଣାପଡ଼ୁଛି ବୋଲି କହିଛନ୍ତି ।

