ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ
କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର ପ୍ରକ୍ରିୟାର ଅନିୟମିତତା ଉପରେ ବରଗଡ଼ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।

ଏହି ମର୍ମରେ ବରଗଡ଼ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ଜିଲା ସଭାପତି ସୁଶାନ୍ତ ମହାପାତ୍ର, ବରଗଡ଼ ପୌର ଅଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ଟାଉନ ବିଜେଡି ସଭାପତି ଅନୁପ ସତପଥି ବିଜେଡି ଜିଲା ଉପ ସଭାପତି କିଶୋର ମିଶ୍ର ଗୌରହରି ମିଶ୍ର ହରିଶଂକର ବେହେରା ଯୁବ ବିଜେଡି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠୀ, ଛାତ୍ର ସଭାପତି କରନ ସିକନ୍ଦର ଉମେଶ ପଣ୍ଡା, ଡୁଲୁ ରାଉତ, ରାଜେଶ ଅଗ୍ରଓ୍ବାଲ, ଜନକ ଅଗ୍ରଓ୍ବାଲ. ଅତାବିରା ଏନ୍ ଏ ସି ଅଧ୍ଯକ୍ଷ ବନମାଳି ବରିହା, ଅନୁସୟା ବିଶ୍ବାଳ, ସାନନ୍ଦ କର୍ଣ, ନରେନ୍ଦ୍ର ପଧାନ, ସୁନନ୍ଦା ପଣ୍ଡା, ଜୌସ୍ନା ପାଇକ, ବେଦମତି ସେଠ, ରିତେଶ ଆଚାର୍ଯ୍ଯ, ନନ୍ଦ ମଲ୍ଲିକ, ରାଜୁ ଦାଶ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଆଦିତ୍ୟ ଗୋୟଲ୍ଙ୍କୁ ଭେଟି କେନାଲ କାମର ଟେଣ୍ଡର ଫିକ୍ସି ଓ ଅନିୟମିତତା ଆଦି ବିଷୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଏଥି ସହିତ ଏହି କେନାଲ ବରଗଡ଼ ଭେଡେନ ଅଞ୍ଚଳର ଚାଷୀମାନଙ୍କ ଜୀବନ ରେଖା ହୋଇଥିବାରୁ ଏହି କେନାଲ ଉପରେ ଚାଷ କାର୍ଯ୍ୟ ନିର୍ଭର କରିଥାନ୍ତି । ତେଣୁ ନିର୍ଦ୍ଧାରିତ ସମୟରେ ଯଦି କେନାଲ କାର୍ଯ୍ୟ ସମ୍ପୂର୍ଣ ନ ହୁଏ ତାହା ହେଲେ ଚାଷୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ କରି ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି ଜଣାଇଛନ୍ତି । ପ୍ରକାଶ ଥାଉକି ୨୦୧୭ ମସିହାରେ ବରଗଡ଼ ଭେଡେନ ଠାରେ ଧୁବେଁନପାଲି – ଜାମଡୋଳ ପୋଲ ନିର୍ମାଣ କରୁଥିବା ଅବସ୍ଥାରେ ଭୁଶୁଡ଼ି ପଡ଼ିଥିଲା । ସେହି ସମୟ ରେ ତିନି ତିନି ଜଣ ଗ୍ରାମ୍ଯ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କୁ ଜେଲ ଯିବାକୁ ପଡ଼ିଥିଲା ଓ ଉକ୍ତ କାର୍ଯ୍ୟ ସମ୍ପାଦନ କରିଥିବା ଠିକା ସଂସ୍ଥା ଅମର ଦୀପ ଅଗ୍ରୱାଲଙ୍କ ଲାଇସେନ୍ସ କୁ କଳା ତାଲିକା ଭୁକ୍ତ କରାଯାଇଥିଲା । ଉକ୍ତ କଳା ତାଲିକା ଭୂକ୍ତ ଠିକା ସଂସ୍ଥାକୁ ବରଗଡ଼ କେନାଲ ସୌନ୍ଦର୍ଯ୍ୟ କରଣ ଓ ବକ୍ସ କଣ୍ଡୁଇଟ ନିର୍ମାଣ କାର୍ଯ୍ୟ ଲୋୟର ବିଡର ଭାବେ ପୁଣି ମନୋନୀତ କରାଯାଇ ସରକାରଙ୍କ ପ୍ରଶାସନିକ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି ଯାହାକି ୱାଟର ରିଶୋର୍ସ ୱେବ୍ ସାଇଟରେ ଉପଲବ୍ଧ ରହିଛି । ଯାହା ବରଗଡ଼ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଉକ୍ତ କାର୍ଯ୍ୟର ଏଓସି ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବା ସତ୍ତ୍ବେ ୧୦ ଦିନ ପୂର୍ବରୁ କିପରି କେନାଲର ମାଟି ଖୋଳା କାମ ଆରମ୍ଭ ହୋଇଥିଲା ଓ ୪ ଦିନ ପରେ ହଠାତ୍ କାର୍ଯ୍ୟ ବନ୍ଦ ହୋଇ ଗଲା ତାହା ସନ୍ଦେହ ଘେରକୁ ଯାଉଛି ।

ଏପରିକି କାର୍ଯ୍ୟ କରିବା ପାଇଁ ମନୋନୀତ ସଂସ୍ଥା ସହିତ ବିଭାଗୀୟ ଚୁକ୍ତିନାମା ହେଲା ପରେ କାର୍ଯ୍ୟ ଆରମ୍ଭ ହେବା ନିୟମ ରହିଥିବା ବେଳେ କିପରି ସବୁ ନିୟମ କୁ ଫୁ କରି କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ବରଗଡ଼ ଜିଲାପାଳଙ୍କୁ ଭେଟି ବିଜେଡି ଦୃଷ୍ଟି ଆକର୍ଷଣ କରିବା ସହ ଉକ୍ତ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଅନିୟମିତତା ରହିଥିବା ପ୍ରଶ୍ନ ଉଠାଇଛି । ଏହି କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ରେ କାହା ସ୍ୱାର୍ଥ ଓ କିପରି ମାତ୍ର ଦୁଇ ଟି ଠିକା ସଂସ୍ଥା ସାମିଲ ହେଲେ ଏବଂ ସରକାରଙ୍କ ନିର୍ଦ୍ଧାରିତ ଦର୍ ଠାରୁ ୪.୯୯ ଅଧିକ ରେ ପାଇବା ସକାଶେ ଉଦ୍ୟମ କରିଛନ୍ତି ।ଏହା ନିଶ୍ଚିତ ଭାବେ ଟେଣ୍ଡର ଫିକ୍ସିଂ ବୋଲି ଆମ୍ଭେ ଅନୁମାନ କରୁଛୁ ବୋଲି ବିଜେଡି ଦୃଢ଼ ଦାବି ଜଣାଇବା ସହ ଏହି ଟେଣ୍ଡର ପ୍ରକ୍ରିୟା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି । ତତସଙ୍ଗେ ବରଗଡ ଜିଲାର ବିଭିନ୍ନ ସ୍ଥାନରେ ବିଶେଷ କରି ବରଗଡ ଓ ଅତାବିରା ନିର୍ବାଚନ ମଣ୍ଡଳିରେ ନିର୍ମିତ ଭବ୍ଯ ତୋରଣ ମାନକଂର ସ୍ଥାଇତ୍ବ ନିର୍ମାଣ ଶୈଳି ବିନା ସୂଚନା ଫଳକ ରେ ଉଦଘାଟନ ଏବଂ ସରକାରକଂ ସମସ୍ତ ନିତି ନିୟମକୁ ଜଳାଜଂଳି ଦେଇ କୋଟି କୋଟି ଟଂକାର କାମକୁ ପାଂଚ ଲକ୍ଷ ଟଂକା ଭିତରେ ସିମିତ କରି ମନମୁଖି ଠିକାଦାର ମାନଙ୍କୁ ଦେଇ କାମ କରିବା ଉପରେ ବରଗଡ ବାସୀଙ୍କ ଉପରେ ବିରାଟ ପ୍ରଶ୍ନ ବାଚି ସୃଷ୍ଟି କରୁଅଛି । ଏଣୁ ଉକ୍ତ କାମ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବିଜୁ ଜନତା ଦଳ ଦୃଢ ଦାବୀ କରିବା ସହ ଦୋଷୀଙ୍କୁ ଘଣ୍ଟଘୋଡାଉ ଥିବା ବ୍ୟକ୍ତିଙ୍କ ଉପରେ ମଧ୍ଯ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଥିଲେ । ନଚେତ ଆଗାମୀ ଦିନରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପ୍ରକାଶ କରିଅଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri