ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହିଭଳି ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏଥିସହ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଉତ୍ସବ ଆୟୋଜନ ହେଉଛି।

ଉକ୍ତ ଉତ୍ସବରେ ଗଞ୍ଜାମ ଜିଲାର ୨୧ ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯିବ। ଏଥିସହ ୨୧ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ସହ ନଗଦ ଅର୍ଥ ପ୍ରଦାନ କରାଯିବ। ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ । ଅପରପକ୍ଷେ ବିଶ୍ବ ପରିବେଶ ଦିବସ କେବଳ ସଭା ସମିତି, ଆଲୋଚନାଚକ୍ର, ଚାରା ରୋପଣ, ଫଟୋ ଉଠା କିମ୍ୱା ସଚେତନତା ରାଲିରେ ସୀମିତ ନରହି, ଏହାର ମୂଳ ଉଦ୍ଦେଶ୍ୟ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି କେତେକ ପରିବେଶବିତ୍‌ ଏଠାରେ ପ୍ରକାଶ କରିଛନ୍ତି । ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଜଳ ସଂରକ୍ଷଣ, ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ଓ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇଲେ ହିଁ ବିଶ୍ବ ପରିବେଶ ଦିବସର ଲକ୍ଷ୍ୟ ସାଧନ ହୋଇପାରିବ।

ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଜଳ ସଙ୍କଟ ଓ ପ୍ରଦୂଷଣ ଭଳି ସମସ୍ୟା ମାନବ ସମାଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ନୈତିକ କର୍ତ୍ତବ୍ୟ ବୋଲି ମଧ୍ଯ ପରିବେଶବିତ୍ ମାନେ କହିଛନ୍ତି। ପରିବେଶ ଦିବସ ଅବସରରେ ଗଛ ଲଗାଇବା ସହ ତାହାର ଯତ୍ନ ନେବା, ଜଳ ଓ ବିଦ୍ୟୁତ୍‌ର ଅପଚୟ ରୋକିବା ଏବଂ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ହିଁ ବିଶ୍ବ ପରିବେଶ ଦିବସ ପାଳନର ପ୍ରକୃତ ଲକ୍ଷ୍ୟ । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ହିଁ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଢ଼ିପାରିବ। ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ପରିବେଶବିତ୍ ମାନେ ଆହ୍ୱାନ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମ୍ପ୍ଲେକ୍ସ ଭିତରକୁ ପଶିଗଲା ଟ୍ରକ, ଆଉ ତା’ପରେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ସହର ଦେଇଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଉପରେ ଥିବ ମୂର୍ତ୍ତି କମ୍ପ୍ଲେକ୍ସ ଭିତରକୁ ଗୁରୁବାର ଏକ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

ରାଜ୍ୟ ସଭା ଉପ-ନିର୍ବାଚନ: ଦେବାଶିଷଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୪।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri