Posted inଫୁରସତ

ଜୀବନ ସାରା କେଶ କାଟିବା ମନା

ନିଜ କେଶକୁ ନାନା ପ୍ରକାରରେ ସଜାଇବା, ଇଛା ମୁତାବକ କାଟି ଭିନ୍ନ ଭିନ୍ନ ରୂପ ଦେବାକୁ ସବୁ ନାରୀ ଭଲ ପାଆନ୍ତି। ହେଲେ ଏମିତି ଏକ ସମୁଦାୟ ଅଛି ଯେଉଁଠିକାର ଧାର୍ମିକ ନୀତି ନିୟମ ଏତେ କଠୋର ଯେ, ଆଜିକା ଯୁଗରେ ବି ନାରୀଙ୍କୁ ଆଜୀବନ କେଶ କାଟିବା ସହ ଶରୀରର ଚୁଟି ଶେଭିଂ କରିବା ମନା। ଏହି ସମୁଦାୟ ହେଉଛନ୍ତି ଏନାବାପ୍ଟିଜିମ୍‌ ଖ୍ରୀଷ୍ଟିୟାନ ଚର୍ଚ୍ଚ ସହ ଜଡ଼ିତ ଅମିଶ୍‌ ସମ୍ପ୍ରଦାୟ। ସମୟ ବଦଳିଛି ହେଲେ ଏଠାକାର ନିୟମ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି। ଏଠାକାର ମହିଳାମାନେ ବିବ୍‌ଲିକଲ୍‌ ନିୟମ ପାଳନ କରନ୍ତି। ଯେଉଁ ନିୟମାନୁସାରେ ସେମାନେ କେବେ ବି କେଶ କାଟି ପାରିବେ ନାହିଁ। ତାସହ ସବୁବେଳେ ଖୋସା କରି ରହିବେ ଓ ଖୋସା ଉପରେ କପଡା ଘୋଡାଇ ରଖିବେ। ଏହି ସମ୍ପ୍ରଦାୟର ମହିଳାଙ୍କୁ କେବଳ ଘରେ କେଶ ଖୋଲିବାର ଅନୁମତି ଥାଏ। ଏଠାକାର ନିୟମାନୁସାରେ ମହିଳାଙ୍କୁ ଶରୀରର କେଶ ଶେଭିଂ କରିବା ବି ମନା। ସେଥିପାଇଁ ମହିଳାମାନେ ଲଙ୍ଗ ସ୍ଲିଭ୍‌ ସହ ପାଦ ପର୍ଯ୍ୟନ୍ତ ଲମ୍ବା ଡ୍ରେସ୍‌ ପିନ୍ଧନ୍ତି। ସେହି ଡ୍ରେସ୍‌ ପ୍ଲେନ୍‌ ଫ୍ୟାବ୍ରିକ୍‌ର ହେବା ମଧ୍ୟ ଜରୁରୀ। ସେଥିରେ କୌଣସି ପ୍ୟାଟର୍ନ ରହିବ ନାହିଁ। ପ୍ରାୟତଃ ଲାଭେଣ୍ଡର ଓ ବ୍ଲୁ ରଙ୍ଗର କେପ୍‌ ଡ୍ରେସ୍‌ ସେମାନେ ପିନ୍ଧନ୍ତି। ତେଣୁ ସବୁ ମହିଳାଙ୍କର ପୋଷାକ ଏକାପରି ହୋଇଥାଏ। ଆଉ ପାଦରେ ଗାଢ ରଙ୍ଗର ମୋଜା ପିନ୍ଧନ୍ତି। ତେବେ ସମୟ ବଦଳିବା ସହ ଏହିସବୁ କଠୋର ନିୟମରେ କିଛିଟା ପରିବର୍ତ୍ତନ ଆସିଛି। ଆଜିକାଲି ଏଠାକାର ମହିଳା ଚାହିଁଲେ ଶରୀରର କେଶ ଶେଭ୍‌ କରିପାରିବେ। ଆଉ ଯେଉଁମାନଙ୍କ ମୁଣ୍ଡର କେଶ ବହୁତ ମୋଟା ସେମାନେ ହେୟାର ଥିନିଂ ପାନିଆ ବ୍ୟବହାର କରିପାରିବେ ଯେମିତିକି ସେମାନଙ୍କ ଖୋସା ଟିକେ ହାଲ୍‌କା ହେବ। ତେବେ ଆଜିବି ଏହି ସମ୍ପ୍ରଦାୟର ମହିଳା କେବଳ ଘର କାମ ଓ ପିଲାଙ୍କ ଯତ୍ନ ନେବାରେ ନିୟୋଜିତ ହୁଅନ୍ତି। ଆମେରିକା, କାନାଡାରେ ଏହି ସମ୍ପ୍ରଦାୟ ବେଶି ଦେଖିବାକୁ ମିଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri