Posted inଫୁରସତ

ଚଷମା ନୁହେଁ ଇ-ବୁକ୍‌ ରିଡର୍‌

ଆଜିକାର ଡିଜିଟାଲ ଯୁଗରେ ବହି, ଖବର କାଗଜ, ପତ୍ରପତ୍ରିକାକୁ ହାତରେ ଧରି ପଢିବା ଲୋକଙ୍କ ସଂଖ୍ୟା କମିଗଲାଣି। ମୋବାଇଲ୍‌ ଅଛି ତ ଇଣ୍ଟରନେଟ୍‌ ମାଧ୍ୟମରେ ବିଭିନ୍ନ ଆପ୍‌ ଜରିଆରେ ତଥା ଇ-ବୁକ ମାଧ୍ୟମରେ ଏସବୁକୁ ପଢାଯାଉଛି। ଧୀରେ ଧୀରେ ବଢି ଚାଲିଥିବା ଏହି ଟ୍ରେଣ୍ଡକୁ ନଜରରେ ରଖି ଆସିଛି ଏମତି ଏକ ଇ-ବୁକ୍‌ ରିଡ଼ର୍‌ ଯାହା ଇ-ବୁକ୍‌ ପଢିବା ସହଜ କରିଦେବ। ଏହା ଦେଖିବାକୁ ପୁରାପୁରି ଏକ ସନ୍‌ଗ୍ଲାସ୍‌ ପରି। ଏସ୍‌ଓଏଲ୍‌ ନାମକ ଉକ୍ତ ଇ-ବୁକ୍‌ ରିଡର୍‌ଟି ଭିଆର୍‌ ହେଡସେଟ୍‌ ପରି। ଉକ୍ତ ଗ୍ୟାଜେଟ୍‌କୁ ହ୍ୟାଣ୍ଡସ୍‌ ଫ୍ରି ରିଡର୍‌ ଭାବେ ଡିଜାଇନ୍‌ କରାଯାଇଛି। ଏହାକୁ ଚଷମା ପରି ଆଖିରେ ପିନ୍ଧି ଇ-ବୁକ୍‌ ପଢିହେବ। ଏହାର ଓଜନ ମାତ୍ର ୧୦୦ ଗ୍ରାମ ଓ ବହୁତ ଆରାମଦାୟକ। ଏହାକୁ ପିନ୍ଧି ଶୋଇ, ବସି ଯେକୌଣସି ପ୍ରକାରରେ ଇ-ବୁକ୍‌ ପଢିହେବ। ଏଥିରେ ଡାଇଓପ୍ଟର ଆଡଜଷ୍ଟମେଣ୍ଟ ସିଷ୍ଟମ ବି ଅଛି। ତେଣୁ ଯେଉଁମାନେ ଲେନ୍ସ ବ୍ୟବହାର କରୁଛନ୍ତି ଅବା ପାଓ୍ବାର ଚଷମା ଲଗାଉଛନ୍ତି ସେମାନଙ୍କ ଆଖି ପାଓ୍ବାର ଅନୁଯାୟୀ ତାହା ଆଡଜଷ୍ଟ ହେବ। ତା’ଛଡା ଏହାକୁ ଏଭଳି ଡିଜାଇନ୍‌ କରାଯାଇଛି ଯେ, ଏହାକୁ ପିନ୍ଧିଲେ ଆଖପାଖର ଅନ୍ୟ କିଛି ଦେଖି ହେବ ନାହିଁ। ଯଦ୍ୱାରା ପଢୁଥିବା ବ୍ୟକ୍ତି ଅନ୍ୟମନସ୍କ ନ ହୋଇ କେବଳ ପଢା ପ୍ରତି ଧ୍ୟାନ କେନ୍ଦ୍ରିତ ରଖିବେ। ଇ-ବୁକ୍‌ ବ୍ଲାକ୍‌ ବ୍ୟାକ୍‌ ଗ୍ରାଉଣ୍ଡରେ ଦେଖାଯିବ। ଯଦ୍ୱାରା ପଢିବା ସହଜ ହେବ। ତେବେ ପୃଷ୍ଠା ଲେଉଟାଇବା ଲାଗି ରିମୋଟ୍‌ ପରି ବଟନ୍‌କୁ ବ୍ୟବହାର କରିବାକୁ ହେବ। ଏଥିରେ ଏକ ବିଲ୍ଟ ଇନ୍‌ ବ୍ୟାଟେରୀ ଅଛି, ଯାହାକୁ ଥରେ ଚାର୍ଜ କଲେ ୩୦ ଘଣ୍ଟା ପଢିହେବ। ଏହାର ଷ୍ଟୋରେଜ୍‌ ଲିମିଟ ୬୪ ଏମ୍‌ବି। ତେବେ ଏହା ମୋବାଇଲ୍‌ ଆଇଓଏସ୍‌ ଅବା ଆଣ୍ଡ୍ରୋଏଡ ଆପ୍‌ ସହ କନେକ୍ଟେଡ ଥାଏ। ତେଣୁ ଏଥିରେ ଇ-ବୁକ ଷ୍ଟୋର କରିବା ଜରୁରୀ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?