Posted inଫୁରସତ

ରଙ୍ଗିନ କୁକୁର

କୁକୁର ଘରେ ରଖିବାକୁ ଅନେକେ ପସନ୍ଦ କରନ୍ତି। କାରଣ ଏହା ବିଶ୍ୱସ୍ତ ଓ ଘରେ କୁକୁର ଥିଲେ ଚୋରି ଭୟ ନ ଥାଏ। ହେଲେ ଆଜିକାଲି କିଛି ଲୋକ ଘର ଜଗିବା ଲାଗି କୁକୁର ରଖୁ ନାହାନ୍ତି ବରଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇ ପୁରସ୍କାର ଓ ପ୍ରସିଦ୍ଧି ପାଇବା ପାଇଁ ରଖୁଛନ୍ତି। ଯେମିତିକି ଆମେରିକା, ସାନଡିଆଗୋର ୪୨ ବର୍ଷୀୟା ଆଞ୍ଜେଲା ସ୍କୁନୋଭର ବର୍ଷେ ତଳେ ଧଳା ରଙ୍ଗର ଏକ କୁକୁର ଛୁଆ ଗ୍ରୁମିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇବା ପାଇଁ ଆଣିଥିଲେ। ଏହି ପ୍ରତିଯୋଗିତାରେ ଯେଉଁ କୁକୁରର ଗ୍ରୁମିଂ ସବୁଠୁ ସୁନ୍ଦର ଓ ନିଆରା ହୋଇଥାଏ ସେ କୁକୁର ବିଜେତା ହୁଏ। ସେଥିପାଇଁ ନିଜ କୁକୁରକୁ ସେ ଭିନ୍ନ ଏକ ଲୁକ୍‌ ଦେବାକୁ ଯାଇ ତା’ର ଲୋମ ଭିନ୍ନଧରଣର କଟାଇଥିଲେ। ତା’ସହ ତାର ଚାରି ଗୋଡ, ମୁଣ୍ଡ, କାନର ଲୋମକୁ ନୀଳ, ଗୋଲାପୀ ଓ ବାଇଗଣୀ ରଙ୍ଗରେ ରଙ୍ଗାଇଥିଲେ। ଫଳରେ କୁକୁରଟି ବେଶ୍‌ ଆକର୍ଷକ ଲାଗିଲା। ଆଞ୍ଜେଲା କୁକୁରଟିର ମୁଣ୍ଡରେ ଏକ ନକଲି ଶିଙ୍ଗ ବି ଲଗାଇଲେ। ଯଦ୍ୱାରା କୁକୁରଟି ଏକ ସୁନ୍ଦର ୟୁନିକର୍ନ ପରି ଲାଗିଲା। ଅନେକେ କୁକୁରଟିର ଲୁକ୍‌୍‌କୁ ପ୍ରଶଂସା କଲେ। ହେଲେ କେହି କେହି ପ୍ରାଣୀ ପ୍ରତି ଅତ୍ୟାଚାର ବୋଲି ବି ମତ ଦେଉଛନ୍ତି। ତେବେ କୁକୁରଟି ନିଜ ଲୁକ୍‌କୁ ନେଇ ବେଶ୍‌ ଖୁସିଥିବା ଜଣାପଡେ। ସେ ଲୋକଙ୍କ ସହ ସେଲ୍ଫି ନେବାକୁ ପସନ୍ଦ କରେ। କ୍ୟାମେରା ସାମ୍‌ନାରେ ପୋଜ୍‌ ଦେବାରେ ବି ସେ ବେଶ୍‌ ଧୁରନ୍ଧର। ତେଣୁ ତାକୁ ଯେ ବି ଦେଖୁଛନ୍ତି ତା’ ପ୍ରେମରେ ପଡ଼ି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri