ଲାଇଫ୍‌ ଲାଇନ ପାଲଟିଛି ହାଲେର ଯୋର

ଭବାନୀପାଟଣା,୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାର ପନିପରିବାର ଗାଁ କହିଲେ ଜୁନାଗଡ ବ୍ଲକର କେଲିଆକୁ ବୁଝାଏ। କାରଣ ଏହି ଗଁା ବର୍ଷ ତମାମ ଜିଲାର ବିଭିନ୍ନ ଅଞ୍ଚଳକୁ ପନିପରିବା ଯୋଗାଣ କରିଥାଏ। ବର୍ତ୍ତମାନ ଏହି ଗଁାରେ ପ୍ରାୟ ୮୦ ଏକର ଜମିରେ ପନିପରିବା ଚାଷ ହୋଇଥିବା ଜଣାପଡିଛି। ମୁଖ୍ୟତଃ ପାତଲଘଣ୍ଟା(ଟମାଟୋ), ବାଇଗଣ, ଫୁଲକୋବି, ପତରକୋବି, ଭେଣ୍ଡି, ଶାଗ, କଲରା ଆଦି ପନିପରିବା ଚାଷ ହୋଇଛି। ଏବେ ପ୍ରାୟ ବାଡିରେ ପାତଳଘଣ୍ଟା ଅମଳ ହୋଇଛି। ଏଠାରୁ ପ୍ରତିଦିନ ଶହ ଶହ କୁଇଣ୍ଟାଲ ପାତଳଘଣ୍ଟା କିଣି ବେପାରୀମାନେ ଚାରିଚକିଆ ଯାନରେ ସହରକୁ ନେଇ ଯାଉଛନ୍ତି। ସେହିପରି ସ୍ଥାନୀୟ ଚାଷୀମାନେ ମଧ୍ୟ ନିଜ ଅଞ୍ଚଳରେ ପନିପରିବା ଗଁା ଗଁା ବିକ୍ରି ପାଇଁ ନେଇଥାନ୍ତି। ଜୁନାଗଡ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତରେ କେଲିଆ ଗଁା ରହିଥିବାବେଳେ ଏଠାକାର ଜନସଂଖ୍ୟା ୧୫ଶହରୁ ଊର୍ଦ୍ଧ୍ୱ। ଏଠାରେ ମାଳି, ଗୌଡ, ହରିଜନ, କନ୍ଦ, ଗଣ୍ଡ ଆଦି ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି। ସେଥିମଧ୍ୟରୁ ମାଳି ସଂପ୍ରଦାୟର ପ୍ରାୟ ୭୦ ପ୍ରତିଶତ ରହିଥିବା ଜଣାପଡିଛି। ଗଁାର ଶତକଡା ୮୦ ଭାଗ ଲୋକ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ବର୍ଷା ଦିନେ ସ୍ଥାନୀୟ ଚାଷୀ ଧାନ ଚାଷ କରୁଥିବାରୁ ୨୦ରୁ ୨୫ ଏକର ଏଠାରେ ପନିପରିବା ଚାଷ କରିଥାନ୍ତି। କିନ୍ତୁ ଖରାଦିନେ ଏଠାକାର ଚାଷୀ ୮୦ରୁ ୧୦୦ ଏକର ପାଖାପାଖି ଜମିରେ ପନିପରିବା ଚାଷ କରିଥାନ୍ତି। ଗଁାର ଅଧ ପ୍ରତିଶତ ଉପର ଭାଗ ଚାଷୀ ଡିପ୍‌ ବୋରୱେଲ(ଗଭୀର ନଳକୂପ) ସାହାଯ୍ୟରେ ଚାଷ କରୁଥିବା ବେଳେ ଆଉ ଅଧି ପ୍ରତିଶତ ସ୍ଥାନୀୟ ହାଲେର ଜୋରର ପାଣିରେ ପନିପରିବା ଚାଷ କରିଥାନ୍ତି। ପୂର୍ବରୁ ଗଁାର ଉପର ଭାଗରେ ଥିବା ଚାଷୀଙ୍କ ପାଣି ସୁବିଧା ପାଇଁ ସରକାରଙ୍କ କୌଣିସ ବ୍ୟବସ୍ଥା ନ ଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ୨୮ଟି ଗଭୀର ନଳକୂପ ଖୋଲାଯାଇଥିଲା। ଯାହାଫଳରେ ଗଭୀର ନଳକୂପ ସାହଯ୍ୟରେ ଉପର ଭାଗ ଚାଷୀ ଏବେ ପନିପରିବା ଚାଷ କରୁଛନ୍ତି। ସେହିପରି ଏଠାରେ ବୋହି ଯାଇଥିବା ହାଲେର ଯୋର ଖରା ସମୟରେ ଏହା ଚାଷୀଙ୍କ ପାଇଁ ଲାଇଫ ଲାଇନ ଭଳି କାମ କରିଥାଏ। ପନିପରିବା ଚାଷ କରି କେଲିଆ ଗ୍ରାମର ଚାଷୀମାନେ ଏବେ ଅଧିକ ଉପାର୍ଜନ କରି ଉପକୃତ ହେବା ସହ ଜିଲାରେ ମଧ୍ୟ ପନିପରିବାରର ଅଭାବ ଦୂର କରି ପାରୁଛନ୍ତି। ଅଧିକାଂଶ ଚାଷୀ ବର୍ତ୍ତମାନ ପାତଳଘଣ୍ଟା,ବାଇଗଣ କେଜି ପିଛା ୧୦ଟଙ୍କାରେ ବ୍ୟବସାୟୀଙ୍କୁ ଟେକି ଦେଉଛନ୍ତି। ଏହି ଗଁାରେ ଏକ ଶୀତଳଭଣ୍ଡାର କରାଗଲେ ଚାଷୀମାନେ ଖରାଦିନେ ସେଠାରେ ପନିପରିବା ସଂରକ୍ଷିତ ରଖି ବର୍ଷା ସମୟରେ ଅଧିକ ଦାମରେ ବିକ୍ରି କରି ପାରନ୍ତେ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।
ରିର୍ପୋଟ: ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri