ଲାଇଫ୍‌ ଲାଇନ ପାଲଟିଛି ହାଲେର ଯୋର

ଭବାନୀପାଟଣା,୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାର ପନିପରିବାର ଗାଁ କହିଲେ ଜୁନାଗଡ ବ୍ଲକର କେଲିଆକୁ ବୁଝାଏ। କାରଣ ଏହି ଗଁା ବର୍ଷ ତମାମ ଜିଲାର ବିଭିନ୍ନ ଅଞ୍ଚଳକୁ ପନିପରିବା ଯୋଗାଣ କରିଥାଏ। ବର୍ତ୍ତମାନ ଏହି ଗଁାରେ ପ୍ରାୟ ୮୦ ଏକର ଜମିରେ ପନିପରିବା ଚାଷ ହୋଇଥିବା ଜଣାପଡିଛି। ମୁଖ୍ୟତଃ ପାତଲଘଣ୍ଟା(ଟମାଟୋ), ବାଇଗଣ, ଫୁଲକୋବି, ପତରକୋବି, ଭେଣ୍ଡି, ଶାଗ, କଲରା ଆଦି ପନିପରିବା ଚାଷ ହୋଇଛି। ଏବେ ପ୍ରାୟ ବାଡିରେ ପାତଳଘଣ୍ଟା ଅମଳ ହୋଇଛି। ଏଠାରୁ ପ୍ରତିଦିନ ଶହ ଶହ କୁଇଣ୍ଟାଲ ପାତଳଘଣ୍ଟା କିଣି ବେପାରୀମାନେ ଚାରିଚକିଆ ଯାନରେ ସହରକୁ ନେଇ ଯାଉଛନ୍ତି। ସେହିପରି ସ୍ଥାନୀୟ ଚାଷୀମାନେ ମଧ୍ୟ ନିଜ ଅଞ୍ଚଳରେ ପନିପରିବା ଗଁା ଗଁା ବିକ୍ରି ପାଇଁ ନେଇଥାନ୍ତି। ଜୁନାଗଡ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତରେ କେଲିଆ ଗଁା ରହିଥିବାବେଳେ ଏଠାକାର ଜନସଂଖ୍ୟା ୧୫ଶହରୁ ଊର୍ଦ୍ଧ୍ୱ। ଏଠାରେ ମାଳି, ଗୌଡ, ହରିଜନ, କନ୍ଦ, ଗଣ୍ଡ ଆଦି ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି। ସେଥିମଧ୍ୟରୁ ମାଳି ସଂପ୍ରଦାୟର ପ୍ରାୟ ୭୦ ପ୍ରତିଶତ ରହିଥିବା ଜଣାପଡିଛି। ଗଁାର ଶତକଡା ୮୦ ଭାଗ ଲୋକ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ବର୍ଷା ଦିନେ ସ୍ଥାନୀୟ ଚାଷୀ ଧାନ ଚାଷ କରୁଥିବାରୁ ୨୦ରୁ ୨୫ ଏକର ଏଠାରେ ପନିପରିବା ଚାଷ କରିଥାନ୍ତି। କିନ୍ତୁ ଖରାଦିନେ ଏଠାକାର ଚାଷୀ ୮୦ରୁ ୧୦୦ ଏକର ପାଖାପାଖି ଜମିରେ ପନିପରିବା ଚାଷ କରିଥାନ୍ତି। ଗଁାର ଅଧ ପ୍ରତିଶତ ଉପର ଭାଗ ଚାଷୀ ଡିପ୍‌ ବୋରୱେଲ(ଗଭୀର ନଳକୂପ) ସାହାଯ୍ୟରେ ଚାଷ କରୁଥିବା ବେଳେ ଆଉ ଅଧି ପ୍ରତିଶତ ସ୍ଥାନୀୟ ହାଲେର ଜୋରର ପାଣିରେ ପନିପରିବା ଚାଷ କରିଥାନ୍ତି। ପୂର୍ବରୁ ଗଁାର ଉପର ଭାଗରେ ଥିବା ଚାଷୀଙ୍କ ପାଣି ସୁବିଧା ପାଇଁ ସରକାରଙ୍କ କୌଣିସ ବ୍ୟବସ୍ଥା ନ ଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ୨୮ଟି ଗଭୀର ନଳକୂପ ଖୋଲାଯାଇଥିଲା। ଯାହାଫଳରେ ଗଭୀର ନଳକୂପ ସାହଯ୍ୟରେ ଉପର ଭାଗ ଚାଷୀ ଏବେ ପନିପରିବା ଚାଷ କରୁଛନ୍ତି। ସେହିପରି ଏଠାରେ ବୋହି ଯାଇଥିବା ହାଲେର ଯୋର ଖରା ସମୟରେ ଏହା ଚାଷୀଙ୍କ ପାଇଁ ଲାଇଫ ଲାଇନ ଭଳି କାମ କରିଥାଏ। ପନିପରିବା ଚାଷ କରି କେଲିଆ ଗ୍ରାମର ଚାଷୀମାନେ ଏବେ ଅଧିକ ଉପାର୍ଜନ କରି ଉପକୃତ ହେବା ସହ ଜିଲାରେ ମଧ୍ୟ ପନିପରିବାରର ଅଭାବ ଦୂର କରି ପାରୁଛନ୍ତି। ଅଧିକାଂଶ ଚାଷୀ ବର୍ତ୍ତମାନ ପାତଳଘଣ୍ଟା,ବାଇଗଣ କେଜି ପିଛା ୧୦ଟଙ୍କାରେ ବ୍ୟବସାୟୀଙ୍କୁ ଟେକି ଦେଉଛନ୍ତି। ଏହି ଗଁାରେ ଏକ ଶୀତଳଭଣ୍ଡାର କରାଗଲେ ଚାଷୀମାନେ ଖରାଦିନେ ସେଠାରେ ପନିପରିବା ସଂରକ୍ଷିତ ରଖି ବର୍ଷା ସମୟରେ ଅଧିକ ଦାମରେ ବିକ୍ରି କରି ପାରନ୍ତେ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।
ରିର୍ପୋଟ: ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri