ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା ଯଦି ସତ ହୋଇଥାନ୍ତା ତେବେ ପାଣିବର୍ଷା ମନୁଷ୍ୟ ହାତରେ ଥାନ୍ତା, କଦାପି ପାଣିର ଅଭାବ ପଡ଼ନ୍ତା ନାହିଁ। ଯେତେବେଳେ ଯେତିକି ବର୍ଷାର ଆବଶ୍ୟକତା ହୁଅନ୍ତା ସେତେବେଳେ ସେତିକି ବର୍ଷା କରାଯାଇ ପାରନ୍ତା। ବନ୍ୟା ହେବାର ସଙ୍କଟ ରହନ୍ତା ନାହିଁ ଏବଂ ବର୍ଷା ଅଭାବରେ ଦୁର୍ଭିକ୍ଷ ପଡ଼ିବାର ଦେଖାଯାନ୍ତା ନାହଁି। ମନ ହେବାମାତ୍ରେ ବର୍ଷା କରାଯାଇ ପାରନ୍ତା। ତା’ର ମାତ୍ରା ନିୟନ୍ତ୍ରଣ ମଧ୍ୟ ମନୁଷ୍ୟ ହାତରେ ଥାନ୍ତା। ପର୍ଜନ୍ୟ ବର୍ଷା କଥା ସତ, କିନ୍ତୁ ପାଣି ବର୍ଷା ନୁହେଁ। ତେବେ ପାଣି ବ୍ୟତୀତ ଆଉ କୌଣସି ବସ୍ତୁ ମଧ୍ୟ ବର୍ଷା ହୁଏ କି? ଏହାର ଉତ୍ତର ‘ହଁ’ରେ ଦିଆଯାଇପାରେ ଏବଂ ଉକ୍ତ ବର୍ଷା ହେବା ବସ୍ତୁକୁ ହିଁ ପର୍ଜନ୍ୟ କୁହାଯାଏ। ଏହା ପାଣି ନୁହେଁ, ‘ପ୍ରାଣ’। ପ୍ରାଣ କହନ୍ତି ଜୀବନୀ ଶକ୍ତିକୁ। ଯେଉଁ ବସ୍ତୁ ବଳ, ସାମର୍ଥ୍ୟ ପ୍ରଦାନ କରେ, ତାହା ହିଁ ଜୀବନୀଶକ୍ତି ଅଟେ। ଯାହାଙ୍କ ଶରୀରରେ ଜୀବନୀ ଶକ୍ତି ଥାଏ ସେମାନେ କ୍ଷୀଣକାୟ ହେଲେ ସୁଦ୍ଧା ବଳବାନ ଥାନ୍ତି। ଗାନ୍ଧୀଙ୍କୁ ମୃତ୍ୟୁ ବେଳକୁ ଅଶୀବର୍ଷ ବୟସ ହୋଇଥିଲା। ସେ କହୁଥିଲେ ମୁଁ ୧୨୦ ବର୍ଷ ବଞ୍ଚିବାକୁ ଚାହେଁ। ଯଦି ଦୁର୍ଘଟଣା ହୋଇ ନ ଥାନ୍ତା ତେବେ ସମ୍ଭବତଃ ତାଙ୍କୁ ଇଚ୍ଛାମୃତ୍ୟୁ ମିଳିଥାନ୍ତା। ଜୀବନୀ ଶକ୍ତି ଶରୀରକୁ ବଳବାନ, ନୀରୋଗ ଏବଂ ଦୀର୍ଘଜୀବୀ କରିବା ସହିତ ମନୋବଳ ବୃଦ୍ଧି କରେ। ଏହାଦ୍ୱାରା ଓଜସ୍‌ ଏବଂ ବର୍ଚ୍ଚସର ବିଭୂତି ପ୍ରାପ୍ତ ହୁଏ। ଏହାକୁ ପ୍ରତିଭା ମଧ୍ୟ କୁହାଯାଏ।
ପ୍ରତିଭାର ସ୍ରୋତ ଅନ୍ତରୀକ୍ଷ ଅଟେ। ଅନ୍ତରୀକ୍ଷରୁ କିରଣ ମଧ୍ୟ ବର୍ଷା ହୁଏ। ସୂର୍ଯ୍ୟ କିରଣକୁ ଜୀବନଦାତ୍ରୀ ବୋଲି କୁହାଯାଏ। ତଦ୍ଦ୍ବାରା ବର୍ଷା ମଧ୍ୟ ହୁଏ। ବୈଜ୍ଞାନିକମାନେ ଜାଣିଛନ୍ତି ଯେ ତଦ୍ଦ୍ବାରା ବର୍ଷା ଅତିରିକ୍ତ ଆଉ ବହୁତ କିଛି ବର୍ଷା ହୁଏ। ବର୍ଷା ପାଣିରେ ଉପତ୍ାଦକ ଶକ୍ତି ଥାଏ। ସମୟ ସମୟରେ ତାର ନୂ୍ୟନତା ମଧ୍ୟ ଦେଖାଦେଇଥାଏ। ଏପରି ପରିସ୍ଥିତିରେ ଯେଉଁ ବନସ୍ପତି ଉପତ୍ନ୍ନ ହୁଅନ୍ତି ସେମାନେ ନିର୍ଜୀବ ହୁଅନ୍ତି। ବିଶ୍ଳେଷଣ ର୍କାଙ୍କ ଅନୁସାରେ ସେମାନଙ୍କଠାରେ ରାସାୟନିକ ପଦାର୍ଥ ସ୍ବଳ୍ପ ମାତ୍ରାରେ ଥାଏ। ଫଳରେ ସେମାନଙ୍କର ପତ୍ର ଫୁଲ ଫଲ ସ୍ବଳ୍ପମାତ୍ରାରେ ହୁଏ। ସେମାନଙ୍କୁ ଖାଉଥିବା ପଶୁପକ୍ଷୀ ମଧ୍ୟ ଦୁର୍ବଳ ହୁଅନ୍ତି, ଦୁଧ ଅଳ୍ପ ଦିଅନ୍ତି, ଶିଶୁମାନେ ଦୁର୍ବଳ ହୁଅନ୍ତି। ପର୍ଜନ୍ୟ ଅର୍ଥ ଅନ୍ୟପ୍ରକାରେ ଜୀବନୀଶକ୍ତି ଅଟେ। ତାହା ବର୍ଷା ସହିତ ବରଷିପାରେ ଏବଂ ପ୍ରାଣବାୟୁରେ ମଧ୍ୟ ଦ୍ରବିତ ହୋଇ ରହିପାରେ। ବାୟୁରେ ପ୍ରାଣବାୟୁ ଯଦି କମ୍‌ ଥାଏ ତେବେ ଶ୍ୱାସ ଗ୍ରହଣ ତ କରାଯାଇପାରେ, କିନ୍ତୁ ଯେଉଁ ବିଶିଷ୍ଟତା ପାଇଁ ଲୋକେ ଜଳବାୟୁ ପରିବର୍ତ୍ତନ କରନ୍ତି ଏବଂ ସ୍ବାସ୍ଥ୍ୟୋନ୍ନତି ପାଇଁ ଅନ୍ୟ ସ୍ଥାନକୁ ଯାଆନ୍ତି, ସେ ବିଶିଷ୍ଟତା ତହିଁରେ ନ ଥାଏ। ବନସ୍ପତିର ପ୍ରଖରତା ପ୍ରାଣବାନ ଜଳ ଉପରେ ନିର୍ଭରକରେ। ପ୍ରାଣୀର ଜୀବନ ପ୍ରାଣ ଉପରେ ନିର୍ଭର କରେ। ପ୍ରାଣ ଉପରେ ପରମାୟୁ ନିର୍ଭର କରେ।
ଏ ସମ୍ବନ୍ଧରେ ଶୀର୍ଷ ସ୍ଥାନୀୟ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ଯେ ସାଧାରଣତଃ ଲୋକେ ଆହାର ବିହାରକୁ ହିଁ ଦୀର୍ଘ ଜୀବନର କାରଣ ମନେକରନ୍ତି। କିନ୍ତୁ ସେଥିରେ ଏହି ପ୍ରକାର ବିଶିଷ୍ଟତା ନ ଥାଏ। ଅନ୍ବେଷଣରୁ ଜଣାପଡ଼ିଛି ଯେ ଯେଉଁଠି ବନସ୍ପତିରେ ପ୍ରାଣଶକ୍ତିର ବାହୁଲ୍ୟ ଥାଏ, ସେ ସ୍ଥାନର ପ୍ରାଣବାୟୁର ଆଧିକ୍ୟ ଯୋଗୁ ଏହି ପ୍ରାଣ ମିଳେ। ଖାଦ୍ୟ ପଦାର୍ଥ ଦେଖିବାକୁ ଅନ୍ୟ ସ୍ଥାନର ଖାଦ୍ୟ ପଦାର୍ଥ ସଦୃଶ ହେଲେ ମଧ୍ୟ ତହିଁରେ ପୁଷ୍ଟିକର ତତ୍ତ୍ୱର ମାତ୍ରା ଅଧିକ ଥାଏ ଏବଂ ଏହି ଶକ୍ତି ଜଳ ସହିତ ଆକାଶରୁ ବୃଷ୍ଟି ହୁଏ। ଯେଉଁ ସ୍ଥାନରେ ଅନ୍ନଜଳ ପ୍ରାଣବାୟୁ ଦୃଷ୍ଟିରୁ ଦୁର୍ବଳ ଥାଏ, ସେଠାକାର ନିବାସୀ ଅନାୟାସ ଦୁର୍ବଳ ଥାନ୍ତି। ସନ୍ତସନ୍ତିଆ ସ୍ଥାନର ଲୋକେ ଯୌବନ ଆସୁ ଆସୁ ବୃଦ୍ଧ ହୋଇଯାଆନ୍ତି। ମ୍ୟାଲେରିଆ, ଫାଇଲେରିଆ ରୋଗଗ୍ରସ୍ତ ହୁଅନ୍ତି ଏବଂ ଅକାଳ ମୃତ୍ୟୁବରଣ କରନ୍ତି। ବାସ୍ତବରେ ପ୍ରାଣ ରୂପରେ ଜୀବନୀଶକ୍ତି ସେ ସ୍ଥାନରେ କମ୍‌ ବର୍ଷା ହୁଏ। ଏହି ଅଭାବ ଯଜ୍ଞ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ପୂରଣ ହେବା ସମ୍ଭବ ନୁହେଁ। ଯଜ୍ଞ ଅନ୍ତରୀକ୍ଷର ଉର୍ବରତା ବଢ଼ାଇବାର ଏକ ସାଧନ ଅଟେ। ଭୂମିରେ ଖତ ପକାଇଲେ ଫସଲ ଉପତ୍ାଦନ ଅଧିକ ହୁଏ। ଯଜ୍ଞର ବିଶିଷ୍ଟତା ହେଉଛି ଯେ ଏହାର ଶକ୍ତି ଅନ୍ତରୀକ୍ଷରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ କରିଦିଏ ଏବଂ ତାହା ହିଁ ପ୍ରାଣୀ, ମନୁଷ୍ୟ ବନସ୍ପତି ସମସ୍ତଙ୍କୁ ଏହି ପୋଷକ ତତ୍ତ୍ୱ ପ୍ରଦାନ କରେ। ଏହି ପୋଷଣ ହିଁ ପର୍ଜନ୍ୟ। ବର୍ଷାର ଯେଉଁ ଉଲ୍ଲେଖ ଅଛି ତାହାର ତାତ୍ପର୍ଯ୍ୟ ହେଉଛି ଯେ ଅଗ୍ନିହୋତ୍ର ଦ୍ୱାରା ଅନ୍ତରୀକ୍ଷରେ ବିଶେଷ କ୍ରିୟାଶୀଳତା ଉପତ୍ନ୍ନ ହୁଏ ଏବଂ ତାହା ସମସ୍ତ ପ୍ରାଣୀଙ୍କୁ ପୋଷଣ ପ୍ରଦାନ କରେ।
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri