ଛିଣ୍ଡା ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ଜୀବନ

ମହାକାଳପଡ଼ା, ୧୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ବିକାଶ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ବିକାଶର ବାସ୍ତବ ଚିତ୍ର ଠିକ୍‌ ଓଲଟା। ବୟସର ଅପରାହ୍ନରେ ଆଖିକୁ ଭଲ ଭାବେ ଦିଶୁନାହିଁ। ପାଦରେ ଆଉ ଚାଲିବାର ଯୁ ନାହିଁ। ତଥାପି ଜୀବନ ଜିଇଁବାକୁ ଅନେକ ସଂଘର୍ଷ କରିବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଆଦିବାସୀ ଜଙ୍ଗଲଘେରି ଗ୍ରାମରେ ସହଚରୀ ଆହାଡ଼ି (୭୦)ଙ୍କ କ୍ଷେତ୍ରରେ। ସେ ଉକ୍ତ ଗ୍ରାମର ଲକ୍ଷ୍ମୀଧର ଆହାଡ଼ିଙ୍କୁ ବିବାହ କରିଥିଲେ। ହସ ଖୁସିରେ ଦାମ୍ପତ୍ୟ ଜୀବନ କିଛି ବର୍ଷ ଅତିବାହିତ ହେବା ପରେ ସହଚରୀଙ୍କ କୌଣସି ସନ୍ତାନ ସନ୍ତତି ନ ହେବାରୁ ତାଙ୍କୁ ଛାଡ଼ି ସ୍ବାମୀ ଅନ୍ୟତ୍ର ବିବାହକଲେ। ସେହିଦିନଠାରୁ ସହଚରୀ ଏକାକୀ ମୂଲ ମଜୁରି ଲାଗି ଚଳୁଥିଲେ। ଏବେ ବୟସର ଅପରାହ୍ନରେ ପର ଘରେ ମୂଲ ମଜୁରି ଲାଗିବା ସମ୍ଭବ ନ ହେବାରୁ ଜୀବନ ବଞ୍ଚତ୍ବା ଦୁର୍ବିଷହ ହୋଇପଡ଼ୁଛି। ସରକାରୀ ଯୋଜନା କହିଲେ, ମାସକୁ ୫ କିଲୋ ଚାଉଳ ୫ ଶହ ଟଙ୍କା ଭତ୍ତା ଦେଇ ସ୍ଥାନୀୟ ପ୍ରଶାସନ କାମ ସାରି ଦେଉଛି। ଝଡ଼ବାତ୍ୟା ଆସିଲେ ଛିଣ୍ଡା ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ସହଚରୀ। ୫ କିଲୋ ଚାଉଳ ସରିଯିବା ପରେ ଗଁାରୁ ମାଗି ଯାଚି ଆଣିଥିବା ଭାତ ଖାଇ ସାରିବା ପରେ ବାସି ତୋରାଣି ଯତ୍ନ ସହ ସାଇତି ରଖେ ଆଗ ଦିନ ପାଇଁ। ମୁନ୍ଦେ ତୋରାଣି ନଦୀ ପାଶର୍‌ବ ଚାଷଜମି ହିଡରେ ମଦରଙ୍ଗା ଶାଗକୁ ତୋଳି ଖରଡ଼ି ଖାଏ ବୋଲି ସହଚରୀ କୁହନ୍ତି। ମୁଁ ବୃଦ୍ଧା ହୋଇଯିବା ପରେ ଆଉ କୁଆଡ଼େ ଯାଇପାରୁନାହିଁ। ଏହି ଶାଗ ମୋ ଜୀବନ ବଞ୍ଚାଉଛି। ପାଖରେ କିଛି ପଇସାପତ୍ର ନ ଥିବାରୁ ୨ ବର୍ଷ ହେବ ତରକାରି କି ଡାଲି ଖାଇପାରୁନାହିଁ। ସଞ୍ଜ ହେଲେ ବିଜୁଳି କି କିରୋସିନ ନ ଥିବାରୁ ପଲିଥିନ ଟାଣି ଭିତରେ ରହିଯାଏ। ବର୍ଷାଋତୁରେ ନଦୀ ନିକଟରେ ବସବାସ କରୁଥିବାରୁ ସରୀସୃପ ଭୟ ରହିଛି ବୋଲି ସହଚରୀ କହିଛନ୍ତି। ଆଉ କେତେଦିନ ପଲିଥିନ ତଳେ ବଞ୍ଚତ୍ବି। ସରକାର ଖଣ୍ଡେ ପକ୍କାଘର ଓ ବିଜୁଳି ଯୋଗାଇଦେଲେ ଅବଶିଷ୍ଟ ଜୀବନ ଭଲରେ କଟନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?