Posted inଜାତୀୟ

ଅସ୍ବାଭାବିକ ତାପମାତ୍ରା ନେଉଛି ଜୀବନ

ନୂଆଦିଲ୍ଲୀ, ୯।୭(ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ଅସ୍ବାଭାବିକ ଗ୍ରୀଷ୍ମ ଓ ଶୀତ ଯୋଗୁ ଭାରତରେ ପ୍ରତିବର୍ଷ ପ୍ରାୟ ୭,୪୦,୦୦୦ ଲୋକଙ୍କ ଜୀବନ ଯାଉଛି। ଏ ସମ୍ପର୍କିତ ଏକ ଅଧ୍ୟୟନ ଲାନ୍‌ସେଟ୍‌ ପ୍ଲାନେଟାରି ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟି ଗବେଷକମାନଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ଅଧ୍ୟୟନ କରିଥିଲା। ସେମାନଙ୍କ ଆକଳନ ଅନୁଯାୟୀ ସାରା ବିଶ୍ୱରେ ଏହି କାରଣରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ। ୨୦୦୦ରୁ ୨୦୧୯ ମଧ୍ୟରେ ସବୁ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଜଳବାୟୁ ପରିବର୍ତ୍ତନ ଜନିତ ବିଶ୍ୱ ତାପନ ଯୋଗୁ ଭବିଷ୍ୟତରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଇଛି।
ଗବେଷକମାନଙ୍କ କହିବା ଅନୁଯାୟୀ ଭାରତରେ ଅସ୍ବାଭାବିକ ଶୀତ ପ୍ରତିବର୍ଷ ୬,୫୫,୪୦୦ ଲୋକଙ୍କ ଜୀବନ ନେଉଥିଲା ବେଳେ ଅତ୍ୟଧିକ ଗ୍ରୀଷ୍ମ ଯୋଗୁ ୮୩,୭୦୦ ଜଣଙ୍କ ମୃତ୍ୟୁ ଘଟୁଛି। ଗବେଷକ ଦଳ ୨୦୦୦ରୁ ୨୦୧୯ ମଧ୍ୟରେ ବିଭିନ୍ନ ଅଞ୍ଚଳର ତାପମାତ୍ରା ଏବଂ ମୃତ୍ୟୁହାରକୁ ଅନୁଧ୍ୟାନ କରି ଉପରୋକ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ବିଶ୍ୱ ତାପମାତ୍ରା ୧୦ ବର୍ଷରେ ୦.୨୬ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଅଧ୍ୟୟନ ଅନୁଯାୟୀ ବିଶ୍ୱର ମୋଟ ମୃତ୍ୟୁସଂଖ୍ୟାର ୯.୩୪ ପ୍ରତିଶତ ଅତ୍ୟଧିକ ଉତ୍ତାପ ଓ ଥଣ୍ଡା ଯୋଗ ବୃଦ୍ଧି ପାଇଛି। ଅର୍ଥାତ୍‌ ପ୍ରତି ଲକ୍ଷେ ମୃତ୍ୟୁରେ ୭୬ ଅଧିକ ମୃତ୍ୟୁ ତାପମାତ୍ରା ପରିବର୍ତ୍ତନ ଯୋଗୁ ହେଉଛି। ତେବେ ବିଶ୍ୱ ତାପନ ବଢ଼ୁଥିବାରୁ ଅତ୍ୟଧିକ ଶୀତ ଜନିତ ମୃତ୍ୟୁସଂଖ୍ୟା ସାମାନ୍ୟ କମିଥାଇପାରେ ବୋଲି ମୋନାଶ ୟୁନିଭର୍ସିଟିର ପ୍ରଫେସର ୟୁମିଙ୍ଗ ଗୁଓ କହିଛନ୍ତି। ଅନ୍ୟପକ୍ଷରେ ଉତ୍ତାପଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ବଢ଼ିଚାଲିଥିବାରୁ ଏହା ଆଗାମୀ ଦିନରେ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଗବେଷକମାନେ ୫ ମହାଦେଶ ଅନ୍ତର୍ଗତ ୪୩ ଦେଶରୁ ତଥ୍ୟ ସଂଗ୍ରହ କରିଥିଲେ। ଭିନ୍ନ ଭିନ୍ନ ଜଳବାୟୁ, ସାମାଜିକ-ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ସ୍ଥିତି, ଭିତ୍ତିଭୂମି ଓ ଜନସ୍ବାସ୍ଥ୍ୟ ସେବା ଆଦି ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇ ଅନୁଧ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri