Posted inଜାତୀୟ

ଅସ୍ବାଭାବିକ ତାପମାତ୍ରା ନେଉଛି ଜୀବନ

ନୂଆଦିଲ୍ଲୀ, ୯।୭(ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ଅସ୍ବାଭାବିକ ଗ୍ରୀଷ୍ମ ଓ ଶୀତ ଯୋଗୁ ଭାରତରେ ପ୍ରତିବର୍ଷ ପ୍ରାୟ ୭,୪୦,୦୦୦ ଲୋକଙ୍କ ଜୀବନ ଯାଉଛି। ଏ ସମ୍ପର୍କିତ ଏକ ଅଧ୍ୟୟନ ଲାନ୍‌ସେଟ୍‌ ପ୍ଲାନେଟାରି ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟି ଗବେଷକମାନଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ଅଧ୍ୟୟନ କରିଥିଲା। ସେମାନଙ୍କ ଆକଳନ ଅନୁଯାୟୀ ସାରା ବିଶ୍ୱରେ ଏହି କାରଣରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ। ୨୦୦୦ରୁ ୨୦୧୯ ମଧ୍ୟରେ ସବୁ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଜଳବାୟୁ ପରିବର୍ତ୍ତନ ଜନିତ ବିଶ୍ୱ ତାପନ ଯୋଗୁ ଭବିଷ୍ୟତରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଇଛି।
ଗବେଷକମାନଙ୍କ କହିବା ଅନୁଯାୟୀ ଭାରତରେ ଅସ୍ବାଭାବିକ ଶୀତ ପ୍ରତିବର୍ଷ ୬,୫୫,୪୦୦ ଲୋକଙ୍କ ଜୀବନ ନେଉଥିଲା ବେଳେ ଅତ୍ୟଧିକ ଗ୍ରୀଷ୍ମ ଯୋଗୁ ୮୩,୭୦୦ ଜଣଙ୍କ ମୃତ୍ୟୁ ଘଟୁଛି। ଗବେଷକ ଦଳ ୨୦୦୦ରୁ ୨୦୧୯ ମଧ୍ୟରେ ବିଭିନ୍ନ ଅଞ୍ଚଳର ତାପମାତ୍ରା ଏବଂ ମୃତ୍ୟୁହାରକୁ ଅନୁଧ୍ୟାନ କରି ଉପରୋକ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ବିଶ୍ୱ ତାପମାତ୍ରା ୧୦ ବର୍ଷରେ ୦.୨୬ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଅଧ୍ୟୟନ ଅନୁଯାୟୀ ବିଶ୍ୱର ମୋଟ ମୃତ୍ୟୁସଂଖ୍ୟାର ୯.୩୪ ପ୍ରତିଶତ ଅତ୍ୟଧିକ ଉତ୍ତାପ ଓ ଥଣ୍ଡା ଯୋଗ ବୃଦ୍ଧି ପାଇଛି। ଅର୍ଥାତ୍‌ ପ୍ରତି ଲକ୍ଷେ ମୃତ୍ୟୁରେ ୭୬ ଅଧିକ ମୃତ୍ୟୁ ତାପମାତ୍ରା ପରିବର୍ତ୍ତନ ଯୋଗୁ ହେଉଛି। ତେବେ ବିଶ୍ୱ ତାପନ ବଢ଼ୁଥିବାରୁ ଅତ୍ୟଧିକ ଶୀତ ଜନିତ ମୃତ୍ୟୁସଂଖ୍ୟା ସାମାନ୍ୟ କମିଥାଇପାରେ ବୋଲି ମୋନାଶ ୟୁନିଭର୍ସିଟିର ପ୍ରଫେସର ୟୁମିଙ୍ଗ ଗୁଓ କହିଛନ୍ତି। ଅନ୍ୟପକ୍ଷରେ ଉତ୍ତାପଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ବଢ଼ିଚାଲିଥିବାରୁ ଏହା ଆଗାମୀ ଦିନରେ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଗବେଷକମାନେ ୫ ମହାଦେଶ ଅନ୍ତର୍ଗତ ୪୩ ଦେଶରୁ ତଥ୍ୟ ସଂଗ୍ରହ କରିଥିଲେ। ଭିନ୍ନ ଭିନ୍ନ ଜଳବାୟୁ, ସାମାଜିକ-ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ସ୍ଥିତି, ଭିତ୍ତିଭୂମି ଓ ଜନସ୍ବାସ୍ଥ୍ୟ ସେବା ଆଦି ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇ ଅନୁଧ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

୯ କିଲୋ ଓଜନ କମିଲାଣି: ସୋନମ୍ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୭: ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସନ୍ତା ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଜରୁରୀ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri