ଚିଙ୍ଗୁଡ଼ି ପାଇଁ ଜୀବନ ବାଜି

କେନ୍ଦ୍ରାପଡ଼ା ଅଫିସ, ୨୮।୭ (ଜଗନ୍ନାଥ ଧଳ): ଏଭଳି କେତେକ ଜୀବିକା ରହିଛି, ଯେଉଁଥିରେ ଜୀବନ ଚାଲିଯାଉଛି। ହେଲେ ଅର୍ଥ ମୋହରେ ଲୋକେ ସେହି ପ୍ରାଣହାନି ଜୀବିକାଠାରୁ ଦୂରେଇ ପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲାର କୁମ୍ଭୀର ସାଲୁବାଲୁ ହେଉଥିବା ନଦୀ ଓ ଯୋରରୁ ଚିଙ୍ଗୁଡ଼ି ସଂଗ୍ରହ କରିବା ଅନେକ ଲୋକଙ୍କ ଜୀବିକା। କିନ୍ତୁ ଅସାବଧାନତା ଯୋଗୁ ସେମାନେ କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତାହତ ହେଉଛନ୍ତି। ଗତ ୧୦ବର୍ଷ ମଧ୍ୟରେ ୧୬ ଜଣଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ବନବିଭାଗ ରିପୋର୍ଟରୁ ଜଣାପଡ଼ିଛି। ବାସ୍ତବରେ ଏହି ସଂଖ୍ୟା ୪୦ରୁ ଊର୍ଦ୍ଧ୍ୱ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ସେହିପରି କୁମ୍ଭୀର ଆକ୍ରମଣରେ ଶତାଧିକ ବ୍ୟକ୍ତି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଛନ୍ତି।
ସମୁଦ୍ର ଜୁଆର ଛାଡ଼ିଲେ ଭିତରକନିକା ଅଭୟାରଣ୍ୟରେ ଚିଙ୍ଗୁଡ଼ି ସଂଗ୍ରହକାରୀଙ୍କୁ ଦେଖିବାକୁ ମିଳୁଛି। ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହିଯାଇଥିବା ନଦୀ ନାଳରୁ ଛୋଟ ଚିଙ୍ଗୁଡି ଧରି ସେମାନେ ବଜାରରେ ବିକ୍ରି
କରୁଛନ୍ତି। ଚିଙ୍ଗୁଡି ସଂଗ୍ରହରେ ପୁରୁଷଙ୍କ ଅପେକ୍ଷା ବେଶି ମହିଳା ଓ କିଶୋରୀଙ୍କୁ ଦେଖିବାକୁ ମିଳୁଛି। ଏବେ ଏହି କାର୍ଯ୍ୟରେ ଯୋଡ଼ି ହୋଇଯାଇଛି ବିଭିନ୍ନ ଅଞ୍ଚଳରୁ ଘରକୁ ଫେରିଥିବା ବହୁସଂଖ୍ୟକ ପ୍ରବାସୀ। କରୋନା ମହାମାରୀ ଯୋଗୁ ସେମାନେ ଜୀବିକା ହରାଇଥିବାବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ଏହି ବିପଦପୂର୍ଣ୍ଣ କାର୍ଯ୍ୟକୁ ଆପଣାଇଛନ୍ତି। ସମୁଦ୍ର ନିକଟ ତାଳଚୁଆ ଗ୍ରାମର କଳ୍ପନା ମଣ୍ଡଳ (୩୨) କୁହନ୍ତି, ନଦୀ ନାଳରୁ ଚିଙ୍ଗୁଡି ସଂଗ୍ରହ କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ତାଙ୍କ ପରିବାରର ପୁରୁଷ ସଦସ୍ୟ ବାହାର ରାଜ୍ୟରେ କାମ କରନ୍ତି। ଗ୍ରାମର ଶତାଧିକ ମହିଳା ଚିଙ୍ଗୁଡି ସଂଗ୍ରହରେ ନିୟୋଜିତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ। ନଦୀନାଳରେ କୁମ୍ଭୀର ଆତଯାତ ହେଉଥିବାରୁ ସାହସ, ସତର୍କତା ଓ କୌଶଳ ଆବଶ୍ୟକ। ଏହି ଗ୍ରାମର ପାର୍ବତୀ ମାଇତି କୁହନ୍ତି, ଚିଙ୍ଗୁଡି ସଂଗ୍ରହ ପାଇଁ ପ୍ରାୟତଃ ୩ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି। ଝୁମ୍ପା ଓ ମୁଣ୍ଡୁଳି ଜାଲ ବ୍ୟବହାର ହେଉଥିବାବେଳେ କେତେକ ସ୍ଥାନରେ ଯନ୍ତା ବ୍ୟବହାର ହେଉଛି। ସେହିପରି ଜାଲ ଦ୍ୱାରା ଚିଙ୍ଗୁଡି ସଂଗ୍ରହ ହେଉଛି। ଜୁଆର ଛାଡ଼ିଗଲା ପରେ ଚିଙ୍ଗୁଡି ସଂଗ୍ରହକୁ ଜୋରଦାର କରାଯାଏ। ରାତିରେ ଚିଙ୍ଗୁଡି ବେଶି ମିଳିଥାନ୍ତି। ତେଣୁ ଲାଇଟ୍‌ ଲଗାଇ ଚିଙ୍ଗୁଡି ସଂଗ୍ରହ କରାଯାଏ। ଏହି ସମୟରେ କୁମ୍ଭୀର ଆକ୍ରମଣ ପ୍ରାୟ ଘଟିଥାଏ ବୋଲି ସେ କହିଛନ୍ତି।
ଗ୍ରାମର ଅନ୍ୟଜଣେ ମତ୍ସ୍ୟଜୀବୀ ମହିଳା ସୀତା ମାଇତି କୁହନ୍ତି, ଏତେ କଷ୍ଟରେ ଚିଙ୍ଗୁଡି ସଂଗ୍ରହ ହେଉଥିଲେ ମଧ୍ୟ ଏହାର ଫାଇଦା ମାଛ ବ୍ୟବସାୟୀ ନେଇ ଯାଉଛନ୍ତି। ସଂଗୃହୀତ ଚିଙ୍ଗୁଡି କେଜି ପ୍ରତି ୭୦ରୁ ୮୦ ଟଙ୍କା ମିଳୁଥିବା ବେଳେ ବ୍ୟବସାୟୀ ୨୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକୁଛନ୍ତି। ଏ ସମ୍ପର୍କରେ ଓଡ଼ିଶା ମତ୍ସ୍ୟଜୀବୀ ସଂଗଠନ ସଭାପତି ନାରାୟଣ ହାଲଦାର କୁହନ୍ତି, ସମୁଦ୍ର ତଟାଞ୍ଚଳରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି। ପ୍ରତିବର୍ଷ ଅନୂ୍ୟନ ୫ ମତ୍ସ୍ୟଜୀବୀ କୁମ୍ଭୀର ଆକ୍ରମଣରେ ମୃତାହତ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ମିଳୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀନାଳରେ ଲୁଣା କୁମ୍ଭୀର ଅଛନ୍ତି। ପ୍ରଜନନ ସମୟରେ କୁମ୍ଭୀର ଭୟଙ୍କର ହୋଇଉଠେ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସର୍ବଦା ସଚେତନତା କାର୍ଯ୍ୟକ୍ରମ ଚାଲୁଛି। ଏଥିସହିତ ବନବିଭାଗ ଦ୍ୱାରା ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କୁ ଗିରଫ କରାଯାଉଛି। ହେନ୍ତାଳ ବନାଞ୍ଚଳରେ କୁମ୍ଭୀର ଆତଯାତ ହେଉଥିବା ନେଇ ସତର୍କ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚିତ୍ରଡା,୧୮ା୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକା ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ଜନସ୍ବାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୭।୬:କେନ୍ଦ୍ର ସରକାରଙ୍କ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ଅବକାଶକାଳୀନ ଖଣ୍ଡପୀଠରେ ମଙ୍ଗଳବାର ହୋଇଥିଲା। ହାଇକୋର୍ଟର...

ଦାସିଗଁ। ୧୨ ପରିବାର ପଞ୍ଚାୟତରେ ଆଶ୍ରୟ ନେବା ଘଟଣା:ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ ପହଞ୍ଚତ୍ଲେ ତହସିଲଦାର

ଜୁନାଗଡ/ଦାସିଗଁ। ,୧୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ। ୩ ନଂ. ୱାର୍ଡ ଦର୍ଳିପଡାରେ ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନଜ ବ୍ୟବସ୍ଥା ନାହଁି। ଫଳରେ...

ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୦।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା କୁରିଗାଁ ପଞ୍ଚାୟତ ଅସିହା ଗ୍ରାମ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ପୋଲିସ-ଜନତା ଦୂରତ୍ୱ କମିବ

ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ...

ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା...

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ...

ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ

ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି...

Advertisement
Archives

Model This Week