ଚିଙ୍ଗୁଡ଼ି ପାଇଁ ଜୀବନ ବାଜି

କେନ୍ଦ୍ରାପଡ଼ା ଅଫିସ, ୨୮।୭ (ଜଗନ୍ନାଥ ଧଳ): ଏଭଳି କେତେକ ଜୀବିକା ରହିଛି, ଯେଉଁଥିରେ ଜୀବନ ଚାଲିଯାଉଛି। ହେଲେ ଅର୍ଥ ମୋହରେ ଲୋକେ ସେହି ପ୍ରାଣହାନି ଜୀବିକାଠାରୁ ଦୂରେଇ ପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲାର କୁମ୍ଭୀର ସାଲୁବାଲୁ ହେଉଥିବା ନଦୀ ଓ ଯୋରରୁ ଚିଙ୍ଗୁଡ଼ି ସଂଗ୍ରହ କରିବା ଅନେକ ଲୋକଙ୍କ ଜୀବିକା। କିନ୍ତୁ ଅସାବଧାନତା ଯୋଗୁ ସେମାନେ କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତାହତ ହେଉଛନ୍ତି। ଗତ ୧୦ବର୍ଷ ମଧ୍ୟରେ ୧୬ ଜଣଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ବନବିଭାଗ ରିପୋର୍ଟରୁ ଜଣାପଡ଼ିଛି। ବାସ୍ତବରେ ଏହି ସଂଖ୍ୟା ୪୦ରୁ ଊର୍ଦ୍ଧ୍ୱ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ସେହିପରି କୁମ୍ଭୀର ଆକ୍ରମଣରେ ଶତାଧିକ ବ୍ୟକ୍ତି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଛନ୍ତି।
ସମୁଦ୍ର ଜୁଆର ଛାଡ଼ିଲେ ଭିତରକନିକା ଅଭୟାରଣ୍ୟରେ ଚିଙ୍ଗୁଡ଼ି ସଂଗ୍ରହକାରୀଙ୍କୁ ଦେଖିବାକୁ ମିଳୁଛି। ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହିଯାଇଥିବା ନଦୀ ନାଳରୁ ଛୋଟ ଚିଙ୍ଗୁଡି ଧରି ସେମାନେ ବଜାରରେ ବିକ୍ରି
କରୁଛନ୍ତି। ଚିଙ୍ଗୁଡି ସଂଗ୍ରହରେ ପୁରୁଷଙ୍କ ଅପେକ୍ଷା ବେଶି ମହିଳା ଓ କିଶୋରୀଙ୍କୁ ଦେଖିବାକୁ ମିଳୁଛି। ଏବେ ଏହି କାର୍ଯ୍ୟରେ ଯୋଡ଼ି ହୋଇଯାଇଛି ବିଭିନ୍ନ ଅଞ୍ଚଳରୁ ଘରକୁ ଫେରିଥିବା ବହୁସଂଖ୍ୟକ ପ୍ରବାସୀ। କରୋନା ମହାମାରୀ ଯୋଗୁ ସେମାନେ ଜୀବିକା ହରାଇଥିବାବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ଏହି ବିପଦପୂର୍ଣ୍ଣ କାର୍ଯ୍ୟକୁ ଆପଣାଇଛନ୍ତି। ସମୁଦ୍ର ନିକଟ ତାଳଚୁଆ ଗ୍ରାମର କଳ୍ପନା ମଣ୍ଡଳ (୩୨) କୁହନ୍ତି, ନଦୀ ନାଳରୁ ଚିଙ୍ଗୁଡି ସଂଗ୍ରହ କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ତାଙ୍କ ପରିବାରର ପୁରୁଷ ସଦସ୍ୟ ବାହାର ରାଜ୍ୟରେ କାମ କରନ୍ତି। ଗ୍ରାମର ଶତାଧିକ ମହିଳା ଚିଙ୍ଗୁଡି ସଂଗ୍ରହରେ ନିୟୋଜିତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ। ନଦୀନାଳରେ କୁମ୍ଭୀର ଆତଯାତ ହେଉଥିବାରୁ ସାହସ, ସତର୍କତା ଓ କୌଶଳ ଆବଶ୍ୟକ। ଏହି ଗ୍ରାମର ପାର୍ବତୀ ମାଇତି କୁହନ୍ତି, ଚିଙ୍ଗୁଡି ସଂଗ୍ରହ ପାଇଁ ପ୍ରାୟତଃ ୩ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି। ଝୁମ୍ପା ଓ ମୁଣ୍ଡୁଳି ଜାଲ ବ୍ୟବହାର ହେଉଥିବାବେଳେ କେତେକ ସ୍ଥାନରେ ଯନ୍ତା ବ୍ୟବହାର ହେଉଛି। ସେହିପରି ଜାଲ ଦ୍ୱାରା ଚିଙ୍ଗୁଡି ସଂଗ୍ରହ ହେଉଛି। ଜୁଆର ଛାଡ଼ିଗଲା ପରେ ଚିଙ୍ଗୁଡି ସଂଗ୍ରହକୁ ଜୋରଦାର କରାଯାଏ। ରାତିରେ ଚିଙ୍ଗୁଡି ବେଶି ମିଳିଥାନ୍ତି। ତେଣୁ ଲାଇଟ୍‌ ଲଗାଇ ଚିଙ୍ଗୁଡି ସଂଗ୍ରହ କରାଯାଏ। ଏହି ସମୟରେ କୁମ୍ଭୀର ଆକ୍ରମଣ ପ୍ରାୟ ଘଟିଥାଏ ବୋଲି ସେ କହିଛନ୍ତି।
ଗ୍ରାମର ଅନ୍ୟଜଣେ ମତ୍ସ୍ୟଜୀବୀ ମହିଳା ସୀତା ମାଇତି କୁହନ୍ତି, ଏତେ କଷ୍ଟରେ ଚିଙ୍ଗୁଡି ସଂଗ୍ରହ ହେଉଥିଲେ ମଧ୍ୟ ଏହାର ଫାଇଦା ମାଛ ବ୍ୟବସାୟୀ ନେଇ ଯାଉଛନ୍ତି। ସଂଗୃହୀତ ଚିଙ୍ଗୁଡି କେଜି ପ୍ରତି ୭୦ରୁ ୮୦ ଟଙ୍କା ମିଳୁଥିବା ବେଳେ ବ୍ୟବସାୟୀ ୨୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକୁଛନ୍ତି। ଏ ସମ୍ପର୍କରେ ଓଡ଼ିଶା ମତ୍ସ୍ୟଜୀବୀ ସଂଗଠନ ସଭାପତି ନାରାୟଣ ହାଲଦାର କୁହନ୍ତି, ସମୁଦ୍ର ତଟାଞ୍ଚଳରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି। ପ୍ରତିବର୍ଷ ଅନୂ୍ୟନ ୫ ମତ୍ସ୍ୟଜୀବୀ କୁମ୍ଭୀର ଆକ୍ରମଣରେ ମୃତାହତ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ମିଳୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀନାଳରେ ଲୁଣା କୁମ୍ଭୀର ଅଛନ୍ତି। ପ୍ରଜନନ ସମୟରେ କୁମ୍ଭୀର ଭୟଙ୍କର ହୋଇଉଠେ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସର୍ବଦା ସଚେତନତା କାର୍ଯ୍ୟକ୍ରମ ଚାଲୁଛି। ଏଥିସହିତ ବନବିଭାଗ ଦ୍ୱାରା ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କୁ ଗିରଫ କରାଯାଉଛି। ହେନ୍ତାଳ ବନାଞ୍ଚଳରେ କୁମ୍ଭୀର ଆତଯାତ ହେଉଥିବା ନେଇ ସତର୍କ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?