ଚନ୍ଦନଯାତ୍ରା ପାଇଁ ସେବାୟତଙ୍କ ଜୀବନବୀମା

ପୁରୀ ଅଫିସ,୧୧।୫: ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସଭାପତିତ୍ୱରେ ଏକ ସ୍ବତନ୍ତ୍ର ଭିଡିଓ କନଫରେନ୍ସ ବୈଠକ ଅନୁଷ୍ଠିତ ହୋଇଛି। ଛତିଶା ନିଯୋଗ ବୈଠକର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ଏହି ବୈଠକରେ ରଥଯାତ୍ରା ଓ ୨୧ ଦିନିଆ ଚନ୍ଦନଯାତ୍ରା ପରିଚାଳନାକୁ ନେଇ ଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକରେ ଆଲୋଚନା ହୋଇଛି ଯେ, ରଥ, ବାହୁଡ଼ା, ରଥଖଳା ଓ ପହଣ୍ଡି ସମୟରେ କୌଣସି ଅଘଟଣ ଘଟିଲେ ସମ୍ପୃକ୍ତ ମହାରଣା କିମ୍ବା ସେବାୟତମାନଙ୍କୁ ବୀମା ରାଶି ପ୍ରଦାନ କରାଯିବ। ଗତବର୍ଷ ସେବାୟତ ଓ ମହାରଣାମାନେ ରଥକାର୍ଯ୍ୟ ଓ ରଥଯାତ୍ରା ସମୟରେ ଅଘଟଣରେ ପ୍ରାଣ ହରାଇଲେ ସେମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିଆସୁଥିଲା। ଚଳିତବର୍ଷ ମଧ୍ୟ ଏହି ୫ ଲକ୍ଷ ଟଙ୍କାର ବୀମା ରାଶି ମିଳିବା ନେଇ ଆପାତତଃ ନିଷ୍ପତ୍ତି ହୋଇଥିବା ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି। କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ମଙ୍ଗଳବାର ଛତିଶା ନିଯୋଗ ବୈଠକ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ରଥଖଳା, ରଥପହଣ୍ଡି, ରଥଦାଣ୍ଡ ଓ ମନ୍ଦିର ଭିତରେ ସେବାୟତଙ୍କର ଅଘଟଣରେ ବିୟୋଗ ହେଲେ କିଭଳି ଭାବେ ଜୀବନ ବୀମା ସୁବିଧା ମିଳିପାରିବ ସେନେଇ ଟେଣ୍ଡର ଆହ୍ବାନ ହୋଇଥିଲା। ଓରିଏଣ୍ଟାଲ୍‌ ଇନସୁରାନ୍ସ ବୀମା ଦାୟିତ୍ୱ ନେଇଛି। ତେବେ ଏହି ଜୀବନ ବୀମାରେ କେଉଁ କେଉଁ ସୁବିଧା ରହିବ ସେନେଇ ସ୍ପଷ୍ଟ କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏଯାବତ୍‌ ୧୮୬ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୪ ସେବାୟତ ଓ ୫୨ଜଣ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮ଜଣ ହୋମ୍‌ ଆଇସୋଲେଶନ ଓ ନୀଳାଚଳ ଭକ୍ତ ନିବାସରେ ଆଇସୋଲେଶନ୍‌ରେ ରହିଛନ୍ତି। ସେବାୟତ ସଂକ୍ରମିତଙ୍କ ସଂଖ୍ୟା ୮୪ ହୋଇଥିବା ବେଳେ ସେମାନଙ୍କ ପରିବାର ସଦସ୍ୟ ୫୦ଜଣ ରହିଛନ୍ତି। ଭ୍ୟାକ୍ସିନେସନ୍‌ ପ୍ରକ୍ରିୟା ଚାଲୁ ରହିଛି। ୩୩୧୦ ଭ୍ୟାକ୍ସିନେସନ୍‌ ଡୋଜ୍‌ ଦିଆସରିଛି। ଏଥିରୁ ୨୪୧୮ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୮୯୨ଜଣ ୨ୟ ଡୋଜ୍‌ ନେଇସାରିଲେଣି। ଏବେ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସେବାୟତଙ୍କ ଟିକାକରଣ ଚାଲିଛି। ଟେଷ୍ଟିଂ ପାଇଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ ହୋଇଛି। ୫୬୨ ଜଣଙ୍କ ଟେଷ୍ଟିଂ ହୋଇଛି। ସେମାନଙ୍କ ମଧ୍ୟରୁ ୧୪୬ ପଜିଟିଭ୍‌ ହୋଇଛନ୍ତି। ସେହିଭଳି ନୀଳାଚଳ ଭକ୍ତ ନିବାସରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟରରେ ୪୬ଜଣ ସେବାୟତଙ୍କୁ ୨୬ଟି ସ୍ବତନ୍ତ୍ର ରୁମ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ମହାରଣା ସେବାୟତମାନଙ୍କର ଟେଷ୍ଟିଂ ଅକ୍ଷୟତୃତୀୟାର ୭୨ଘଣ୍ଟା ପୂର୍ବରୁ ହେବ, ଯାହାଦ୍ୱାରା ସଂକ୍ରମଣ ମୁକ୍ତ ସେବାୟତଙ୍କୁ ଚିହ୍ନଟ କରିବା ସହଜ ହେବ। ସେହିଭଳି ଚନ୍ଦନଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତମାନେ କିଭଳି ଭାବେ ସଂକ୍ରମଣର ଶିକାର ହେବେ ନାହିଁ ସେନେଇ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରୁଥିବା ଅଜୟ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ରଥ ଓ ଚନ୍ଦନଯାତ୍ରାର ପ୍ରସ୍ତୁତି ଓ ପରିଚାଳନାକୁ ନେଇ ସ୍ପଷ୍ଟ ଚିତ୍ର ମଙ୍ଗଳବାର ଛତିଶା ନିଯୋଗ ବୈଠକ ପରେ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?