ଚନ୍ଦନଯାତ୍ରା ପାଇଁ ସେବାୟତଙ୍କ ଜୀବନବୀମା

ପୁରୀ ଅଫିସ,୧୧।୫: ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସଭାପତିତ୍ୱରେ ଏକ ସ୍ବତନ୍ତ୍ର ଭିଡିଓ କନଫରେନ୍ସ ବୈଠକ ଅନୁଷ୍ଠିତ ହୋଇଛି। ଛତିଶା ନିଯୋଗ ବୈଠକର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ଏହି ବୈଠକରେ ରଥଯାତ୍ରା ଓ ୨୧ ଦିନିଆ ଚନ୍ଦନଯାତ୍ରା ପରିଚାଳନାକୁ ନେଇ ଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକରେ ଆଲୋଚନା ହୋଇଛି ଯେ, ରଥ, ବାହୁଡ଼ା, ରଥଖଳା ଓ ପହଣ୍ଡି ସମୟରେ କୌଣସି ଅଘଟଣ ଘଟିଲେ ସମ୍ପୃକ୍ତ ମହାରଣା କିମ୍ବା ସେବାୟତମାନଙ୍କୁ ବୀମା ରାଶି ପ୍ରଦାନ କରାଯିବ। ଗତବର୍ଷ ସେବାୟତ ଓ ମହାରଣାମାନେ ରଥକାର୍ଯ୍ୟ ଓ ରଥଯାତ୍ରା ସମୟରେ ଅଘଟଣରେ ପ୍ରାଣ ହରାଇଲେ ସେମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିଆସୁଥିଲା। ଚଳିତବର୍ଷ ମଧ୍ୟ ଏହି ୫ ଲକ୍ଷ ଟଙ୍କାର ବୀମା ରାଶି ମିଳିବା ନେଇ ଆପାତତଃ ନିଷ୍ପତ୍ତି ହୋଇଥିବା ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି। କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ମଙ୍ଗଳବାର ଛତିଶା ନିଯୋଗ ବୈଠକ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ରଥଖଳା, ରଥପହଣ୍ଡି, ରଥଦାଣ୍ଡ ଓ ମନ୍ଦିର ଭିତରେ ସେବାୟତଙ୍କର ଅଘଟଣରେ ବିୟୋଗ ହେଲେ କିଭଳି ଭାବେ ଜୀବନ ବୀମା ସୁବିଧା ମିଳିପାରିବ ସେନେଇ ଟେଣ୍ଡର ଆହ୍ବାନ ହୋଇଥିଲା। ଓରିଏଣ୍ଟାଲ୍‌ ଇନସୁରାନ୍ସ ବୀମା ଦାୟିତ୍ୱ ନେଇଛି। ତେବେ ଏହି ଜୀବନ ବୀମାରେ କେଉଁ କେଉଁ ସୁବିଧା ରହିବ ସେନେଇ ସ୍ପଷ୍ଟ କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏଯାବତ୍‌ ୧୮୬ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୪ ସେବାୟତ ଓ ୫୨ଜଣ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮ଜଣ ହୋମ୍‌ ଆଇସୋଲେଶନ ଓ ନୀଳାଚଳ ଭକ୍ତ ନିବାସରେ ଆଇସୋଲେଶନ୍‌ରେ ରହିଛନ୍ତି। ସେବାୟତ ସଂକ୍ରମିତଙ୍କ ସଂଖ୍ୟା ୮୪ ହୋଇଥିବା ବେଳେ ସେମାନଙ୍କ ପରିବାର ସଦସ୍ୟ ୫୦ଜଣ ରହିଛନ୍ତି। ଭ୍ୟାକ୍ସିନେସନ୍‌ ପ୍ରକ୍ରିୟା ଚାଲୁ ରହିଛି। ୩୩୧୦ ଭ୍ୟାକ୍ସିନେସନ୍‌ ଡୋଜ୍‌ ଦିଆସରିଛି। ଏଥିରୁ ୨୪୧୮ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୮୯୨ଜଣ ୨ୟ ଡୋଜ୍‌ ନେଇସାରିଲେଣି। ଏବେ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସେବାୟତଙ୍କ ଟିକାକରଣ ଚାଲିଛି। ଟେଷ୍ଟିଂ ପାଇଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ ହୋଇଛି। ୫୬୨ ଜଣଙ୍କ ଟେଷ୍ଟିଂ ହୋଇଛି। ସେମାନଙ୍କ ମଧ୍ୟରୁ ୧୪୬ ପଜିଟିଭ୍‌ ହୋଇଛନ୍ତି। ସେହିଭଳି ନୀଳାଚଳ ଭକ୍ତ ନିବାସରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟରରେ ୪୬ଜଣ ସେବାୟତଙ୍କୁ ୨୬ଟି ସ୍ବତନ୍ତ୍ର ରୁମ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ମହାରଣା ସେବାୟତମାନଙ୍କର ଟେଷ୍ଟିଂ ଅକ୍ଷୟତୃତୀୟାର ୭୨ଘଣ୍ଟା ପୂର୍ବରୁ ହେବ, ଯାହାଦ୍ୱାରା ସଂକ୍ରମଣ ମୁକ୍ତ ସେବାୟତଙ୍କୁ ଚିହ୍ନଟ କରିବା ସହଜ ହେବ। ସେହିଭଳି ଚନ୍ଦନଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତମାନେ କିଭଳି ଭାବେ ସଂକ୍ରମଣର ଶିକାର ହେବେ ନାହିଁ ସେନେଇ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରୁଥିବା ଅଜୟ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ରଥ ଓ ଚନ୍ଦନଯାତ୍ରାର ପ୍ରସ୍ତୁତି ଓ ପରିଚାଳନାକୁ ନେଇ ସ୍ପଷ୍ଟ ଚିତ୍ର ମଙ୍ଗଳବାର ଛତିଶା ନିଯୋଗ ବୈଠକ ପରେ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri