ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସରକାରୀ ଉଦାସୀନାତାରୁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଚିତ୍ର ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଶଙ୍ଖପୁର ଗ୍ରାମରେ ଦେଖିବାକୁ ମିଳିଛି। ପକ୍କା ଘର ଖଣ୍ଡିଏ ନ ଥିବାରୁ ୬ପ୍ରାଣୀ କୁଟୁମ୍ବ ମାଟିଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି।

ଶଙ୍ଖପୁର ଗ୍ରାମ ମହ୍ଲାର ସାହିର ସୁବର୍ଣ୍ଣ ଦେହୁରି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀ ସୁବା ଦେହୁରି, ବିଧବା ମା’ ସୁଲ ଦେହୁରିଙ୍କ ସମେତ ଦୁଇ ଛୋଟ ପୁଅ ଓ ଗୋଟିଏ ଝିଅଙ୍କୁ ଧରି ସୁବର୍ଣ୍ଣ ଏକ ଝାଟିମାଟି ଘରେ ରହିଆସୁଛନ୍ତି। ଘରର ନଡ଼ା ଛପର ଉଡ଼ିଯାଇଥିବା ବେଳେ ବର୍ଷା ପାଣିର ଧାର ବୋହି କାନ୍ଥରୁ ମାଟି ଧସିଗଲାଣି। ବର୍ଷା ଦିନେ ସେମାନଙ୍କର ଅବସ୍ଥା ନ କହିବା ଭଲ। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ସୁବର୍ଣ୍ଣ ବହୁ ଥର ସ୍ଥାନୀୟ ସରପଞ୍ଚଙ୍କ ସମେତ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରି ନ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସୁବର୍ଣ୍ଣଙ୍କ ମା’ ସୁଲ ଦେହୁରିଙ୍କ ବୟସ ୬୫ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri