Odisha Elections 2024
Posted inଫୁରସତ

୮୦ ବର୍ଗଫୁଟ ଘରେ ଜୀବନ

ୱାଶିଂଟନ; ବହୁତ ଲୋକ ବିଦେଶରେ ରହିବାକୁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସେଠାରେ ଚାକିରି କରିବାକୁ ଚେଷ୍ଟା କରିଥାନ୍ତି। ଅନେକ ଲୋକ ଭାବୁଥିବେ ଯେ ବିଦେଶରେ ଜୀବନଶୈଳୀ ଅତ୍ୟନ୍ତ ସୁଖଦାୟକ। ହେଲେ ନିକଟରେ ଆମେରିକାର ଜଣେ ଯୁବତୀ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି। ରିପୋର୍ଟ ମୁତାବକ, ଆମେରିକା ନ୍ୟୁୟର୍କରେ ୨୫ ବର୍ଷୀୟା ଅଲାଇନା ରାଣ୍ଡାଜୋ ବର୍ଷେ ହେବ ରହୁଛନ୍ତି। ମାତ୍ର ୮୦ ବର୍ଗଫୁଟ ଘରେ ସେ ରହୁଥିବା କହିଛନ୍ତି। ଏତିକି ଛୋଟ ଅଞ୍ଚଳରେ ଶୋଇବା ଘର, ଲିଭିଂ ରୁମ୍‌ ଏବଂ ରୋଷେଇ ଘର ସେଠାରେ ମିଳୁଛି। ହେଲେ ସେଠାରେ ଗାଧୁଆ ଘର, ଝରକା ନ ଥିବା ସେ କହିଛନ୍ତି। ଅଲାଇନା ତାଙ୍କର ଏହି ଛୋଟଘରର ଫଟୋ ଶେୟାର କରିଛନ୍ତି। ପ୍ରକୃତରେ ସେ ମିଶୋରୀର ବାସିନ୍ଦା। ସେ ସେଠାରେ ଏକ ଆଲିଶାନ୍‌ ଘରେ ରହୁଥିଲେ। ସେଥିପାଇଁ ତାଙ୍କୁ ମାସକୁ ୨ ଲକ୍ଷ ଟଙ୍କା ଘରଭଡ଼ା ଦେବାକୁ ପଡୁଥିଲା। ପରେ ତାଙ୍କୁ ନ୍ୟୁୟର୍କର ଏହି ଘର ବାବଦରେ ଜଣାପଡ଼ିଲା। ସେଥିପାଇଁ ସେ ନିଷ୍ପତ୍ତି ନେଲେ ଯେ ସେ ନ୍ୟୁୟର୍କରେ ରହିବେ। ସେ ଏହି ଘରକୁ ଆସିବା ପରେ ତାଙ୍କୁ ଘରଟି ବହୁତ ଛୋଟ ଲାଗିଲା। ହେଲେ ସେ ଟଙ୍କା ବଞ୍ଚାଇବାକୁ ଯାଇ ତାଙ୍କ କୁକୁର ସହ ଏଠାରେ ରହିଗଲେ। ଏଠାରେ ତାଙ୍କୁ ମାସିକ ୫୪ ହଜାର ଟଙ୍କା ଦେବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri