ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍‌ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍‌ଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି। ତେବେ ଏମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସକୁ ବିମାନ ଭଡା ବୃଦ୍ଧି ନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଭୁନେଶ୍ୱରରୁ ଏବଂ ସେଠାକୁ ଚଳାଚଳ ହେଉଥିବା ବିମାନକୁ ଭଡା ବୃଦ୍ଧି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଳାୟ କହିଛି, ବାହାନଗା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କ ମୃତଦେହକୁ ସେମାନଙ୍କ ରାଜ୍ୟରେ ପଠାଯିବା ନେଇ ସହଯୋଗ କରନ୍ତୁ। ଏଥିସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସକୁ ଭୁବନେଶ୍ୱରକୁ ବାତିଲ ଏବଂ ରିରେଜିଷ୍ଟ୍ରେଶନ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଶୁଳ୍କ ଆଦାୟ ନ କରିବାକୁ ନିଦ୍ଦେର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଟ୍ରେନ ଦୁର୍ଘଟଣାରେ ପ୍ରାୟ ୯୦ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୪୬ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏଥିସହ ୧୧ଟି ଟ୍ରେନ ଗନ୍ତବ୍ୟ ସ୍ଥଳ ପୂର୍ବରୁ ଅଟକି ରହିଛି। ଦୁର୍ଘଟଣା ଯୋଗୁ ଅଧିକାଂଶ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ରେଲୱେ ଜୋନର ଟ୍ରେନ୍‌ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri