‘ମିଛ ଧରାପଡ଼ିଲାଣି, ଭୁଲ ସ୍ବୀକାର କରନ୍ତୁ’

ପୁରୀ ଅଫିସ,୨୩।୫ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଶାସନ ପକ୍ଷରୁ ରାତିଅଧରେ ଜିପିଆର୍‌ଏସ୍‌ ପରେ ତେଜିଛି ରାଜନୀତି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜିପିଆର୍‌ଏସ୍‌ ହୋଇଥିବା ପୁରୀ ଏମ୍‌ପି ପିନାକୀ ମିଶ୍ର କହୁଥିବାବେଳେ ଏବେ ତାହା ମିଛ ପ୍ରମାଣିତ ହୋଇଛି ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ରବିବାର ସେ କହିଛନ୍ତି, ପିନାକୀଙ୍କ ମିଛ ଧରାପଡ଼ିଛି। ରାତି ଅଧରେ ଲୁଚାଛପାରେ ତରବରିଆ ଭାବେ ଜିପିଆର୍‌ଏସ୍‌ କରାଯାଇଛି। ପୂର୍ବରୁ ଜିପିଆର୍‌ଏସ୍‌ ହୋଇସାରିଥିବା ପିନାକୀ ଲିଖିତ ଭାବେ ଦାବି କରୁଥିଲେ। ଜିପିଆର୍‌ଏସ୍‌ ହୋଇଛି, ସତ୍ୟପାଠ ହାଇକୋର୍ଟରେ ଦାଖଲ ହେବ ବୋଲି କହିଥିଲେ। ତେବେ ଶନିବାର ବିଳମ୍ବିତ ରାତ୍ରିରେ ଜିପିଆର୍‌ଏସ୍‌ କରାଯାଉଥିଲା କାହିଁକି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି। ପ୍ରଥମେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇ ଏବେ ଜିପିଆରଏସ୍‌ କରିବା ଏକ ଅବୈଜ୍ଞାନିକ ପଦ୍ଧତି। ଶନିବାର ବିଳମ୍ବିତ ରାତ୍ରିରେ ଜିପିଆରଏସ୍‌ ଚାଲିଥିବାର ଫଟୋ ଦେଖାଇ ପିନାକୀ ପ୍ରତିକ୍ରିୟା ରଖିବାକୁ ସେ ଦାବି କରିଛନ୍ତି। ବିନା ଜିପିଆର୍‌ଏସ୍‌ରେ ନିର୍ମାଣ କାର୍ଯ୍ୟ ଓ ଖନନ ଯୋଗୁୁ କୀର୍ତ୍ତିରାଜି ନଷ୍ଟ ହୋଇଛି ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ଅଭିଯୋଗକୁ ପୁରୀ ଏମ୍‌ପି ପିନାକୀ ମିଶ୍ର ଟୁଇଟ୍‌ କରି କଟାକ୍ଷ କରିଛନ୍ତି। ସରକାରୀ ସଂସ୍ଥା ଦ୍ୱାରା ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯାଇ ଦ୍ୱିତୀୟ ଥର ଜିପିଆର୍‌ଏସ୍‌ ପାଇଁ ଆଇନରେ ଅଂକୁଶ ରହିବା ଜରୁରୀ। ଆଇନ ବିଶାରଦ ଶ୍ରୀଯୁକ୍ତ ପାତ୍ର ଏବିଷୟରେ ନିଶ୍ଚୟ ଜାଣିଥିବେ। ତେଣୁ ନିଃସନ୍ଦେହରେ ସେ ଏ ବିଷୟରେ ଆମକୁ ଜ୍ଞାନ ଦେବେ ବୋଲି ପିନାକୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।
ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ତଥା ବରିଷ୍ଠ ଭାଜପା ନେତା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସାଢେ ଚାରିକୋଟି ଓଡ଼ିଶାବାସୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସତ ଜାଣିସାରିଲେଣି। ଏବେ ତ ଭୁଲ୍‌ ସୁଧାରିବାକୁ ପଡ଼ିବ। ଏଣୁ ରାତିଅଧିଆ ଜିପିଆର୍‌ଏସ୍‌ କରିବାକୁ ପଡ଼ୁଛି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ବାହାରକୁ ଆଣିବାକୁ ବାଧ୍ୟ ହେଲେ। ଏନ୍‌ଏମ୍‌ଏ ଚିଠି ଲେଖି ପ୍ରଶାସନକୁ ନିର୍ମାଣର ଉଚ୍ଚତା ମେଘନାଦ ପ୍ରାଚୀରଠାରୁ କମ୍‌ ରଖିବାକୁ କୁହାଗଲା। ରାଜ୍ୟ ସରକାର ଭୁଲ୍‌ କରିଛନ୍ତି, ସେଥିପାଇଁ ଚିଠି ଲେଖାଯାଇଥିଲା। ରାଜ୍ୟ ସରକାର ସାମୂହିକ ଭାବେ ଆମ୍‌ସାର୍‌ ଆକ୍ଟ-୧୯୫୮କୁ ଉଲ୍ଲଂଘନ କରିଛନ୍ତି। ଏଣୁ ଏବେ ପାରଦର୍ଶିତା ଦେଖାନ୍ତୁ, ରାତିରେ ନୁହେଁ ବରଂ ଦିନବେଳା ଜିପିଆରଏସ୍‌ କରନ୍ତୁ ବୋଲି ସେ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଘନ ଅନ୍ଧକାରରେ ଚୋର ଓ ଡକାୟତମାନେ କାର୍ଯ୍ୟ କରନ୍ତି। ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର, ଯିଏ ବି ହୁଅନ୍ତୁ, ରାତିଅଧିଆ କାର୍ଯ୍ୟ ବନ୍ଦ ହେଉ। ସ୍ବଚ୍ଛତା ଥିଲେ ଦିବାଲୋକରେ କାର୍ଯ୍ୟ ହେଉ। ଗୃହ କମିଟି ଏକ ସର୍ବଦଳୀୟ କମିଟି। ଏହା ବିଶ୍ୱାସଯୋଗ୍ୟ ତଦନ୍ତ କରିପାରିବେ। ଗୃହ କମିଟି ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଯାଞ୍ଚ କରୁ। ରିପୋର୍ଟ ପ୍ରସ୍ତୁତ ହେଉ। ସେହିଭଳି ପ୍ରଶାସନ ଜିପିଆରଏସ୍‌ ସର୍ଭେ ଏଏସ୍‌ଆଇ ସହଯୋଗରେ କରାଯାଉ। ସରକାର ଭୁଲ କରିଛନ୍ତି ଏହା ପ୍ରମାଣିତ ହେଉଛି। ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦେବାର ଆବଶ୍ୟକତା ରହିଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମିଶ୍ର। ଅନ୍ୟପକ୍ଷରେ ବିଜେଡିର ମୁଖପାତ୍ର ସୁଲତା ଦେଓ କହିଛନ୍ତି, ସମ୍ବିତ ପୁରୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିପିଆର୍‌ଏସ୍‌ ହୋଇ ଏନ୍‌ଏମ୍‌ଏକୁ ଡିପିଆର୍‌ ହସ୍ତାନ୍ତର ହୋଇଛି। ଯେଉଁ ସେବାୟତ ଓ ସ୍ଥାନୀୟ ଲୋକେ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସହଯୋଗ କରିଛନ୍ତି, ସେମାନେ କେବେ ହେଲେ କ୍ଷମା କରିବେ ନାହିଁ। ଏଣୁ ସମ୍ବିତ ଅଯଥା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ସୁଲତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?