ବାର୍ଦ୍ଧକ୍ୟର ସାହାରା: ପୁରାତନ ପେନ୍‌ସନ

ଘରୋଇକରଣ ବିରୋଧରେ, ନିୟମିତ ଦାବିରେ ସରକାରୀ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପୁଣି ସରକାରୀ ନିର୍ଦ୍ଦେଶନାମା ବିରୋଧରେ ଓ ବେତନ ବୃଦ୍ଧି ପାଇଁ ଧାରଣା ପ୍ରଦର୍ଶନ କରୁଛନ୍ତି। ପ୍ରଶ୍ନ ହେଉଛି, ନୀତି ନିର୍ଦ୍ଧାରଣ ବେଳେ ସରକାର କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି; ଯେଉଁଥିପାଇଁ ସରକାର ସମସ୍ୟାରେ ପଡୁଛନ୍ତି। ଲାଗୁଛି, ଏଭଳି ନୀତି ନିର୍ଦ୍ଧାରଣ କରୁଥିବା ସରକାରଙ୍କ ପାଇଁ ନିଜ ବ୍ୟକ୍ତିଗତ ସ୍ବାର୍ଥ ହିଁ ସର୍ବେସର୍ବା। ଜନକଲ୍ୟାଣ କଥା ଗୌଣ। ନଚେତ୍‌ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅନୁପାଳନ କରୁଥିବାର ଦ୍ବାହି ଦେଇ ସରକାର ଆଜି ଚୁକ୍ତିଭିତ୍ତିରେ ଏବଂ ଠିକାରେ ଅବା ୩ୟ ପକ୍ଷ (ଆଉଟ ସୋର୍ସିଂ) ଦ୍ୱାରା ବିଭିନ୍ନ ବିଭାଗରେ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ନ ଥାନ୍ତେ। ଏଭଳି ବ୍ୟବସ୍ଥାରେ ସ୍ବଳ୍ପ ବେତନ ପ୍ରଦାନ ଯୋଗୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ସଞ୍ଚିତ ହେଉଛି ସତ, କିନ୍ତୁ କର୍ମଚାରୀଙ୍କୁ ଏହା ଚାପଗ୍ରସ୍ତ କରୁଛି। ଅପରପକ୍ଷେ ଉଚ୍ଚତମ ନ୍ୟାୟାଳୟଙ୍କ ସମାନ କାମକୁ ସମାନ ବେତନ ନିର୍ଦ୍ଦେଶକୁ ସରକାର ଯେପରି ଅନୁପାଳନ କରନ୍ତି, ସେଥିପ୍ରତି ନ୍ୟାୟାଳୟ କଠୋର ହେବା ଆବଶ୍ୟକ।
ଦିନ ଥିଲା ସେବାରେ ଯୋଗ ଦେଉଦେଉ ସରକାରୀ କର୍ମଚାରୀଟିଏ ନିଜ ଭବିଷ୍ୟତକୁ ନେଇ ନିଶ୍ଚିତ ରହୁଥିଲା। ପେନ୍‌ସନ ଥିଲା ତା’ ସାହା ଭରସା। ସେବାରେ ଯୋଗଦେବା ମାତ୍ରେ ଜଣେ ସରକାରୀ କର୍ମଚାରୀ ସ୍ବୟଂକ୍ରିୟ ଭାବେ ଏହି ଅଧିକାର ପାଉଥିଲା। କିନ୍ତୁ ରାଷ୍ଟ୍ରୀୟ ପେନ୍‌ସନ ବ୍ୟବସ୍ଥା ଲାଗୁ ସହ ସରକାରୀ କର୍ମଚାରୀଙ୍କ ଅବସର ପରବର୍ତ୍ତୀ ଦୁର୍ଦ୍ଦଶା ବଢ଼ି ଚାଲିଲା। ରାଷ୍ଟ୍ରୀୟ ପେନ୍‌ସନ ଯୋଜନା ଶେୟାର ବଜାର ଆଧାରିତ ବ୍ୟବସ୍ଥା; ଯାହା ସେବାନିବୃତ୍ତ କର୍ମଚାରୀଙ୍କୁ ଏକ ସୁନିଶ୍ଚିତ ମାସିକ ପେନ୍‌ସନ ପ୍ରଦାନ କରେନାହିଁ। ଏଥିରେ ପୁରାତନ ପେନ୍‌ସନ ଭଳି ଚୂଡ଼ାନ୍ତ ବେତନର ପଚାଶ ପ୍ରତିଶତ ମୂଳ ପେନ୍‌ସନ ରୂପେ ସ୍ଥିରୀକୃତ ହୁଏନାହିଁ। ଏଥିରେ ମହଙ୍ଗା ଭତ୍ତାର ବ୍ୟବସ୍ଥା ନାହିଁ। ଦରଦାମ ବୃଦ୍ଧି ସହ ଅର୍ଥନୈତିକ ସ୍ଥିତିକୁ ନେଇ କର୍ମଚାରୀମାନେ ଆଜି ଶଂକାଗ୍ରସ୍ତ। ତେଣୁ ସେମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ରହିବା ସ୍ବାଭାବିକ। ପୁରାତନ ପେନ୍‌ସନ ସେବାନିବୃତ୍ତ କର୍ମଚାରୀଙ୍କୁ ସମ୍ମାନର ଅଧିକାର ପ୍ରଦାନ କରୁଥିବା ବେଳେ ରାଷ୍ଟ୍ରୀୟ ପେନ୍‌ସନ ଯୋଜନା ସେମାନଙ୍କୁ ଅପମାନିତ କରୁଛି। ସେବାନିବୃତ୍ତ ଭବିଷ୍ୟତକୁ ନେଇ ଚିନ୍ତିତ ରହୁଥିବା ଜଣେ ସରକାରୀ କର୍ମଚାରୀ; ନିଜ କାର୍ଯ୍ୟକ୍ଷେତ୍ରରେ ଶତ ପ୍ରତିଶତ ଯୋଗଦାନ ଦେବା ଆଦୌ ସମ୍ଭବ ନୁହେଁ। ଏଥିପାଇଁ ଜଣେ କର୍ମଚାରୀ ନିଜ କାର୍ଯ୍ୟକୁ ଯେତେ ନିଷ୍ଠାର ସହିତ ସମ୍ପାଦନ କଲେ ମଧ୍ୟ ସେଥିରେ ସର୍ବଦା ଉତ୍ସାହର ଅଭାବ ରହିବ। ବିଶ୍ୱସ୍ତ, ନିଷ୍ଠାବାନ ଓ ଦାୟିତ୍ୱ ସମ୍ପନ୍ନ କର୍ମଚାରୀ ତିଆରି କରିବା ଏବଂ ସେମାନଙ୍କ ମଧ୍ୟରେ ଉତ୍ସାହ ଭରିବା; ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ। କର୍ମଚାରୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରଖି ସେମାନଙ୍କ ଦ୍ବାରା କାର୍ଯ୍ୟ ହାସଲ ପାଇଁ ସରକାରଙ୍କୁ ଯତ୍ନବାନ ହେବାକୁ ପଡିବ। କର୍ମଚାରୀଙ୍କ ଆବଶ୍ୟକତା ଏବଂ ସମସ୍ୟା ବିଷୟରେ ସରକାର ସମ୍ବେଦନଶୀଳ ହେବା ଉଚିତ। ସରକାରଙ୍କ ଏହି ସଫଳତା ଦେଶରେ ପ୍ରଗତି ଆଣିଦେବ।
ଅନେକ ସମୟରେ ନ୍ୟାୟସଙ୍ଗତ ଏବଂ ଅସଙ୍ଗତ ଦାବି ହାସଲ ପାଇଁ କର୍ମଚାରୀ ସଂଗଠନଗୁଡ଼ିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ସରକାରଙ୍କ ଉପରେ ଅଯଥା ଚାପ ପ୍ରୟୋଗ କରନ୍ତି। ଅବଶ୍ୟ ଦେଶ ସ୍ବାଧୀନତା ପରେ କୌଣସି ସରକାର ବିନା ଆନ୍ଦୋଳନରେ କର୍ମଚାରୀଙ୍କ ନ୍ୟାୟୋଚିତ ଦାବିକୁ ଗ୍ରହଣ କରି ନାହାନ୍ତି। ଏହା ହିଁ ବିଡମ୍ବନା। ଦୀର୍ଘ ଦିନର ଆନ୍ଦୋଳନ ପରେ କର୍ମଚାରୀଙ୍କ ଦଶ କୋଡିଏଟି ଦାବି ମଧ୍ୟରୁ ଗୋଟିଏ ଦୁଇଟି ଦାବିକୁ ସରକାର କଷ୍ଟରେ ଗ୍ରହଣ କରନ୍ତି। ତେଣୁ କର୍ମଚାରୀ ବର୍ଗ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେଉଛନ୍ତି। କର୍ତ୍ତବ୍ୟ ଅପେକ୍ଷା ସେମାନେ ନିଜ ଦାବି ଓ ଆନ୍ଦୋଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏଭଳି ପରମ୍ପରା ନିରନ୍ତର ଚାଲି ଆସୁଛି।
ରାଷ୍ଟ୍ରୀୟ ପେନ୍‌ସନ ଯୋଜନାର ସହାୟତା ରାଶି ସମୁଦ୍ରକୁ ଶଙ୍ଖେ। ଏହା ସେବାନିବୃତ୍ତ କର୍ମଚାରୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଛି। ଏଥିରେ ସ୍ଥିରତା ନ ଥିବାରୁ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ସରକାରୀ କର୍ମଚାରୀମାନେ ନିଜ ସେବା ଅବଧିରେ ଅସାଧୁ ଉପାୟ ଅବଲମ୍ବନ ପାଇଁ ଆଗଭର ହେଉଛନ୍ତି। ଅସଦ୍‌ ଉପାୟରେ ଭବିଷ୍ୟତ ପାଇଁ ଧନ ସଞ୍ଚୟର ପ୍ରବୃତ୍ତି ଯୋଗୁ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଛି। ସରକାର ଯଦି ବିନା ଆନ୍ଦୋଳନରେ କର୍ମଚାରୀଙ୍କ ସମସ୍ୟାକୁ ବୁଝୁଥାନ୍ତେ, ତେବେ ଦାବି ହାସଲ ପାଇଁ ଏମାନେ ଅଯଥାରେ ଆନ୍ଦୋଳନକୁ ଓହ୍ଲାନ୍ତେ ବା କାହିଁକି ? ଏଥିପାଇଁ କର୍ମଚାରୀ ବର୍ଗ ନିଜ କାର୍ଯ୍ୟକ୍ଷେତ୍ରରେ କମ୍‌ ଏବଂ ରାଜରାସ୍ତାରେ ଅଧିକ ସମୟ ବିତାଉଛନ୍ତି। କେଉଁଠି ବନ୍ଦ ପାଳନ ତ ଆଉ କେଉଁଠି ଧାରଣା ପୁଣି କେଉଁଠି ଧର୍ମଘଟ, ରାସ୍ତାରୋକୋ, ରେଳରୋକୋ- ଚାରିଆଡୁ ଶୁଭୁଛି କେବଳ ଦାବି ଓ ଅଧିକାର ସମ୍ପର୍କିତ ଚିତ୍କାର। ବ୍ୟକ୍ତିଗତ ସ୍ବାର୍ଥ ହେତୁ ଉଭୟ ସରକାର ଏବଂ କର୍ମଚାରୀ ବର୍ଗ ଧର୍ମଘଟ, ଧାରଣା ଓ ଆନ୍ଦୋଳନରେ ନଷ୍ଟ ହେଉଥିବା ସମୟର ମୂଲ୍ୟ ବୁଝନ୍ତି ନାହିଁ। ଆମଦେଶରେ ଏଭଳି ସମୟର ଯଦି ସଦୁପଯୋଗ ହୋଇପାରନ୍ତା, ତେବେ ଜାପାନ ବଦଳରେ ଭାରତ ଆଜି ଉଦାହରଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତା। କିନ୍ତୁ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଅଭାବରୁ ଏହା ସମ୍ଭବ ହେଉନାହିଁ।
ରାଷ୍ଟ୍ରୀୟ ପେନ୍‌ସନ ଯୋଜନା କର୍ମଚାରୀଙ୍କ ଭବିଷ୍ୟତ ସହ ଏକ ଛଳନା। ବିପକ୍ଷରେ ଥିବାବେଳେ ସମସ୍ତ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ସହମତ ହୋଇଥାନ୍ତି। କିନ୍ତୁ କ୍ଷମତାକୁ ଆସିବା ମାତ୍ରେ ଏହାକୁ ଭୁଲିଯା’ନ୍ତି। ପୁରୁଣା ପେନ୍‌ସନ ବ୍ୟବସ୍ଥା କର୍ମଚାରୀଙ୍କ ସମ୍ମାନକୁ କେବଳ ପୁନଃ ସ୍ଥାପନ କରିବ ନାହିଁ ବରଂ ସେମାନଙ୍କ ବୃଦ୍ଧାବସ୍ଥାକୁ ମଧ୍ୟ ସୁରକ୍ଷା ଦେବ। ସରକାର ଯଦି ପ୍ରକୃତରେ ଜନକଲ୍ୟାଣ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଥାନ୍ତି; ତେବେ ତାଙ୍କୁ କର୍ମଚାରୀଙ୍କ ପୂର୍ବ ସମ୍ମାନ ଫେରାଇ ଆଣିବାକୁ ପଡିବ। ଏଥିପାଇଁ ସରକାରଙ୍କୁ ରାଷ୍ଟ୍ରୀୟ ପେନ୍‌ସନ ଯୋଜନାକୁ ହଟାଇ ପୁଣିଥରେ ପୁରାତନ ପେନ୍‌ସନ ବ୍ୟବସ୍ଥା ପ୍ରଚଳନ କରିବାକୁ ହେବ। ବିଧାୟକ ଏବଂ ସାଂସଦମାନେ ଯେତେବେଳେ ମୋଟା ଅଙ୍କର ପେନ୍‌ସନ ଏବଂ ଅନ୍ୟାନ୍ୟ ଭତ୍ତା ପାଇପାରୁଛନ୍ତି, ସେତେବେଳେ କର୍ମଚାରୀମାନଙ୍କୁ ପୁରାତନ ପେନ୍‌ସନ ପ୍ରଦାନରେ ଅସୁବିଧା କେଉଁଠି ? ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟ ନିଜ କର୍ମଚାରୀଙ୍କ ପାଇଁ ପୂର୍ବଭଳି ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଦେଲେଣି।

  • ଈପ୍ସିତା ମହାନ୍ତି
    ବୈପାରୀଗୁଡ଼ା, କୋରାପୁଟ
    ମୋ- ୬୩୭୦୬୭୯୪୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?