୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ ଏବଂ ପେନାଲଟି ମଧ୍ୟ ଦେବାକୁ କୁହାଯାଇଛି। ଏଲଆଇସିକୁ ଏହି ନୋଟିସ ମୁମ୍ବାଇ ଡେପୁଟି କମିଶନର ଏବଂ ଷ୍ଟେଟ ପକ୍ଷରୁ ମିଳିଛି।

ଏଲଆଇସି ୨୦୧୭-୧୮ରେ ୩୬୫ କୋଟି ଟଙ୍କା କର ଆକାରରେ ଦେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ସୁଧ ଏବଂ ପେନାଲଟି ମିଶି ୪୦୪ କୋଟି ଟଙ୍କା ହୋଇଛି। ଏଥିରେ ୩୬.୫୦ କୋଟି ଟଙ୍କା ଚାକରବାଟି ସୁଧ ମଧ୍ୟ ସାମିଲ ଅଛି। ତେବେ ଏହି ନୋଟିସ ବିରୁଦ୍ଧରେ ଏଲଆଇସି ଅପିଲ କରିବ ବୋଲି ସୋମବାର କହିଛି। ଏହି କାରଣରୁ କମ୍ପାନୀର ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

ବଢିବ ପେଟ୍ରୋଲ ଦାମ୍‌! RBI ଗଭର୍ନର ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ଭାରତର ଅର୍ଥନୀତି ଉପରେ ମଧ୍ୟ ଦେଖାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି…

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

୧ କୋଟି ଟଙ୍କିଆ ବାଇକ୍‌ ଭାରତରେ ଲଞ୍ଚ୍‌: ସାଙ୍ଗେ ସାଙ୍ଗେ Sold Out

ନୂଆଦିଲ୍ଲୀ,୧୧।୫: ଇଟାଲୀର ପ୍ରସିଦ୍ଧ ମୋଟରସାଇକେଲ ନିର୍ମାତା Ducati ଭାରତରେ ଏହାର ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ସୀମିତ ସଂସ୍କରଣ ସୁପରବାଇକ – Ducati Panigale V4 Lamborghini –…

ସୁନା ନ କିଣିବା ପାଇଁ କାହିିଁକି ଅପିଲ କଲେ ପ୍ରଧାନମନ୍ତ୍ରୀ, ୧୯୮୦ରେ ଘଟିଥିଲା କ’ଣ? ଜାଣିଲେ ଆପଣ ବି…

ନୂଆଦିଲ୍ଲୀ,୧୧।୫: ଗତ ଦେଢ଼ ବର୍ଷ ମଧ୍ୟରେ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri