ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି ଶୁକ୍ରବାର ଦିଗପହଣ୍ଡି ଏଲ୍‌ଆଇସି ସେଟଲାଇଟ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଇଥିଲେ। ପୁର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ରଜନୈତିକ ବ୍ୟାପାର ଉପାଧ୍ୟକ୍ଷ ରବିନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଏଜେଣ୍ଟମାନଙ୍କ ନାର୍ଯ୍ୟ ଦାବିକୁ ସମର୍ଥନ ଜଣାଇବା ସହ ଏଜେଣ୍ଟମାନଙ୍କ ୧୬ ଦଫା ଦାବୀକୁ ଯଦି ସରକାର ଓ ଭାରତୀୟ ଜୀବନ ବୀମା କମ୍ପାନୀ ନମାନନ୍ତି ତା’ହେଲେ ଆନ୍ଦୋଳନକୂ ତୀବ୍ର କରାଯିବ ବୋଲୀ ଚେତାବନୀ ଦେଇଥିଲେ।ଏହା ସହ ଏଜେଣ୍ଟ ଓ ବୀମା କ୍ରେତାଙ୍କ ସ୍ବାର୍ଥ ସମ୍ମଳିତ ଦାବିପତ୍ରକୁ ଶାଖା ପରିଚାଳକ ଅକ୍ଷୟ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ। ସମଗ୍ର ଭାରତ ବର୍ଷରେ ୧୩ ଲକ୍ଷ ଜୀବନ ବୀମା ଏଜେଣ୍ଟ କାର୍ଯ୍ୟ କରୁଛନ୍ତି। ୧୯୫୬ରେ ଭାରତୀୟ ଜୀବନ ବୀମା ନିଗମ ପ୍ରତିଷ୍ଠା ହୋଇଥିଲା। କମ୍ପାନୀର ଆର୍ଥିକ ପ୍ରଗତି କ୍ଷେତ୍ରରେ ଏଜେଣ୍ଟମାନେ ଗରୁତ୍ୱପୁର୍ଣ୍ଣ ଭୂମିକା ନିଭାଉଥିଲେ ମଧ୍ୟ ସେମାନଙ୍କ ସ୍ବାର୍ଥପ୍ରତି ସରକାର କିମ୍ବା ନିଗମ କାଳକ୍ଷେପଣ ନିତି ଅବଲମ୍ବନ କରିଆସୁଛନ୍ତି। ଫଳରେ ଦିନକୁ ଦିନ ଏଜେଣ୍ଟମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବାରେ ଲାଗିଛି। କେନ୍ଦ୍ର ସରକାର ବୀମା ବିକ୍ରୟ କ୍ଷେତ୍ରରେ ଯେଉଁ ଜିଏସ୍‌ଟି ଲାଗୁକରି ତାହା ବୀମାଧାରୀଙ୍କ ଉପରେ ଅକ୍ଷମଣୀୟ ଅପରାଧ ବୋଲୀ ସମାଲୋଚନା କରିବା ସହ ତାହାକୁ ଉଛେଦ କରିବା ପାଇଁ ଦାବି କରାଯାଇଛି। ଗଣଧାରଣା ଯୋଗୁ ବୀମା ବ୍ୟବସାୟ ପ୍ରଭାବିତ ହୋଇଥିଲା। କାର୍ଯ୍ୟକ୍ରମରେ ଡିଭିଜନର ସଂଗଠନ ସମ୍ପାଦକ ପ୍ରୀୟବ୍ରତ ପଟ୍ଟନାୟକ, ଶାଖା ସଭାପତି ମହେଶ୍ୱର ପୃଷ୍ଟି, ସମ୍ପାଦକ ଜଗନ୍ନାଥ ପାଳ, ଉପସଭାପତି ବାଲାଜୀ ବିଷୋୟୀ ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତୁଷାର କାନ୍ତ ରଥ, ଲକ୍ଷ୍ମୀ ନାରାୟଣ ଦାଶ,ପି.ଦିଲି ରାଓ,ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାଥ ବିଷୋୟୀ ଓ ଅଶୋକ ମହାରଣା ପ୍ରମୁଖ ଗଣଧାରଣାର ନେତୃତ୍ୱ ନେଇଥିଲେ। ଏଥିରେ ପ୍ରମୋଦ କୁମାର ସ୍ବାଇଁ ଓ ବିଚିତ୍ର ସ୍ବାଇଁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri