ବ୍ରହ୍ମବରଦା ହାଟ ଉନ୍ନତୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବ୍ରହ୍ମବରଦା,୧୮ା୧୨(ଯଯାତି କେଶରୀ ବେହେରା): ରସୁଲୁପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ସାପ୍ତାହିକ ହାଟର ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ, ଜିଲାପାଳ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ଚିଠି ଲିଖିଛନ୍ତି ବରିଷ୍ଠ ନାଗରିକ ଚିନ୍ତାମଣି ରାଉତ।
ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ୩ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିରେ ଏହି ହାଟ ଅବସ୍ଥିତ। ବ୍ରହ୍ମବରଦା ଏକ ବ୍ୟବସାୟୀୟିକ ପେଷ୍ଠସ୍ଥଳ ହୋଇଥିବାରୁ ଏହାର ଚର୍ତୁପାଶ୍ୱରେ ଥିବା ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ବୁଧବାର ଓ ଶନିବାର ବସୁଥିବା ଏହି ହାଟରେ ପନିପରିବା କ୍ରୟ ଓ ବିକୟ ନିମନ୍ତେ ନିର୍ଭର କରିଥାନ୍ତି। ହାଟରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜନସମାଗମ ହୋଇଥାଏ। ଗ୍ରାମାଞ୍ଚଳର ପରିବା ଚାଷୀ, କୁମ୍ଭାର ସମ୍ପ୍ରଦାୟ, ହସ୍ତତନ୍ତ ବସ୍ତ୍ର ବ୍ୟବସାୟୀ, ମାଛ, ମାଂସ ବେପାରୀ, ବିଭିନ୍ନ ପ୍ରକାରର କଂସାବାସନ, ତେଜରାତି ଦୋକାନୀ ଓ କମାର ସମ୍ପ୍ରଦାୟ ବ୍ୟବସାୟୀ କରିବା ପାଇଁ ଏଠାକୁ ଆସିଥାନ୍ତି। ହେଲେ ହାଟରେ ଖରା, ବର୍ଷା, ଝଡ଼ ଓ ତୋଫାନ ସମୟରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ଷାଦିନରେ ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ସୁବିଧା ନ ଥିବାରୁ ହାଟରେ କାଦୁଅ ପଚପଚରେ ଜରିପାଲ ତଳେ ବସି ବ୍ୟବସାୟୀ ବେପାର କରିଥାନ୍ତି। ଜମିଦାରି ପ୍ରଥା ପ୍ରଚଳିତ ସମୟରୁ ଏହି ହାଟ ହୋଇଆସୁଛି। ହାଟ ସରକାରୀ ଜମିରେ ଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଚାଲିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ହାଟ ମାହାସୁଲ ଆଦାୟ କରୁଛନ୍ତି। କ୍ଷୁଦ୍ର ଚାଷୀଙ୍କଠାରୁ ମଧ୍ୟ ପରିବା ଆଦାୟ କରାଯାଉଛି। ଫଳରେ ସରକାରଙ୍କ ରାଜସ୍ବ ହାନି ହେଉଛି। ତେଣୁ ଏହି ହାଟରେ ପିଣ୍ଡି ନିର୍ମାଣ ସହ ନାଳ, ଶୌଚାଳୟ, ପାନୀୟ ଜଳ ସୁବିଧା ଓ ସରକାରୀ ଜମିକୁ ଚିହ୍ନଟ କରି ଲୋକଙ୍କୁ ସୁବିଧା ସୁଯୋଗଯୋଗାଇ ଦେବାକୁ ବରିଷ୍ଠ ନାଗରିକ ରାଉତ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାହେଲେ ବ୍ୟବସାୟୀଙ୍କ ସହ ଆଖପାଖ ୧୦ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?